ଶିଳ୍ପା ଓ ଅକ୍ଷୟଙ୍କ ପ୍ରେମ କାହାଣୀ ଭାଙ୍ଗିବା ପଛର ପ୍ରମୁଖ କାହାଣୀ ସଂପର୍କରେ ଜାଣନ୍ତୁ


ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କୁ (shilpa shetty) କିଏ ବା ନ ଜାଣେ । ଆଜି ଏହି ବଲିଉଡ଼ ସୁନ୍ଦରୀଙ୍କ ଜନ୍ମଦିନ ଅଟେ। ୯୦ ଦଶକର ଏହି ସୁନ୍ଦରୀ ନାୟିକା ଆଜି ୪୮ ବର୍ଷରେ ପଦାପର୍ଣ କରିଛନ୍ତି । ଶିଳ୍ପା କେବଳ ଅଭିନୟ ନୁହେଁ ବରଂ ଯୋଗ ପାଇଁ ମଧ୍ଯ ଫ୍ୟାନ୍ସଙ୍କ ମଧ୍ଯ ବେଶ ପ୍ରସିଦ୍ଧ । ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବା ଏହି ସୁନ୍ଦର ଅଭିନେତ୍ରୀଙ୍କୁ ଛୋଟ ପରଦାର ରିଆଲିଟି ସୋ’ରେ ଜଜ ଭାବେ ଦେଖିବାକୁ ମିଳିଛି। ତେବେ ଚାଲନ୍ତୁ ଏହି ଖାସ ଦିନରେ ଜାଣିବା ତାଙ୍କ ଜୀବନକୁ ନେଇ କିଛି ଖାସ କଥା ।

ଯେତେବେଳେ ଅକ୍ଷୟ କୁମାରଙ୍କ ସହ ରିଲେସନସିପରେ ଥିଲେ ଶିଳ୍ପା

ସେ ସମୟରେ ଶିଳ୍ପା ସେଟ୍ଟୀ ଓ ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ (Akshay kumar) ସମ୍ପର୍କକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥିଲା । ଉଭୟଙ୍କ ଦେଖା ‘ତୁ ଖିଲାଡ଼ି ମେ ଅନାରି’ (Tu khiladi main anari )ର ଶୁଟିଂ ସେଟରେ ହୋଇଥିଲା । ଏହି ଫିଲ୍ମରେ କାମ କରିବା ବେଳେ ପରସ୍ପର ପ୍ରେମରେ ପଡିଯାଇଥିଲେ ଶିଳ୍ପା ଓ ଅକ୍ଷୟ କୁମାର। ଏହାପରେ ଦୀର୍ଘ ସମୟ ଧରି ଉଭୟ ପରସ୍ପରକୁ ଡ଼େଟ୍ ମଧ୍ୟ କରିଥିଲେ । ହେଲେ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରିନଥିଲା, ଫଳରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ ଶିଳ୍ପା ଓ ଅକ୍ଷୟ ।

ଅକ୍ଷୟ କୁମାରଙ୍କ ଉପରେ ଏହି ଅଭିଯୋଗ ଆଣିଥିଲେ ଅଭିନେତ୍ରୀ

ଉଭୟଙ୍କ ଯୋଡିକୁ ଇଣ୍ତଣ୍ଟ୍ରିରେ (shilpa shetty and akshay kumar relationship) ବେଶ ପସନ୍ଦ କରାଯାଉଥିଲା । ଖାଲି ଇଣ୍ତଣ୍ଟ୍ରି କାହିଁକି ଦର୍ଶକ ମଧ୍ଯ ଉଭୟଙ୍କୁ ଏକାଠି ଦେଖିବାକୁ ପସନ୍ଦ କରୁଥିଲେ । ତେବେ ହଠାତ୍ ଏପରି କ’ଣ ହେଲା ଯେ ଦୁହେଁ ଅଲଗା ହୋଇଯାଇଥିଲେ । ଏ ପ୍ରଶ୍ନ ସେ ସମୟରେ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା । ତେବେ ବ୍ରେକଅପ୍ ପରେ ଶିଳ୍ପା ସେଟ୍ଟୀ (shilpa shetty) ଏକ ସାକ୍ଷାତକାରରେ ଅକ୍ଷୟଙ୍କ ସହ ସମ୍ପର୍କ ଭାଙ୍ଗିବାର କାରଣ କହିଥିଲେ ।

ଏହି ସାକ୍ଷାତକାରରେ ଶିଳ୍ପା କହିଥିଲେ ଯେ, “ମୁଁ ଅକ୍ଷୟ କୁମାରଙ୍କୁ ବହୁତ ଭଲ ପାଉଥିଲି ହେଲେ ଯେତେବେଳେ ଜାଣିଲି ସେ ମୋତେ ଚିଟ୍ କରୁଛନ୍ତି ସେତେବେଳେ ମୁଁ ଭାଙ୍ଗି ପଡ଼ିଥିଲି । ମୋ ସହ ରିଲେସନସିପରେ ରହି ସେ ଟ୍ବଙ୍କିଲ ଖାନାଙ୍କୁ (Twinkle khanna) ମଧ୍ଯ ଡ଼େଟ୍ କରୁଥିଲେ । ଯେତେବେଳେ ମୋତେ ଏହି କଥା ଜଣାପଡ଼ିଲା ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । ତାହା ମୋ ଜୀବନର ସବୁଠାରୁ ଖରାପ ସମୟ ଥିଲା, କାରଣ ମୋ ଭରସା ଭାଙ୍ଗି ସାରିଥିଲା । ହେଲେ ପରେ ମୁଁ ଧିରେ ଧିରେ ଏଥିରୁ ବାହାରକୁ ଆସିସାରିଛି ଆଉ ମୁଁ ଖୁସି ମଧ୍ଯ ଅଛି” ।

ଶିଳ୍ପା ୨୦୦୯ ମସିହାରେ ବିଜନେସମ୍ୟାନ୍ ରାଜ କୁନ୍ଦ୍ରାଙ୍କୁ (Raj kundra) ବିବାହ କରିଥିଲେ । ୨ଟି ସନ୍ତାନର ମାଆ ଶିଳ୍ପା ନିଜ ପରିବାର ସହ ଏବେ ବେଶ ଖୁସିରେ ଅଛନ୍ତି । ସେପଟେ ବହୁ ନାୟିକାଙ୍କ ସହ ନାଁ ଯୋଡା ଯାଉଥିବା ବେଳେ ୨୦୦୧ ମସିହାରେ ଟ୍ବିଙ୍କିଲ ଖାନାଙ୍କୁ ବିବାହ କରିଥିଲେ ଖିଲାଡ଼ି କୁମାର । ଅକ୍ଷୟ ଓ ଟ୍ବଙ୍କିଲଙ୍କର (Twinkle khanna) ମଧ୍ଯ ଦୁଇ ପୁଅ ଅଛନ୍ତି ।


Share It

Comments are closed.