ଆସନ୍ତା କାଲିରୁ ଆରମ୍ଭ ହେବାକୁ ଯାଉଛି ବିଗ୍ ବଜାର ‘ପବ୍ଲିକ୍ ହଲିଡେ ସେଲ୍’


ବିଗ୍ ବଜାର ପକ୍ଷରୁ ଏପ୍ରିଲ୍ ୨୮ରୁ ମେଁ ୨ ତାରିଖ ମଧ୍ୟରେ ସମସ୍ତ ବିଗ୍ ବଜାର ଷ୍ଟୋରମାନଙ୍କରେ ‘ପବ୍ଲିକ୍ ହଲିଡେ ସେଲ୍’ର ଘୋଷଣା କରାଯାଇଛି । ୫ ଦିନର ଏହି ସେଲ୍ ଦେଶର ୧୩୨ଟି ସହରରେ ଥିବା ୩୪୦ରୁ ଅଧିକ ବିଗ୍ ବଜାର, ଫୁଡ୍ ବଜାର, ଏଫବିବି ଓ ହାଇପରସିଟି ଷ୍ଟୋରମାନଙ୍କରେ ଉପଲବ୍ଧ ହେଉଛି । ଏହି ସପିଙ୍ଗ ଫେଷ୍ଟିଭାଲରେ ୧୫୦୦ରୁ ଅଧିକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡ଼ିକର ମୂଲ୍ୟରେ ହ୍ରାସ କରାଯାଉଛି ।

ଏହି ସେଲରେ ଗ୍ରାହକମାନଙ୍କ ନିମନ୍ତେ ଗ୍ରୋସେରି, ଗୃହୋପକରଣ, ବସ୍ତ୍ର, ଇଲେକଟ୍ରୋନିକ୍ ସାମଗ୍ରୀ ଆଦି ଉପରେ ଆକର୍ଷଣୀୟ ଅଫର୍ ରହିଛି । ନିତ୍ୟ ବ୍ୟହହାର୍ଯ୍ୟ ସାମଗ୍ରୀ ଉପରେ ବାୟ ୧ ଗେଟ୍ ୧ ଅଫର୍ ମଧ୍ୟ ରହିଛି । ଏହି ସପିଙ୍ଗ ଫେଷ୍ଟିଭାଲରେ ୨୦୦୦ ଟଙ୍କାରୁୁୁୁୁ ଅଧିକ ଜିନିଷ କ୍ରୟରେ ଗ୍ରାହକମାନଙ୍କୁ ୨୦୦ ଟଙ୍କାର ଫ୍ୟୁଚର୍ ପେ ୱାଲେଟ୍ ପ୍ରଦାନ କରାଯାଉଛି । ଏହାକୁ ଆହୁରି ଆକର୍ଷଣୀୟ କରିବା ନିମନ୍ତେ ସର୍ବନିମ୍ନ ୧୫୦୦ଟଙ୍କାର ଦ୍ରବ୍ୟ କିଣିଥିବା ଗ୍ରାହକମାନଙ୍କ ପାଇଁ ରୂପେ କ୍ରେଡିଟ୍ ଅଥବା ଡେବିଟ୍ କାର୍ଡରେ ୧୦%ର ଅଧିକ ରିହାତି ପ୍ରଦାନ କରାଯାଉଛି । ଏଥିସହିତ, ରୋଷେଇ ତଥା ଗୃହ ଉପକରଣ ନିମନ୍ତେ ୪୦% ଏବଂ ମହିଳା, ପୁରୁଷ ଓ ପିଲାମାନଙ୍କ ଅତ୍ୟାଧୁନିକ ଫ୍ୟାସନ୍ ଡିଜାଇନ୍ ପାଇଁ ୫୦% ରିହାତି ରହିଛି । ଗ୍ରାହକମାନେ ଶୀଘ୍ର ବିଲିଂ ପାଇଁ ଅନଲାଇନକୁ ଯାଇ https://www.bigbazaar.com/fast-billing/ ରେ ଏକ ପାସ୍ ବୁକ୍ କରିବାକୁ ହେବ ।

ଏହି ପରିପ୍ରେକ୍ଷୀରେ ବିଗ୍ ବଜାରର ସିଇଓ ସଦାଶିବ ନାୟକ କହିଛନ୍ତିଯେ, “ବିଗ୍ ବଜାରରେ ଆମେ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ନିମନ୍ତେ ସର୍ବଦା ଚେଷ୍ଟାରତ । ପବ୍ଲିକ୍ ହଲିଡେ ସେଲ୍ ମାଧ୍ୟମରେ ଆମ୍ଭେମାନେ ଉକ୍ତୃଷ୍ଟ ରିହାତି ଓ କ୍ୟାସ୍ ବ୍ୟାକ୍ ଅଫର୍ମାନ ପ୍ରଦାନକରି ଆମ୍ଭେମାନେ ଗ୍ରାହକ ମାନଙ୍କୁ ଆକର୍ଷଣୀୟ ସପିଂ ଅନୁଭୂତି ପ୍ରଦାନ କରିବାକୁ ଚାହୁଁଛୁ ।”


Share It

Comments are closed.