ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ତ୍ତମୂଳକ ଜାମିନ


ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ଏହା ଦ୍ୱାରା ସେ ବର୍ଷକ ପର୍ଯ୍ୟନ୍ତ କୌଣସି ନିର୍ବାଚନ ମଣ୍ଡଳୀରେ ଯେ୍ଧଜ୍ଞ ଦେଇପାରିବେ ନାହିଁ । ଯଦି ସେ କୌଣସି ନିର୍ବାଚନ ମଣ୍ଡଳୀରେ ଯୋଗଦେବେ ତେବେ ସେ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବାର ସର୍ତ୍ତ ରହିଛି । କିମ୍ବା ସେ ୫ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିପାରିବେ ନାହିଁ ।

ସୂଚନାଯୋଗ୍ୟ, ଜଗଦେବ ମାର୍ଚ୍ଚ ୨୩ରେ ବାଣପୁର ବ୍ଲକ ଅଫିସ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡି ମଡାଇଥିବା ଅଭିଯୋଗରେ ଗିରଫ ହୋଇଥଲେ ।ଏହି ଘଟଣାରେ ବହୁ ସାଧାରଣ ଜନତାଙ୍କ ସହିତ କିଛି ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ସେଠାରେ ସାଧାରଣ ଲୋକେ ତାଙ୍କୁ ନିସ୍ତୁକ ମାଡ ମାରିବା ପରେ ସେ ନିକଟତମ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ଏବଂ ପରେ ପୋଲିସ ନିକଟରେ ଆତ୍ମସର୍ମପଣ କରିଥିଲେ ।


Share It

Comments are closed.