ଭାରତୀୟ ରେଳ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ରେଳ ଗୁଡ୍‌ସ ସେଡ୍ ଶ୍ରମିକଙ୍କ “ମନ୍ଥନ ୨୦୨୩’ ଆୟୋଜିତ


ଭୁବନେଶ୍ୱର: ଭାରତୀୟ ରେଳ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ସହଯୋଗିତାରେ ନୂଆଦିଲ୍ଲୀରେ ଡକ୍ଟର ଆମ୍ବେଦକର ଇଂଟରନ୍ୟାସନାଲ୍ ସେଂଟରରେ “ମନ୍ଥନ ୨୦୨୩’ ସମ୍ମିଳନୀକୁ ଆୟୋଜନ କରାଯାଇଛି । ସରକାରୀ ସୁବିଧା ପାଇବା ଲାଗି ରେଳବାଇ ଗୁଡ୍‌ସ ସେଡ୍ ଶ୍ରମିକମ।।ନଙ୍କ ଦୀର୍ଘଦିନର ଦାବି ପୂରଣ ହେବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି ।

ଏହି ଅବସରରେ ସଂଖ୍ୟାଲଘୁ ବ୍ୟାପ।।ର ରାଷ୍ଟ୍ରମନ୍ତ୍ରୀ ଜନ୍ ବାର୍ଲା, ପ୍ରସାର ଭାରତୀ ବୋର୍ଡର ସଦସ୍ୟ (ଅର୍ଥ) ତଥା ମୁଖ୍ୟ ଶ୍ରମ ଆୟୁକ୍ତ ଶ୍ରୀ ଡି ପି ଏସ ନେଗି, ଉପ ଶ୍ରମ କଲ୍ୟାଣ ଆୟୁକ୍ତ ଓମ୍ ପ୍ରକାଶ ସିଂହ, ସରକାରୀ ଶ୍ରମ ଆୟୁକ୍ତ ଅମ୍ରିତେଶ, ଶ୍ରମ ପ୍ରବର୍ତନ ଅଧିକାରୀ ଡକ୍ଟର ଅବଦୁଲ କାଦିର, ଉପ ସିଏଲସି ଡକ୍ଟର ଆର ଜି ମିନା, ସୁଶିଲ କୁମାର ଓ ଏନଏଚଆରସିର ରେଜିଷ୍ଟ୍ରାର ବ୍ରିଜବୀର ସିଂହ ଅତିଥି ଭାବେ ଯୋଗଦେଇଥିଲେ ।

ଭାରତୀୟ ରେଳ ଗୁଡ୍‌ସ ସେଡ୍ ଶ୍ରମିକ ସଂଘର ରାଷ୍ଟ୍ରୀୟ ସଭାପତି ତଥା ଭାରତ ସରକାରଙ୍କ ଖାଦ୍ୟ ମନ୍ତ୍ରଣାଳୟର ରାଜ୍ୟସ୍ତରୀୟ ପରାମର୍ଶଦାତା କମିଟିର ସଦସ୍ୟ, ଆଂଚଳିକ ରେଳ ଉପଭୋକ୍ତା ପରାମର୍ଶଦାତା କମିଟିର ସଦସ୍ୟ, ଟେଲିକମ୍ ପରାମର୍ଶଦାତା କମିଟିର ସଦସ୍ୟ ତଥା ଜଣାଶୁଣା ସମାଜସେବୀ ଡ. ପରିମଳ କାନ୍ତି ମଣ୍ଡଳ, ସଂଗଠନର ଉପାଧ୍ୟକ୍ଷ ଏମଆର ସିନ୍ଧୁଖରଚକରବୋରୀ, କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ଭାରତର ବିଭିନ୍ନ ରାଜ୍ୟରେ ଥିବା ରେଳ ଗୁଡ୍‌ସ ସେଡ୍‌ର ଶ୍ରମିକ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ଅନୁଷ୍ଠାନର ରାଷ୍ଟ୍ରୀୟ ସଭାପତି ଡ. ପରିମଳ କାନ୍ତି ମଣ୍ଡଳ କହିଲେ ଯେ, “ବ୍ରିଟିଶ ଶାସନ କାଳରୁ ଏହି ରେଳ ଗୁଡ୍‌ସ ସେଡ୍ ଶ୍ରମିକଙ୍କ ଶୋଷଣ ବିରୋଧରେ ବିଆରଏମଜିଏସୟୁର ଦୀର୍ଘ ସଂଘର୍ଷର ଫଳସ୍ୱରୂପ ଏହି ଶ୍ରମିକମାନେ ବିଭିନ୍ନ ସରକାରୀ ସୁବିଧା ପାଇଛନ୍ତି । ଏବେ ଦେଶର ପ୍ରାୟ ୧୦ ଲକ୍ଷ ରେଳ ଗୁଡ୍‌ସ ସେଡ୍ ଶ୍ରମିକ ସର୍ବନିମ୍ନ ମଜୁରି, ବୀମା, ପେନସନ ଓ ପାନୀୟ ଜଳ, ବିଶ୍ରାମଗୃହ, ଗୁଡ୍‌ସ ସେଡରେ ଶୌଚାଳୟ ସହିତ ସରକାରଙ୍କ ଦ୍ୱାରା ଉପକୃତ ହୋଇଛନ୍ତି । କର୍ମକ୍ଷେତ୍ରରେ ଏକ ସୁସ୍ଥ ଏବଂ ସୁରକ୍ଷିତ କାର୍ଯ୍ୟ ପରିବେଶ ବଜାୟ ରଖିବା ପାଇଁ ରେଳ ବାଇ ଗୁଡସ୍ ସେଡ୍ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆମେ ସ୍କିଲ୍ ଇଣ୍ଡିଆ ସହଯୋଗରେ ଅଛୁ । ଭାରତୀୟ ରେଳବାଇ ଏହି ଶ୍ରମିକମାନଙ୍କୁ ରେଳ କର୍ମଚାରୀ ଭାବରେ ସ୍ୱୀକୃତି ନଦେବା ପର୍ଯ୍ୟନ୍ତ ଏହି ସଂଘର୍ଷ ଜାରି ରହିବ ।’’

ଏହି କାର୍ଯ୍ୟକ୍ରମକୁ ନେଇ ଜାତୀୟ ସ୍ତରରେ ଏକ ନୂଆ ପରିଚାଳନା କମିଟି ଗଠନ କରାଯାଇଥିଲା । ରାଷ୍ଟ୍ରୀୟ ସଭାପତି ଭାବେ ପ୍ରଶାନ୍ତଭଦ୍ର ବାସ ଓ ସାଧାରଣ ସମ୍ପାଦକ ଭାବେ ଅରୂପ କାବ୍ରତ ବାସ୍ ନିର୍ବାଚିତ ହୋଇ ପରିଚାଳନା ଦାୟିତ୍ୱ ଏହି ନୂତନ କମିଟିକୁ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ସରକାରୀ ପ୍ରତିନିଧିମାନେ ବିଆରଏମଜିଏସୟୁ ଆନ୍ଦୋଳନକୁ ସ୍ୱାଗତ ଓ ସମର୍ଥନ କରିବା ସହ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀର ଆବଶ୍ୟକତା ପ୍ରକାଶ କରିଥିଲେ ।


Share It

Comments are closed.