ଚାହୁଁ ଚାହୁଁ ବନ୍ୟା ଜଳରେ ଭାସିଗଲା ଘର


ଚାହୁଁ ଚାହୁଁ ହଠାତ୍ ପାଣିରେ ମିଶିଗଲା ଚାଳ ଛପର ଘର l ଘର ଭାଙ୍ଗିବାର ଲାଇଭ୍ ଦୃଶ୍ୟ କ୍ୟାମେରାରେ ହୋଇଛି କଏଦ୍ l ସୂଚନା ଅନୁଯାୟୀ ବନ୍ତ ବ୍ଲକ୍ ରାମଚନ୍ଦ୍ରପୁର ଗାଁର ସୁବାଷ ଯେନା ଲଗାଣ ବର୍ଷା ପ୍ରଭାବରେ କପାଳୀ ନଦୀର ଜଳ ଘରେ ପଶିବା ଯୋଗୁଁ ନିଜ ଘର ଛାଡ଼ି ପିଲା ଓ ସ୍ତ୍ରୀଙ୍କୁ ଘର ବାହାରକୁ ନେଇ ପଳାଇ ଆସିଥିଲେ l ଆଉ କିଛି ସମୟ ମଧ୍ୟରେ ନଦୀର ଜଳ ସମ୍ପୂର୍ଣ୍ଣ ଭାବେ ଘରେ ପଶିବା ସହ ସୁବାଷଙ୍କ ପରିବାର ରହୁଥିବା ଚାଳ ଛପର ଘରଟି ହଠାଥ୍ ଭାଙ୍ଗି ପଡ଼ିଥିଲା l ଆଉ ସେହି ଘରେ ରହି ଯାଇଥିବା ସମସ୍ତ ଆସବାବ ପତ୍ର ମଧ୍ୟ ନଷ୍ଟ ହୋଇ ଯାଇଛି I ଏବେ ସୁବାଷ ଓ ତାଙ୍କର ପରିବାର କେଉଁଠି ରହିବେ ଓ କିପରି ଚଳିବେ ସେନେଇ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ସଂପୂର୍ଣ୍ଣ ପରିବାର l


Share It

Comments are closed.