ଗୁରୁତର ରୋଗରେ ପୀଡିତ ଅଛନ୍ତି ଏହି ସମସ୍ତ ଅଭିନେତା


 

ବଲିଉଡ ଷ୍ଟାରମାନେ ସେମାନଙ୍କ ଆକ୍ଟିଙ୍ଗର ଯାଦୁ ଦେଖାଇ ଫ୍ୟାନ୍ସଙ୍କ ହୃଦୟ ଜିତନ୍ତି । କିନ୍ତୁ ସେମାନଙ୍କୁ ଦେଖିଲେ ଲାଗେନି ଯେ ସେମାନେ ବି ଅନେକ ସମସ୍ୟାର ଶିକାର ହୋଇଥିବେ । ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ତାଙ୍କ ମୁହଁରେ ସବୁବେଳେ ହସ ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ବଲିଉଡ ଷ୍ଟାରମାନଙ୍କ ହସ ପଛରେ ଅନେକ କଷ୍ଟ ଲୁଚି ରହିଛି । ଉପରୁ ଦେଖାଉ ନଥିଲେ ବି ଭିତରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟରେ ସେମାନେ ପୀଡ଼ିତ । ଆପଣ ଭଲ ପାଉଥିବା କିଛି ସୁପରଷ୍ଟାର ଏମିତି ଅଛନ୍ତି ଯେଉଁମାନେ ଦୀର୍ଘ ଦିନରୁ କିଛି ଭିନ୍ନ ରୋଗର ଶିକାର ହୋଇଛନ୍ତି, ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା କେଉଁ ଷ୍ଟାରମାନେ ଏଭଳି ରୋଗର ଶିକାର ହୋଇଛନ୍ତି ।

ଫିଟନେସ୍ ଫ୍ରିକ୍‌ ହେବା ପରେ ମଧ୍ୟ ଏହି ଷ୍ଟାରମାନେ ରୋଗ ସହିତ ସଂଘର୍ଷ କରୁଛନ୍ତି ଯାହା ବିଷୟରେ ଆପଣ ପ୍ରାୟତଃ ଜାଣି ନଥିବେ । ଏହା ବ୍ୟତୀତ ଅନେକ ଷ୍ଟାରଙ୍କର ଏପରି ରୋଗ ଅଛି ଯାହା କେବେ ଭଲ ହୋଇପାରିବ ନାହିଁ ଏବଂ ଏଥିପାଇଁ ମଧ୍ୟ କୌଣସି ଔଷଧ ନାହିଁ । ଆମେ ଆଜି ଆପଣଙ୍କୁ ଏପରି କିଛି ବଲିଉଡ ସେଲିବ୍ରିଟିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଭୟଙ୍କର ରୋଗର ସାମ୍ନା କରୁଛନ୍ତି ।

ବରୁଣ ଧୱନ :
ବରୁଣ ଧୱନ ତାଙ୍କର ଏକ ପୁରୁଣା ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ଷ୍ଟିବୁଲ ହାଇପୋ-ଫଙ୍କସନ ନାମକ ଏକ ସମସ୍ୟାର ଶିକାର ହୋଇଛନ୍ତି । ଏହି ରୋଗ ହେଲେ ଜଣେ ବ୍ୟକ୍ତି ନିଜ ଶରୀରର ସନ୍ତୁଳନ ରଖି ପାରେ ନାହିଁ ।

ସାମନ୍ଥା ଋଥ ପ୍ରଭୁ :
ସାମନ୍ଥା ଋଥ ପ୍ରଭୁ ଦକ୍ଷିଣ ଭାରତର ସବୁଠାରୁ ସୁନ୍ଦର କଳାକାରଙ୍କ ମଧ୍ୟରୁ ଜଣେ । କିନ୍ତୁ ଖୁବ୍‌ ସୁନ୍ଦର ଦେଖାଯାଉଥିବା ସାମନ୍ଥା ତାଙ୍କର ଗମ୍ଭୀର ରୋଗ ବିଷୟରେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ସେ ମାୟୋସିଟିସ୍ ନାମକ ଏକ ରୋଗରେ ପୀଡିତ। ଏହି ରୋଗରେ ଶରୀରର ମାଂସପେଶୀ ଫୁଲିଯାଏ । ଯେଉଁଥିପାଇଁ ଥକାପଣ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୁଏ ।

ଅଜୟ ଦେବଗନ୍ :
ଅଜୟ ଦେବଗନ୍ ତାଙ୍କ ଫିଲ୍ମରେ ଯେତେ ଦମଦାର ଅଭିନୟ କରୁଥିଲେ ମଧ୍ୟ ଅସଲ ଜୀବନରେ ଅନେକ ସମସ୍ୟାରେ ପୀଡ଼ିତ । ତାଙ୍କର ଟେନିସ୍ ଏଲବୋ ନାମକ ଏକ ସମସ୍ୟା ଅଛି । ଏହା ବ୍ୟତୀତ ତାଙ୍କର ବୋର୍ଡର ଲାଇନ୍‌ OCD ସମସ୍ୟା ଅଛି । ଏକ ପୁରୁଣା ଇଣ୍ଟରଭ୍ୟୁରେ କାଜୋଲ ଏହି ସମସ୍ୟା ବିଷୟରେ ପ୍ରକାଶ କରିଥିଲେ ।

ସଲମାନ ଖାନ :
ବଲିଉଡର ଭାଇଜାନ ସଲମାନ ଖାନ ମଧ୍ୟ ଏକ ଗୁରୁତର ରୋଗର ଶିକାର ହୋଇଛନ୍ତି । ଟ୍ରାଇଜେମିନାଲ୍ ନ୍ୟୁରେଲିଜିଆ ନାମକ ଏକ ରୋଗରେ ସଲମାନ ପୀଡ଼ିତ ଥିବା ଜଣା ପଡ଼ିଛି । ଏହି ରୋଗରେ ଟ୍ରାଇଜେମିନାଲ୍ ନର୍ଭରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ଯାହା ମୁହଁରୁ ମସ୍ତିଷ୍କ ଯନ୍ତ୍ରଣାକୁ ବଢ଼ାଇଦିଏ ।

ସୋନମ କପୁର :
ସୋନମ କପୁର ତାଙ୍କର ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ତାଙ୍କର ଡାଇବେଟିସ୍‌ ସମସ୍ୟା ଅଛି । ସେ ଖୁବ କମ ବୟସରୁ ହିଁ ଏହି ରୋଗ ସହ ସଂଘର୍ଷ କରୁଛନ୍ତି । କିନ୍ତୁ ସେ ନିଜ ଫିଟନେସ ପ୍ରତି ଖୁବ ଯତ୍ନ ନିଅନ୍ତି ।


Share It

Comments are closed.