ମିସ ଇଂଲଣ୍ଡ ମୁକୁଟ ଓହ୍ଲାଇ କରୋନା ବିରୋଦ୍ଧରେ ଲଢ଼ିବା ପାଇଁ ପୁଣି ଡାକ୍ତରୀ ବୃତିକୁ ଫେରିଛନ୍ତି ଏହି ସୁନ୍ଦରୀ


ଭାଷା ମୁଖର୍ଜୀ ବ୍ରିଟିଶର ନାଗରୀକ କିନ୍ତୁ ଭାରତର କୋଲକାତାରେ ତାଙ୍କର ପିଲାଦିନ ବିତିଛି । ଯେବେ ତାଙ୍କୁ ୯ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପରିବାର ବ୍ରିଟେନକୁ ଚାଲିଆସିଥିଲେ । ଏହି ୨୪ ବର୍ଷୀୟ ସୁନ୍ଦରୀ ୨୦୧୯ରେ ମିସ ଇଂଲଣ୍ଡର ମୁକୁଟ ହାସଲ କରିଥିଲେ । ମିସ ଇଂଲଣ୍ଡ ଟାଇଟେଲ ହାସଲ କରିବା ପୂର୍ବରୁ ସେ ବଷ୍ଟନର ପିଲିଗ୍ରିମ ହସପିଟାଲରେ ଶ୍ୱାସ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଦୁନିଆରେ ଛାଇଥିବା କରୋନା ସଂକ୍ରମଣର ଭୟଭହତାକୁ ଦେଖି ଏହି ମୁକୁଟ ବିଜୟିନୀ ପୁଣି ନିଜର ଡାକ୍ତରୀ କାର୍ଯ୍ୟକୁ ଫେରିବାର ନିଷ୍ପତି ନେଇଛନ୍ତି ।
ସିଏନଏନକୁ ଦେଇଥିବା ଏକ ଇଂଟରଭ୍ୟୁରେ ଭାଷା କହିଛନ୍ତି ଯେ ଗତ ସପ୍ତାହରେ ସେ ବ୍ରିଟେନ ଫେରିଥିଲେ । ମିସ ଇଂଲଣ୍ଡ ମୁକୁଟ ପିନ୍ଧିବା ପରେ ସେ ଦୁନିଆର ଅଲଗା ଅଲଗା ସ୍ଥାନରେ ମାନବୀୟ କାର୍ଯ୍ୟରେ ସାମିଲ ହେଉଥିଲେ । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ସେ ହସପିଟାଲ ଆସିବାର ନିଷ୍ପତି ନେଲେ କାରଣ ଦେଶଙ୍କୁ ଏବେ ତାଙ୍କର ଆବଶ୍ୟକତା ରହିଛି ବୋଲି ସେ ଇଂଟରଭ୍ୟୁରେ ଜଣାଇଛନ୍ତି ।

View this post on Instagram

You ever felt the effect of DIVINE INTERVENTION? Like someone up there is protecting you and magically makes everything come together in the end after numerous hurdles. That's how today felt. This photo has been captured on a phone by the talented @soulful_s , a true singh, who drove 4 hours each way to my hospital, and captured everything within 1 hour. This gentleman made my vision a reality and that for me was actually emotional. Thank you @tamararashford.ox you loyal, I like you ( – DJ Khaled) I couldn't have done this without you girl – that's some Scorpio love right there. Thank you @bitaayazdani and @aishaaa_aa my beauties and all the fantastic staff at my hospital for making my day so special today. There's a reason why you all were placed in my life at this precise junction of my life. What is beauty without a purpose. Love you my precious NHS and all the heroes that make this system a success. Love you pilgrim hospital – my work and worship XXX @missenglandnews @beautywithapurposeofficial @missworld

A post shared by Dr Bhasha Mukherjee (@bhasha05) on

ସେହିଭଳି ଭାଷା ‘ଫକ୍ସ ନ୍ୟୁଜ’କୁ ଦେଇଥିବା ଏକ ଇଂଟରଭ୍ୟୁରେ ଜଣାଇଛନ୍ତି ଯେ, “ଏହା ମୋ ପାଇଁ ଏକ କଷ୍ଟ ନିଷ୍ପତି ନ ଥିଲା । ମୁଁ ଆଫ୍ରିକା, ତୁର୍କୀ ଯାଇଛି ଏବଂ ଭାରତ ସେହି ଏସୀୟ ଦେଶ ଗୁଡ଼ିକ ମଧ୍ୟରେ ପ୍ରଥମ ଥିଲା ଯେଉଁଠାକୁ ମୁଁ ଯାତ୍ରା କରିବାକୁ ଯାଇଥିଲି । । ଭାରତ ପରେ ମୋତେ ଆହୁରି ଅନ୍ୟ ଦେଶକୁ ଯାତ୍ରା କରିବାର ଥିଲା । କିନ୍ତୁ କରୋନା ଭାଇରସ କାରଣରୁ ମୋତେ ମୋ ଯାତ୍ରାକୁ ଅଧାରେ ଛାଡ଼ିବାକୁ ପଡ଼ିଲା । ମୋତେ ଜଣାଥିଲା ଯେ ମୋ ପାଇଁ ସବୁଠାରୁ ଭଲ ସ୍ଥାନ ହସପିଟାଲ ହିଁ ହେବ ।”

ସେ ଜଣାଇଛନ୍ତି ଯେ ସେ ନିଜ ମାନବୀୟ ଯାତ୍ରାରେ ଥିବା ସମୟରେ ତାଙ୍କୁ ସାଙ୍ଗମାନଙ୍କ ଠାରୁ ବାରମ୍ବାର ମେସେଜ ଆସୁଥିଲା । ଏହାପରେ ସେ ସେହି ହସପିଟାଲ ସହ ସମ୍ପର୍କ କଲେ ଯେଉଁଠାରେ ସେ ପୂର୍ବରୁ କାମ କରୁଥିଲେ ଏବଂ ପୁଣି ଜଣେ ଡାକ୍ତର ଭାବେ କାମ କରିବାର ଇଚ୍ଛା ପ୍ରକାଶ କରିଥିଲେ ।
ବର୍ତମାନ ଭାଷା ବିଦେଶରୁ ଆସିଥିବା କାରଣରୁ ୧୫ ଦିନ ପାଇଁ କ୍ୱାରେଂଟାଇନରେ ଅଛନ୍ତି । ଏହାପରେ ସେ କାମ ଆରମ୍ଭ କରିପାରିବେ ।


Share It

Comments are closed.