ବାବରି ମସଜିଦ ଭଙ୍ଗା ଘଟଣା, ଆଡଭାନୀଙ୍କ ସମେତ ସମସ୍ତ ୩୨ ଜଣ ଅଭିଯୁକ୍ତ ଦୋଷମୁକ୍ତ


ବାବ୍ରି ମସଜିଦ୍ ଭଙ୍ଗା ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆଜି ନିଜର ରାୟ ଦେଇଛନ୍ତି। କୋର୍ଟ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ଉମା ଭାରତୀଙ୍କ ସହିତ ୩୨ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। କୋର୍ଟରେ ବୁଧବାର ବିଚାରପତି ଯେତେବେଳେ ରାୟ ଶୁଣାଉଥିଲେ ଆଡଭାନୀ ତାଙ୍କ ଝିଅ ପ୍ରତିଭାଙ୍କ ହାତ ଧରି ବସିଥିବାର ଦେଖିବାକୁ ମିଳିଥିଲେ। ସୋସିଆଲ ମିଡିଆରେ ଜଣେ ୟୁଜର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଆଡଭାନୀଙ୍କୁ ଦେଖିପାରିବେ। ଏଥିରେ ଆଡଭାନୀ ଏକ ଟିଭି ଚ୍ୟାନେଲ ମାଧ୍ୟମରେ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଉଛନ୍ତି, ଏହି ସମୟରେ ସେ ନିଜର ଝିଅର ହାତ ଧରି ବସିଥିଲେ। ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖିପାରିବେ।

ସେଭଳି ରାୟ ଆସିବା ପରେ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଆଡଭାନୀ ଜୟ ଶ୍ରୀ ରାମ ସ୍ଲୋଗାନ ଦେବା ସହିତ କୋର୍ଟଙ୍କ ରାୟକୁ ସ୍ୱାଗତ କରିବା ସହ କହିଥିଲେ-ଆଜିର ଦିନ ଖୁବ୍ ଖୁସିର ଦିନ। ୯୨ ବର୍ଷୀୟ ଆଡଭାନୀ ରାୟ ପ୍ରକାଶ ପରେ ନିଜର ରୁମରୁ ବାହାରି ଜୟ ଶ୍ରୀ ରାମ ସ୍ଲୋଗାନ ଦେବା ସହିତ ଗଣମାଧ୍ୟମକୁ ଶୁଭେଚ୍ଛା ଜଣାଇଥିଲେ।


Share It

Comments are closed.