ବିଏଲ୍‌ଏସ୍ ଇ-ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ଡିଆରଏଚ୍‌ପି ଦାଖଲ


ଭୁବନେଶ୍ୱର: ପ୍ରଯୁକ୍ତି ଦ୍ୱାରା ପରିଚାଳିତ ଡିଜିଟାଲ୍ ସେବା ପ୍ରଦାନକାରୀ କଂପାନି ବିଏଲ୍‌ଏସ୍ ଇ-ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ୍ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ବିଏଲ୍‌ଏସ୍ ଇ-ସର୍ଭିସେସ୍ ଭାରତର ପ୍ରମୁଖ ବ୍ୟାଙ୍କଗୁଡ଼ିକୁ ବିଜନେସ୍ କରେସ୍‌ପଣ୍ଡେଂଟ୍ ସେବା ପ୍ରଦାନ କରୁଥିବା ବେଳେ ଆସିଷ୍ଟେଟ୍ ଇ-ସେବା ଏବଂ ତୃଣମୂଳ ସ୍ତରରେ ଇ-ଗଭର୍ଣ୍ଣାସ୍ ସେବା ପ୍ରଦାନ କରୁଛି ।
ଆଇପିଓ ଜରିଆରେ କଂପାନି ୨,୪୧,୩୦,୦୦୦ ନୂଆ ଇକ୍ୱିଟି ସେୟାର ଜାରି କରିବାକୁ ଯୋଜନା ରଖିଛି ।
ଏହି ଇସ୍ୟୁରୁ ଯେଉଁ ରାଶି ମିଳିବ ତାହାକୁ କଂପାନି, ୧. ନୂଆ ଦକ୍ଷତା ଗଠନ ପାଇଁ ପ୍ରଯୁକ୍ତି ଭିତିଭୂମିକୁ ସୁଦୃଢ଼ କରିବା ଏବଂ ପୂର୍ବରୁ ଥିବା ପ୍ଲାଟଫର୍ମକୁ ସଂଗଠିତ କରିବା, ୨. ବିଏଲ୍‌ଏସ୍ ଷ୍ଟୋର୍ ସ୍ଥାପନ କରି ସ୍ୱାଭାବିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଅଭିଯାନରେ ପାଣ୍ଠି ଗଠନ, ୩. ଅଧିଗ୍ରହଣ ଜରିଆରେ ଅଭିବୃଦ୍ଧି ହାସଲ କରିବା ଏବଂ ୪. ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଏହି ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ରେ ପ୍ରସ୍ତାବ ଦିଆଯାଇଛି ।
ୟୁନିଷ୍ଟୋନ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଏହି ଇସ୍ୟୁର ଏକମାତ୍ର ବୁକ୍ ରନିଂ ଲିଡ୍ ମ୍ୟାନେଜର ।


Share It

Comments are closed.