ବନ୍ଧନ ବ୍ୟାଙ୍କର ମୋଟ ବ୍ୟବସାୟରେ ୧୭% ବୃଦ୍ଧି


୨୦୨୩ ଡିସେମ୍ବର ୩୧ ସୁଦ୍ଧା ମୋଟ ବ୍ୟବସାୟ ୨.୩୩ ଲକ୍ଷ କୋଟି ଟଙ୍କା
ମୋଟ ଜମା ବର୍ଷକୁ ବର୍ଷ ୧୫% ବୃଦ୍ଧି ସହ ୧.୧୭ ଲକ୍ଷ କୋଟି ଟଙ୍କା
ମୋଟ ଜମାରେ ରିଟେଲ୍‌ର ଭାଗ ୭୧%
କାସା ଅନୁପାତ ସୁସ୍ଥକର ୩୬.୧%
ଲୋନ୍ ବୁକ୍ ବର୍ଷକୁ ବର୍ଷ ୧୯% ବୃଦ୍ଧି ସହ ୧.୧୬ ଲକ୍ଷ କୋଟି ଟଙ୍କା


ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ବ୍ୟାଙ୍କର ମୋଟ ବ୍ୟବସାୟ ଏହି ସମୟରେ ୧୭ ପ୍ରତିଶତ ବୃଦ୍ଧି ପାଇ ୨.୩୩ ଲକ୍ଷ କୋଟି ଟଙ୍କା ହୋଇଛି । ମୋଟ ଜମାରେ ବ୍ୟାଙ୍କର ରିଟେଲ୍ ଭାଗ ଏବେ ୭୧ ପ୍ରତିଶତ ରହିଛି । ବିତରଣରେ ସମ୍ପ୍ରସାରଣ ଓ ଅନୁକୂଳ ପରିଚାଳନା ପରିବେଶକୁ ନେଇ ଏହି ତ୍ରୈମାସିକରେ ବ୍ୟାଙ୍କ ସନ୍ତୁଳିତ ଅଭିବୃଦ୍ଧି ହାସଲ କରିଛି।


ଏହି ତ୍ରୈମାସିକରେ ବ୍ୟାଙ୍କ ଦେଶରେ ୨୬ଟି ଶାଖା କୋଲିଛି । ବ୍ୟାଙ୍କ ଭାରତରେ ୬୨୫୦ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଜରିଆରେ ୩.୨୬ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ବନ୍ଧନ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ୭୫୦୦୦ରୁ ଅଧିକ ରହିଛି ।
୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୫% ବୃଦ୍ଧି ପାଇଛି । ମୋଟ ଜମା ଏବେ ୧.୧୭ ଲକ୍ଷ କୋଟି ଟଙ୍କା ରହିଛି ଏବଂ ମୋଟ ଅଗ୍ରୀମ ପରିମାଣ ୧.୧୬ ଲକ୍ଷ କୋଟି ଟଙ୍କା ହୋଇଛି । (କରେଂଟ୍‌) ଚଳନ୍ତୀ ଓ ସଂଚୟ ଖାତା ପୁସ୍ତିକା (କାସା) ମୋଟ ଜମାର ୩୬.୧% ରହିଛି । ବ୍ୟାଙ୍କ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ୱଚ୍ଛତା ଅନୁପାତ (ସିଏଆର୍‌) ଦ୍ୱିତୀୟ ୧୯.୮% ରହିଛି ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି ।
ଫଳାଫଳ ସମ୍ପର୍କରେ ଚନ୍ଦ୍ର ଶେଖର ଘୋଷ, ଏମଡି ଓ ସିଇଓ, ବନ୍ଧନ ବ୍ୟାଙ୍କ କହିଛନ୍ତି ଯେ, “ବହୁ ବର୍ଷ ଧରି ତୃତୀୟ ତ୍ରୈମାସିକ ବ୍ୟାଙ୍କ ପାଇଁ ଏକ ଅଭିବୃଦ୍ଧି ପର୍ଯ୍ୟାୟ ହୋଇରହିଛି । ଏହି ତ୍ରୈମାସିକର ଶୁଭାରମ୍ଭ ବେଳେ ବ୍ୟାଙ୍କ କୋର୍ ବ୍ୟାଙ୍କିଙ୍ଗ ସିଷ୍ଟମ୍ (ସିବିଏସ୍‌) ଆଡ଼କୁ ଅଗ୍ରସର ହୋଇଥିଲା । ନୂଆ ବ୍ୟବସ୍ଥା ସହିତ ବ୍ୟବସାୟ ଅଭିବୃଦ୍ଧି ଆହୁରି ସୁଦୃଢ଼ ହେବ ବୋଲି ଆମର ବିଶ୍ୱାସ ରହିଛି । ଗ୍ରାହକମାନଙ୍କ ଆବଶ୍ୟକତାକୁ ସୁହାଇବା ଭଳି ଉତ୍ପାଦ ଓ ସେବା ଜରିଆରେ ସମସ୍ତଙ୍କୁ ସେବା ପ୍ରଦାନ କରିବାକୁ ବ୍ୟାଙ୍କ ପ୍ରତିବଦ୍ଧ । ସାରା ଦେଶର ବୃହତ ଜନସଂଖ୍ୟା ପାଖରେ ପହଂଚିବା ଲାଗି ବିତରଣ ସମ୍ପ୍ରସାରଣ ସୁଯୋଗକୁ ଆମେ ପ୍ରତ୍ୟକ୍ଷ ଭାବେ ଅନୁଶୀଳନ କରିବା ଜାରି ରଖିବୁ ।’’
ବ୍ୟାଙ୍କ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଏସ୍‌ଏମ୍‌ଇ ଋଣ, ସୁନା ଋଣ, ବ୍ୟକ୍ତିଗତ ଋଣ ଏବଂ ଗାଡ଼ି ଋଣ ସମେତ ଅନ୍ୟାନ୍ୟ ଉତ୍ପାଦରେ ବ୍ୟାଙ୍କ ଏହାର ପୋର୍ଟଫୋଲିଓ ବଢ଼ାଇଛି । ବ୍ୟାଙ୍କ ପକ୍ଷରୁ ଗତବର୍ଷ କମର୍ସିଆଲ୍ ଯାନ ଋଣ ଏବଂ ବ୍ୟବସାୟ ପାଇଁ ସଂପତି ବିରୋଧ ଋଣ ବର୍ଗର ଶୁଭାରମ୍ଭ କରିଛି ଯାହା ଆଗାମୀ କିଛି ତ୍ରୈମାସିକରେ ଏହାର ବୁକ୍ ଅଭିବୃଦ୍ଧି ଆହୁରି ବଢ଼ାଇବାରେ ସହାୟକ ହେବ ।


Share It

Comments are closed.