ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌, ଆପୋଲୋରେ ଚାଲିଛି ଚିକିତ୍ସା


ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ପେଟ ଯନ୍ତ୍ରଣାର ଅନୁଭବ କରିବାରୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଭିତରେ ତାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ପ୍ରଦୁଷିତ ପାଣି ପିଉଥିବାର ଦେଖିବାକୁ ମିଳୁଛି। ଏଥିରେ ଏହି କଥାର ଚର୍ଚ୍ଚା ହେଉଛି , ସତରେ କଣ ଏହି ଜଳକୁ ପିଇବାରୁ ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହେଲା।

ଆମ୍‌ ଆଦମୀ ପାର୍ଟିର ପଞ୍ଜାହ ୟୁନିଟ୍‌ ପକ୍ଷରୁ ସେୟାର କରାଯାଇ ଥିବା ଭିଡ଼ିଓରେ ଭଗୱନ୍ତ ମାନ୍‌ ଗୋଟିଏ ନଦୀରୁ ଗ୍ଲାସ୍‌ ପାଣି ଭର୍ତ୍ତି କରି ପିଉଥିବାର ନଜର ଆସୁଛି। ପଞ୍ଜାବ ୟୁନିଟ୍‌ ପକ୍ଷରୁ ସେୟାର କରାଯାଇ ଥିବା ଭିଡ଼ିଓର କ୍ୟାପସନରେ ପଞ୍ଜାବୀରେ ଲେଖା ଯାଇଛି , ମୁଖ୍ୟମନ୍ତ୍ରୀ ସୁଲ୍‌ତାନପୁର ଲୋଧିରେ ପବିତ୍ର ଜଳ ପିଇ ଗୁରୁ ନାନକ ସାହିବଙ୍କ ଭୂମିକୁ ପ୍ରଣାମ କରିଥିଲେ । ଭଗୱନ୍ତ ମାନ୍‌ ଓ ରାଜ୍ୟସଭା ସଦସ୍ୟ ସନ୍ତ ସେଚେୱାଲଜୀ ପବିତ୍ର ସ୍ଥାନର ସଫେଇର କାର୍ଯ୍ୟ ନେଇଛନ୍ତି ।

ଏହି ଭିଡ଼ିଓ ୧୭ ଜୁଲାଇରେ ଟ୍ୱିଟ୍‌ କରାଯାଇଥିଲା । ପରିବେଶବିତ୍‌ ଓ ରାଜ୍ୟସଭା ସାଂସଦ ବଲବୀର ସିଂହ ସିଚେୱାଲ ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକ୍‌ ବିନ୍‌ ନଦୀର ସଫେଇ ଅଭିଯାନକୁ ଡାକିଥିଲେ। ଏହି ସମୟରେ ଭଗୱନ୍ତ ମାନ୍‌ ଗୋଟିଏ ଗ୍ଲାସ୍‌ ପାଣି ପିଇ ଥିଲେ । ଏହି ପାଣିରେ ଆଖପାଖର ସହର ଓ ଗାଁର ସିୱେଜର ପାଣି ମଧ୍ୟ ମିଶୁଥିଲା । ଏହାକୁ ବିନା ସଙ୍କୋଚରେ ଭଗୱନ୍ତ ମାନ ପିଇ ଥିଲେ। ଏହାର କିଛି ଦିନ ପରେ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଲା । ହେଲେ ଆମ୍‌ ଆଦମୀ ପାର୍ଟି ବା ପଞ୍ଜାବ ସିଏମ୍‌ଙ୍କ ପକ୍ଷରୁ ଏହାକୁ ନେଇ କୌଣସି ବୟାନ ଜାରି ହୋଇ ନାହିଁ ।

ଭଗୱନ୍ତ ମାନ ଆଡମିଟ୍‌ ହେବାକୁ ନେଇ ଆରମ୍ଭରେ ଖବର ଆସିଥିଲା ,ସେ ରୁଟିନ୍‌ ଚେକଅପ୍‌ ପାଇଁ ଭର୍ତ୍ତି ହୋଇଛନ୍ତି । ହେଲେ କିଛି ମିଡ଼ିଆ ରିପୋର୍ଟସରେ ଏହି କଥା ବି ସାମ୍ନାକୁ ଆସିଛି ଯେ, ସେ ପେଟ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।


Share It

Comments are closed.