ସଚିନଙ୍କୁ ହରାଇବା ପାଇଁ ବିଜେପି ତରଫରୁ ମଇଦାନକୁ ଓହ୍ଲାଇଲେ ୟୁନୁସ


ରାଜସ୍ଥାନରେ ନିର୍ବାଚନ ଦିନକୁ ଦନିକୁ ଯେତେ ପାଖେଇ ଆସୁଛି, ବିଜେପି ଏବଂ କଂଗ୍ରେସ ମଧ୍ୟର ଟକ୍କର ସେତିକି ଜୋର ଦାର ହେଉଛି । ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ଅର୍ଥାତ ସୋମବାର ଦିନ ବିଜେପି ନିଜର ୫ମ ପ୍ରାର୍ଥୀ ତାଲିକାର ଘୋଷଣା କରିଛି । ଏହି ତାଲିକାରେ କ୍ୟାବିନେଟ ମନ୍ତ୍ରୀ ‘ୟୁନୁସ ଖାନ’ଙ୍କ ନାମ ପ୍ରକାଶ ପାଇଛି । ସେ ଏହି ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ଏକ ମାତ୍ର ମୁସଲିମ ଆଶାୟୀ ପାର୍ଥୀ ଅଟନ୍ତି ।
ବିଗତ ୭ ଦିନ ମଧ୍ୟରେ ବିଜେପି ପକ୍ଷରୁ ପ୍ରକାଶିତ ହୋଇଥିବା ପ୍ରାର୍ଥୀ ତାଲିକାରେ କେହିବି ମୁସଲିମ ପ୍ରାର୍ଥୀଙ୍କୁ ନଥିବାବେଳେ ୟୁନୁସଙ୍କ ନାମ ଶେଷ ଆଡକୁ ଏହି ତାଲିକାରେ ଚଢାଯାଇଛି । ନାମାଙ୍କନ ଦାଖଲ କରିବାର ଶେଷ ଦିନ ବିଜେପି ନିଜର ୫ମ ଏବଂ ଶେଷ ପ୍ରାର୍ଥୀ ତାଲିକାର ଘୋଷଣା କରିଛି, ଯେଉଁଥିରେ ‘ୟୁନୁସ ଖାନ’ଙ୍କୁ ବିଜେପି ଆଶାୟୀ ପ୍ରାର୍ଥୀ ରୁପେ ଲଢିବା ପାଇଁ ଟିକେଟ ପ୍ରଦାନ କରାଯାଇଛି । ଅନେକ କଳ୍ପନା ଜଳ୍ପନା ପରେ ବିଜେପି ୟୁନୁସ ଖାନଙ୍କୁ ପୁଣି ଥରେ ଟିକେଟ ଦେଇଥିବାବେଳେ କିନ୍ତୁ ଏହା ପଛରେ ବସୁନ୍ଧରା ରାଜେ ଜିଦ ରହିଛି ନା କଂଗ୍ରେସ ପ୍ରଦେଶ ଅଧକ୍ଷ ସଚିନ ପାଇଲଟଙ୍କୁ ହରାଇବା ବିଜେପି କୌଣସି ରଣନୀତି ପ୍ରସ୍ତୁତ କରିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ।
ମିଳିଥିବା ସୂଚନା ମୁତାବକ ସଚିନ ପାଇଲଟଙ୍କୁ ହରାଇବା ଉଦ୍ଦେଶ୍ୟରେ ବିଜେପି ୟୁନିସଙ୍କୁ ଟମ କାର୍ଡ ରୂପେ ବ୍ୟବହାର କରିବାକୁ ଚାହିଁଛି । ସେଥିପାଇଁ ଦଳ ଶେଷ ମୁହୁର୍ତ୍ତରେ ଟଙ୍କରୁ ତାଙ୍କୁ ପ୍ରାର୍ଥୀ କରିବ ବୋଲି ନିଷ୍ପତି ନେଇଥିଲେ, ଯାହା ଫଳରେ ଏହି ନିର୍ବାଚନ ମଣ୍ଡଳୀ ଚୟନ ହୋଇଥିବା ପୂର୍ବ ପ୍ରାର୍ଥୀ ଅଜିତ ସିଂହ ମେହତାଙ୍କୁ ବାଦ ଦିଆଯାଇଛି ।


Share It

Comments are closed.