ଭାରତ ଫାଇନାନ୍ସିଆଲ୍ ଇନ୍‌କ୍ଲୁଜନ୍ ଲିମିଟେଡ୍ (ବିଏଫ୍‌ଆଇଏଲ୍‌) ପକ୍ଷରୁ ସା-ଧନ ସହଯୋଗିତାରେ ଆର୍ଥିକ ସାକ୍ଷରତା କର୍ମଶାଳା ଆୟୋଜିତ


ଭୁବନେଶ୍ୱର: ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା ଏବଂ ଆର୍ଥିକ ଉତ୍ପାଦ ଓ ସେବା ବିଷୟରେ ଜ୍ଞାନ ପ୍ରଦାନ କରି ନାଗରିକଙ୍କୁ ସଶକ୍ତ କରିବା ଉଦ୍ୟମ ସ୍ୱରୂପ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ୧୦୦% ସହଯୋଗୀ ସଂସ୍ଥା ଭାରତ ଫାଇନାନ୍ସିଆଲ ଇନ୍‌କ୍ଲୁଜନ୍ ଲିମିଟେଡ୍ (ବିଏଫ୍‌ଆଇଏଲ୍‌) ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୬ଟି ରାଜ୍ୟରେ ଆର୍ଥିକ ସାକ୍ଷରତା କର୍ମଶାଳା ଆୟୋଜନ କରିିଛି । ମାଇକ୍ରୋ ଫାଇନାନ୍ସ କ୍ଷେତ୍ର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ମାନ୍ୟତାପ୍ରାପ୍ତ ଅନୁଷ୍ଠାନ ସା-ଧନ ସହଯୋଗିତାରେ ଏହି କର୍ମଶାଳାଗୁଡ଼ିକୁ ଆୟୋଜନ କରାଯାଇଛି ।
ଓଡ଼ିଶାର କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ୧୦ଟି କର୍ମଶାଳା ଆୟୋଜନ କରାଯାଇଥିଲା ଯେଉଁଥିରେ ୮୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ଭାବ ବିନିମୟ କାର୍ଯ୍ୟକ୍ରମ, ଅଡିଓ ଭିଜୁଆଲ ଉପସ୍ଥାପନା, ବିଭିନ୍ନ ଆର୍ଥିକ ବିଷୟ ଉପରେ ବିଶେଷଜ୍ଞମାନଙ୍କୁ ନେଇ ସେମିନାର, ଠକେଇକୁ ନେଇ ସଚେତନତା,ଉପଯୁକ୍ତ ଋଣ ଚୟନ, ଆୟ ସୃଷ୍ଟିକାରୀ ବ୍ୟବସ୍ଥାରେ ଋଣ ପାଣ୍ଠିକୁ ନିବେଶ ଏବଂ ଆର୍ଥିକ ଯୋଜନା ଆଦି କର୍ମଶାଳାରେ ଅନ୍ତର୍ଭୁକ୍ତ ଥିଲା ।
ଭାରତ ଫାଇନାନ୍ସିଆଲ ଇନ୍‌କ୍ଲୁଜନ୍ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜେ. ଶ୍ରୀଧରନ କହଛନ୍ତି ଯେ, “ଭାରତରେ ଗ୍ରାମୀଣ ଅଂଚଳର ଏକ ବଡ଼ ଭାଗ ଦାରିଦ୍ର‌୍ୟମୁକ୍ତ ହୋଇଥିବା ବେଳେ ସେମାନଙ୍କ ପାଇଁ ସୁକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ର ଉଲ୍ଲେଖନୀୟ ଉଦ୍ୟମିତା ସୁଯୋଗ ସୃଷ୍ଟି କରିଛି । ସେମାନଙ୍କ ସଂସ୍ଥାକୁ ସଫଳ କରିବା ଏବଂ ଦେଶର ଅଭିବୃଦ୍ଧିକୁ ସୁଦୃଢ଼ କରିବା ସହିତ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ସେମାନଙ୍କୁ ଆର୍ଥିକ ସାକ୍ଷରତା ଦକ୍ଷତା ପ୍ରଦାନ କରିବା ଗୁରୁତ୍ୱପୂର୍ଣ୍ଣ । ଆମ କର୍ମଶାଳା ଅଂଶଗ୍ରହଣକାରୀମାନଙ୍କୁ ସୂଚନା ଆଧାରରେ ନିଷ୍ପତି ନେବା ଏବଂ ଉପଯୁକ୍ତ ଉତ୍ପାଦ ଓ ସେବା ହାସଲ କରିବା ଲାଗି ଆବଶ୍ୟକ ଜ୍ଞାନ ଓ ଦକ୍ଷତା ପ୍ରଦାନ କରିଛି । ଏକ ଆତ୍ମନିର୍ଭର ଭାରତ ପାଇଁ ଆର୍ଥିକ ସେବାକୁ ଦେଶର କୋଣ ଅନୁକୋଣରେ ପହଂଚାଇବାକୁ ଆମେ ଲକ୍ଷ୍ୟ ରଖିଛୁ ।”
ଭାରତ ଫାଇନାନ୍ସିଆଲ ଇନ୍‌କ୍ଲୁଜନ୍ ଲିମିଟେଡ୍‌ର ଚିଫ୍ ଅପରେଟିଂ ଅଫିସର ବିକାଶ ମୁଟ୍ଟୋ କହିଛନ୍ତି ଯେ, “ସା-ଧନ ସହିତ ଆମର ସହଯୋଗିତା ଜରୀଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପ୍ରତି ବିଏଫ୍‌ଆଇଏଲ୍ ଏହାର ପ୍ରତିବଦ୍ଧତା ଦୋହରାଇଛି । ସ୍ଥାନୀୟ କର୍ମଶାଳା ଆୟୋଜନ କରି ଆର୍ଥିକ ସଚେତନତା ବଢ଼ାଇବା ଏବଂ ଅର୍ଥ ପରିଚାଳନାର ମୂଳତତ୍ୱ ଯଥା ବଜେଟ୍ ପ୍ରସ୍ତୁତି, ସଂଚୟ ଏବଂ ବୁଦ୍ଧିମାନ ଋଣ ଚୟନ, ଆଦି ଜରିଆରେ ଲୋକଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ଆବଶ୍ୟକ ଅର୍ଥ ପରିଚାଳନା ଦକ୍ଷତା ଜରିଆରେ ଆମର ବିଶ୍ୱାସ ରହିଛି ଯେ ଲୋକମାନେ ସୂଚନା ଆଧାରରେ ଆର୍ଥିକ ନିଷ୍ପତି ନେଇପାରିବେ ଏବଂ ସଙ୍କଟ ସମୟରେ ବିଶ୍ୱାସର ସହ ଆଗକୁ ବଢ଼ିପାରିବେ ।”


Share It

Comments are closed.