ସେତୁ ସମୁଦ୍ର ସେତୁ ନିର୍ମାଣ ପାଇଁ କୌଣସି ବି ପରିସ୍ଥିତିରେ ରାମ ସେତୁର କ୍ଷତି କରାଯିବା ନାହିଁ ବରଂ ଏହି ପ୍ରକଳ୍ପ ପାଇଁ ବିରଳ୍ପ ବାହାର କରିବୁ ବୋଲି କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି । ସୂଚନାଯୋଗ୍ୟ ତାମିଲନାଡୁର ରାମେଶ୍ୱରମ ନିକଟବର୍ତ୍ତୀ ଧନୁଷକୋଡା ଠାରେ ଥିବା ପୌରାଣିକ ରାମସେତୁକୁ ଭଙ୍ଗାଯାଇ ଜାହାଜ ଚଳାଚଳ ନିମନ୍ତେ ଉଦ୍ଦ୍ିଷ୍ଟ ସେତୁସମୁଦ୍ରମ ପ୍ରକଳ୍ପ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ତେବେ ରାମସେତୁ ହିନ୍ଦୁଧର୍ମାଲମ୍ବୀମାନଙ୍କ ପାଇଁ ଏକ ତୀର୍ଥସ୍ଥଳୀ ପାଲିଟଥିବା ବେଳେ ସରକାରଙ୍କ ଏଭଲି ଯୋଜନା ପ୍ରତିବାଦରେ ବି.ଜେ.ପି ନେତା ସୁବ୍ରମଣ୍ୟମ ସ୍ୱମୀ ସୁପ୍ରିମ କୋର୍ଟରେ ଏକ ପିଟସନ ଦାୟର କରିଥିଲେ ।
ତେବେ ଶୁକ୍ରବାର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟୟତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଜାହାଜ ଚଳାଚଳ ମନ୍ତ୍ରଳାୟ ପକ୍ଷରୁ ଦାଖଲ କରାଯାଇଥିବା ଏହି ସତ୍ୟପାଠରେ ସେତୁସମୁଦ୍ରମ ପ୍ରକଳ୍ପ ପାିଂ ରେମସେତୁ ସ୍ପର୍ଶ କରାଯିବ ନାହିଁ ଏବଂ ସରକାର ଏକ ବିକଳ୍ପ ଖୋଜିବେ ବୋଲି କୁହାଯାଇଛି । ଫଳରେ ସ୍ୱାମୀଙ୍କ ତରଫରୁ ଆବତ ଫିଟିସନକୁ ଖାରଜ କରିବା ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ତାମିଲନାଡୁ ଓ ଶ୍ରୀଲଙ୍କା ମଧ୍ୟରେ ନୌବାଣିଜ୍ୟ କାରବାର ପାଇଁ ୧୯୯୭ରେ ତକ୍ରାଳୀନ କେନ୍ଦ୍ର ସରକାର ‘ସେତୁ ସମୁଦ୍ରମ ସିପିଙ୍ଗ ଚ୍ୟାନେଲ ପ୍ରକଳ୍ପ ’ହାତକୁ ନେଇଥିଲେ । ତଦନୁଯାଇ ଧନୁଷକୋଡିସ୍ଥିତ ଆଦାମ ବ୍ରିଜ ବା ରାମସେତୁକୁ ଭାଙ୍ଗି ୪୪.୯ ନିଟିକାଲ ମାଇଲ ସମୁଦ୍ରବକ୍ଷକୁ ଗଭୀରଭାବେ ଖୋଳି ପ୍ରଣାଳୀ ଓ ମାନ୍ନାର ଉପସାଗର ସହ ସଂଯୋଗ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଫଳରେ ଭାରତୀୟ ଜାହଜ ଗୁଡିକ ଏହି ଜଳ ପଥ ଦେଇ ଶ୍ରୀଲଙ୍କା ପହଞ୍ଚିପାରିବ । ତେବେ ସ୍ୱାମୀ ୧୯୯୭ରେ ଏହାର ପ୍ରତିବାଦରେ ସୁପ୍ରମିକୋର୍ଟରେ ଏକ ମାମଲା ଦାୟର କରିଥିଲେ
Comments are closed.