ବନ୍ଧନ ବ୍ୟାଙ୍କ ପକ୍ଷରୁ ନୂତନ ନିଯୁକ୍ତି ସହ ନେତୃତ୍ୱ ଟିମ୍‌ର ସୁଦୃଢ଼ୀକରଣ


ରାଜିନ୍ଦର କୁମାର ବବରଙ୍କୁ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଚିଫ୍ ବିଜନେସ୍ ଅଫିସର

ଦେଶର ଅନ୍ୟତମ ଅଗ୍ରଣୀ ସାର୍ବଜନୀନ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପକ୍ଷରୁ ନୂତନ ନିଯୁକ୍ତି ସହ ନେତୃତ୍ୱ ଟିମ୍‌କୁ ସୁଦୃଢ଼ କରାଯାଇଛି । ବ୍ୟାଙ୍କ ତରଫରୁ ରାଜିନ୍ଦର କୁମାର ବବରଙ୍କୁ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଚିଫ୍ ବିଜନେସ୍ ଅଫିସର ଭାବେ ନିଯୁକ୍ତ କରାଯାଇଛି । ସେ ବାଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ ଓ ଟ୍ରେଜେରି ପୋର୍ଟଫୋଲିଓ ସହ ସମସ୍ତ ବ୍ୟବସାୟର ଦେଖାଶୁଣା କରିବେ । ବ୍ୟାଙ୍କ ଶିଳ୍ପରେ ତାଙ୍କର ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ରହିଛି । ସେ ଏଚଡିଏଫସି ବ୍ୟାଙ୍କ, ସେଂଚୁରିଅନ ବ୍ୟାଙ୍କ, ସେଂଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ବିଭିନ୍ନ ବିଭାଗରେ କାମ କରିଥିବା ବେଳେ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଟ୍ରାକ୍ଟର ଫାଇନାନ୍ସର ମୁଖ୍ୟ ଥିଲେ ।
ବ୍ୟାଙ୍କ ପକ୍ଷରୁ ଗତ ମାସରେ ରାଜୀବ ମନ୍ତ୍ରୀଙ୍କୁ ମୁଖ୍ୟ ବିତ ଅଧିକାରୀ (ସିଏଫ୍‌ଓ) ଭାବେ ନିଯୁକ୍ତ କରାଯାଇଥିଲା । ଭାରତ, ସିଙ୍ଗାପୁର ଓ ୟୁଏଇର ବ୍ୟାଙ୍କ ଓ ଫାଇନାନ୍ସ କ୍ଷେତ୍ରର କାମ କରିବାର ରାଜୀବଙ୍କ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ରହିଛି । ସେ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ଓ ସିଟି ବ୍ୟାଙ୍କ ପାଇଁ କାମ କରିଥିଲେ ।
ସନ୍ତୋଷ ନାୟାର ବ୍ୟାଙ୍କର କଂଜ୍ୟୁମର ଲେଣ୍ଡିଂ ଆଣ୍ଡ ମଡଗେଜସର ମୁଖ୍ୟ ଭାବେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ଏଚଡିଏଫସି ଲିମିଟେଡ୍‌, ଆମେରିକାନ ଏକ୍ସପ୍ରେସ୍ ଓ କୋଟାକ୍ ମହିନ୍ଦ୍ରା ପ୍ରାଇମସ୍ ସହ କାର୍ଯ୍ୟ କରିଥିଲେ ।
ବନ୍ଧନ ବ୍ୟାଙ୍କର ଏମଡି ଓ ସିଇଓ ଚନ୍ଦ୍ର ଶେଖର ଘୋଷ କହିଛନ୍ତି ଯେ, \”ରାଜିନ୍ଦର, ରାଜୀବ ଏବଂ ସନ୍ତୋଷଙ୍କୁ ବନ୍ଧନ ବ୍ୟାଙ୍କ ଟିମରେ ସ୍ୱାଗତ କରି ଆମେ ଆନନ୍ଦିତ । ସେମାନଙ୍କର ପ୍ରଭାବଶାଳୀ ପୃଷ୍ଠଭୂମି ଏବଂ ନେତୃତ୍ୱ ଦକ୍ଷତା ଆମ ପାଇଁ ଅମୂଲ୍ୟ ସମ୍ପତି ହେବ । କାରଣ ଆମେ ନୂତନତା ଏବଂ ବୃଦ୍ଧି ଜାରି ରଖିଛୁ । ଆମର ବରିଷ୍ଠ ପରିଚାଳନା ଟିମର ଏହି ସୁଦୃଢ଼ୀକରଣ ଅସାଧାରଣ ବ୍ୟାଙ୍କିଙ୍ଗ୍ ସମାଧାନ ପ୍ରଦାନ କରିବା ଏବଂ ଆମର ଗ୍ରାହକମାନଙ୍କ ପାଇଁ ନିରନ୍ତର ମୂଲ୍ୟ ପ୍ରଦାନ କରିବା ପାଇଁ ଆମର ସମର୍ପଣ ଭାବକୁ ଦୋହରାଇଛି ।’’
ବନ୍ଧନ ବ୍ୟାଙ୍କ ଏକ ରୋମାଞ୍ଚକର ନୂଆ ଅଧ୍ୟାୟ ଆରମ୍ଭ କରୁଥିବା ବେଳେ ନିକଟରେ ବ୍ୟାଙ୍କରେ ଯୋଗ ଦେଇଥିବା ଏହି ତିନି ଜଣ ଏବଂ ଅନ୍ୟାନ୍ୟ ବରିଷ୍ଠ ଲିଡରମାନେ ସଂଗଠନ ଉପରେ ସକାରାତ୍ମକ ପ୍ରଭାବ ପକାଇବେ ବୋଲି ଏହା ଆଶା ରଖିଛି ।


Share It

Comments are closed.