ଅଭିନବ ଧାରା ଉପରେ ଆଲୋଚନା କରିବ ସର୍ବବୃହତ୍ ରିଅଲ୍ ଇଷ୍ଟେଟ୍ କନ୍‌କ୍ଲେଭ୍ ‘ଇନୋଭେଟ୍ ଆର୍‌ଇ ଓଡିଶା’

ରିଅଲ୍‌ଟର୍ସ ଆସୋସିଏଶନ ଅଫ୍ ଓଡିଶା (ଓଆର୍‌ଏ) ପକ୍ଷରୁ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଏହି ସମ୍ମିଳନୀର ଆୟୋଜନ କରାଯିବ


ଭୁବନେଶ୍ୱର : ରିଅଲ୍‌ଟର୍ସ ଆସୋସିଏଶନ ଅଫ୍ ଓଡିଶା (ଓଆର୍‌ଏ) ପକ୍ଷରୁ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ଅଭିନବ ଧାରା, ଟେକ୍ନୋଲୋଜି ଓ ସ୍ଥାୟୀ ଅଭ୍ୟାସଗୁଡିକ ଉପରେ ଆଲୋଚନା ଓ ଅନ୍ୱେଷଣ କରିବା ପାଇଁ ଆସନ୍ତା ଅଗଷ୍ଟ ୨୫ ତାରିଖ ୨୦୨୩ରେ ଭୁବନେଶ୍ୱରରେ ଭବିଷ୍ୟତର ସର୍ବବୃହତ୍ ରିଅଲ୍ ଇଷ୍ଟେଟ୍ କନ୍‌କ୍ଲେଭ୍ ‘ଇନୋଭେଟ୍ ଆର୍‌ଇ ଓଡିଶା’ର ଆୟୋଜନ କରାଯିବ ଯାହା ଅଂଶଗ୍ରହଣକାରୀଙ୍କୁ ନୂତନ ଧାରାଗୁଡିକୁ ଶିଖିବା ଏବଂ ଇଣ୍ଡଷ୍ଟ୍ରୀ ଲିଡରମାନଙ୍କ ସହ ନେଟ୍‌ୱର୍କ ସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରିବ । ଏହି ସମ୍ମିଳନୀର ଅଂଶ ଭାବେ ଏକ ପ୍ରଦର୍ଶନୀ ରିଅଲ୍ ଇଷ୍ଟେଟ୍ ନିବେଶ ଓ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ବଜାର ଭାବେ ଓଡିଶାର ଆବିର୍ଭାବକୁ ପ୍ରଦର୍ଶିତ କରିବ ।

ଏହି କାର୍ଯ୍ୟକ୍ରମ ଇଣ୍ଡଷ୍ଟ୍ରୀ ଲିଡର, ବିଶେଷଜ୍ଞ ଓ ହିତାଧିକାରୀମାନଙ୍କୁ ଉଭୟ ବିଶ୍ୱ ଓ ଓଡିଶା ବଜାରରେ ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ନୂତନ ଆକାର ଦେଉଥିବା ଉଦ୍ଭାବନଗୁଡିକର ଏକ ବିସ୍ତୃତ ଶୃଙ୍ଖଳାକୁ ଆବିଷ୍କାର କରିବା ପାଇଁ ଏକତ୍ରିତ କରିବ । ଆବାସିକ ସମ୍ପତିଗୁଡିକ ପାଇଁ ବୃହତ୍ ଅଭିବୃଦ୍ଧି ଓ ଚାହିଦା ସହିତ ଏହି ପ୍ରଦର୍ଶନୀ ବାଣିଜ୍ୟିକ ସ୍ଥାନ, ହସ୍ପିଟାଲିଟି, ଲଜିଷ୍ଟିକ୍ ପାର୍କ, ରିଟେଲ୍‌, ୱୟାରହାଉସିଂ, ଆଇଟି ପାର୍କ, ଡାଟା ସେଂଟର ସମେତ ରିଅଲ୍ ଇଷ୍ଟେଟ୍ ଅଫରିଙ୍ଗ୍‌ଗୁଡିକର ବିସ୍ତାର ଉପରେ ଆଲୋକପାତ କରିଛି । ଏହି ବିବିଧକରଣ କେବଳ ବିକଶିତ ଜୀବନଶୈଳୀ ପସନ୍ଦକୁ ପ୍ରତିଫଳିତ କରୁନାହିଁ ବରଂ ଓଡିଶାକୁ ବିବିଧ ସୁଯୋଗ ସନ୍ଧାନ କରୁଥିବା ନିବେଶକଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବେ ଅବସ୍ଥାପିତ କରିଛି ।

ଏହି ଅବସରରେ ଇନୋଭେଟ ଆରଇ କନକ୍ଲେଭ ଅଧ୍ୟକ୍ଷ ତଥା ପୂର୍ବତନ ସଭାପତି ଶ୍ରୀ ସ୍ୱରୂପ ରଞ୍ଜନ ମହାପାତ୍ର କହିଛନ୍ତି ଯେ, “ଏହି ଫୋରମର ମୂଳ ଉଦ୍ଦେଶ୍ୟ ହେଉଛି ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ଉଦ୍ୟୋଗ ଅବସ୍ଥାକୁ ସୁରକ୍ଷିତ ରଖିବାର ଚାହିଦାକୁ ଦୃଢ଼ କରିବା ।”

ଏହି ଅବସରରେ ଓଆର୍‌ଏର ଅଧ୍ୟକ୍ଷ ଶେଖ୍ ମୈର୍‌ଜୁଲ୍ ହକ୍ କହିଛନ୍ତି, “ଆମେ ଆସନ୍ତା ଅଗଷ୍ଟ ୨୫ ତାରିଖ ୨୦୨୩ରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ଇନୋଭେଟିକ୍ ଆର୍‌ଇ ଓଡିଶା କନ୍‌କ୍ଲେଭ୍ ସମ୍ପର୍କରେ ଘୋଷଣା କରି ଆନନ୍ଦିତ । ଏହି କାର୍ଯ୍ୟକ୍ରମର ଅଂଶ ଭାବେ ଏକ ପ୍ୟାନେଲ ରେରା, ସରକାରୀ ନିୟମାବଳୀ ଓ ନୀତି, ନେଟ୍‌ୱର୍କିଂ ଓ ସହଭାଗିତା ଏବଂ ରିଅଲ୍ ଇଷ୍ଟେଟ୍‌ର ଭବିଷ୍ୟତ ଉପରେ ଆଲୋଚନା କରିବ । ସେହିପରି ଅଗ୍ରଣୀ ରିଅଲ୍ ଇଷ୍ଟେଟ୍ ଡେଭ୍‌ଲପର୍‌ମାନଙ୍କ ପ୍ରମୁଖ ପ୍ରକଳ୍ପଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଏକ ପ୍ରପର୍ଟି ଏକ୍ସପୋର ମଧ୍ୟ ଆୟୋଜନ କରାଯିବ ।”

ଏହି କାର୍ଯ୍ୟକ୍ରମରେ ଓଆର୍‌ଏର ସାଧାରଣ ସଚିବ ସୌଭାଗ୍ୟ ନାୟକ, ଓଆର୍‌ଏର ଇମିଡିଏଟ୍ ପାଷ୍ଟ୍ ପ୍ରେସିଡେଂଟ୍ ଓ ଇନୋଭେଟ୍‌ଆର୍‌ଇ କନ୍‌କ୍ଲେଭ୍‌ର କୋଚେୟାର- ସନ୍ତୋଷ ସେନାପତି ଆଦି ବିଭିନ୍ନ ଦିଗ ଉପରେ ନିଜର ମତବ୍ୟକ୍ତ କରିବେ । ଏହି କାର୍ଯ୍ୟକ୍ରମରେ ଆଲୋଚନାର କେନ୍ଦ୍ର ହେଉଛି ଅଭିନବ ଟେକ୍ନୋଲୋଜି ଓ ସ୍ଥାୟୀ ଅଭ୍ୟାସ ଯାହା ରିଅଲିଟି କ୍ଷେତ୍ରକୁ ରୂପାନ୍ତର କରୁଛି । କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଓଡିଶା କିଭଳି ସ୍ମାର୍ଟ ସିଟି ଅଭିଯାନ ଭଳି ଅତ୍ୟାଧୁନିକ ସମାଧାନଗୁଡିକୁ ବ୍ୟବହାର କରୁଛି ତାହାର ସାକ୍ଷୀ ହେବେ, ଯେଉଁଠାରେ ଉନ୍ନତ ଟେକ୍ନୋଲୋଜିଗୁଡିକ ଦକ୍ଷ ଓ ସଂଯୋଜିତ ସହରାଂଚଳ ପରିବେଶ ସୃଷ୍ଟି କରିବା ପାଇଁ ଏକତ୍ରିତ ହେଉଛନ୍ତି । ଏହା ନାଗରିକଙ୍କ ପାଇଁ ଜୀବନର ମାନକୁ ଉନ୍ନତ କରିବା ସହିତ ଭବିଷ୍ୟତ ଉପଯୋଗୀ ସ୍ଥାନ ଖୋଜୁଥିବା ବ୍ୟବସାୟ ଓ ନିବେଶକମାନଙ୍କୁ ଆକର୍ଷିତ କରିବ ।

ଇନୋଭେଟ୍ ଆର୍‌ଇ ଓଡିଶା ରିଅଲ୍ ଇଷ୍ଟେଟ୍ ଲିଡର୍‌ମାନଙ୍କ ପାଇଁ ଏକତ୍ରିତ ହେବା ଏବଂ ଏହି ଶିଳ୍ପର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବା ଲାଗି ଏକ ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମ ଅଟେ । ଏହି ସମ୍ମିଳନୀ ଡେଭ୍‌ଲପର୍‌, ବିଲ୍ଡର, ଏଜେଂଟ୍‌, ନିବେଶକ ଓ ନୀତି ନିର୍ମାତାଙ୍କ ସମେତ ସମସ୍ତ ରିଅଲ୍ ଇଷ୍ଟେଟ୍ ପ୍ରଫେସ୍‌ନାଲଙ୍କ ପାଇଁ ଖୋଲା ରହିଛି ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଶେଷଜ୍ଞଙ୍କ ସମ୍ବୋଧନ, ପ୍ୟାନେଲ ଆଲୋଚନା ଓ କର୍ମଶାଳା ଆଦି ସାମିଲ ରହିବ । ଏଠାରେ ଆଲୋଚନା ହେବାକୁ ଥିବା ବିଷୟବସ୍ତୁଗୁଡିକରେ ‘ଦ ଫ୍ୟୁଚର ଅଫ୍ ରିଅଲ୍ ଇଷ୍ଟେଟ୍ ଇନ୍ ଓଡିଶା’, ‘ଦ ଇମ୍ପାକ୍ଟ ଅଫ୍ ଟେକ୍ନୋଲୋଜି ଅନ୍ ଦ ରିଅଲ୍ ଇଷ୍ଟେଟ୍ ସେକ୍ଟର’, ‘ଦ ଇମ୍ପୋର୍ଟାନ୍ସ ଅଫ୍ ସଷ୍ଟେନେବିଲିଟି ଇନ୍ ରିଅଲ୍ ଇଷ୍ଟେଟ୍‌’, ‘ଦ ରୋଲ୍ ଅଫ୍ ରିଅଲ୍ ଇଷ୍ଟେଟ୍ ଇନ୍ ଇକୋନୋମିକ୍ ଡେଭ୍‌ଲପ୍‌ମେଂଟ୍‌’ ଏବଂ ‘ ଦ ଚ୍ୟାଲେଞ୍ଜେସ୍ ଆଣ୍ଡ୍ ଅପର୍‌ଚ୍ୟୁନିଟିଜ୍ ଫର୍ ରିଅଲ୍ ଇଷ୍ଟେଟ୍ ଡେଭ୍‌ଲପର୍ସ ଇନ୍ ଓଡିଶା’ ଆଦି ସାମିଲ ରହିଛି ।


Share It

Comments are closed.