ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ପ୍ରବାସୀ ଭାରତୀୟ ଗ୍ରାହକଙ୍କ ପାଇଁ ଡିଜିଟାଲ୍ ଆମେରିକୀୟ ଡଲାର ମିଆଦୀ ଜମା ଖାତାର ଶୁଭାରମ୍ଭ


ଭୁବନେଶ୍ୱର, ୨୭ ମାର୍ଚ୍ଚ ୨୦୨୪: ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଆକ୍ସିସ୍ ବ୍ୟାଙ୍କ ଆଇବିୟୁ-ଗିଫ୍ଟ ସିଟିରେ ପ୍ରବାସୀ ଭାରତୀୟ ଗ୍ରାହକମାନଙ୍କ ଲାଗି ଡିଜିଟାଲ୍ ଆମେରିକୀୟ ଡଲାର ମିଆଦୀ ଜମା ଖାତା ଖୋଲିବାର ଶୁଭାରମ୍ଭ କରାଯାଇଛି । ଏହା ସହିତ ପ୍ରଥମ ବ୍ୟାଙ୍କ ଭାବେ ଆକ୍ସିସ୍ ବ୍ୟାଙ୍କ ଗିଫ୍‌ଟ ସିଟି ଜମା ପାଇଁ ଡିଜିଟାଲ୍ ଯାତ୍ରାର ଶୁଭାରମ୍ଭ କରିଛି ।
ଆକ୍ସିସ୍ ବ୍ୟାଙ୍କର ପ୍ରବାସୀ ଭାରତୀୟ ଗ୍ରାହକମାନେ ବ୍ୟାଙ୍କର ମୋବାଇଲ୍ ଆପ୍ଲିକେସନ୍ “ଓପନ୍ ବାଏ ଆକ୍ସିସ୍ ବ୍ୟାଙ୍କ’ ଜରିଆରେ ୟୁଏସ୍ ଡଲାର ମିଆଦୀ ଜମା ଖୋଲିପାରିବେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କିଛି କାମ ଡିଜିଟାଲ୍ ମାଧ୍ୟମରେ କରି ଏବଂ ପ୍ରତ୍ୟକ୍ଷ କାଗଜପତ୍ର ଆବଶ୍ୟକତାକୁ ଦୂର କରି ଏହା ପ୍ରବାସୀ ଭାରତୀୟ ଗ୍ରାହକଙ୍କ ପାଇଁ ୟୁଏସ୍ ଡଲାର ମିଆଦୀ ଜମା ବୁକିଂ କରିବା ପ୍ରକ୍ରିୟାର ସରଳୀକରଣ କରିଛି । ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ମିଆଦୀ ଖାତା ଖୋଲିବା ସୁବିଧା ଜରିଆରେ ଗ୍ରାହକମାନେ ସେମାନଙ୍କ ଏଫ୍‌ଡିକୁ ଟ୍ରାକ୍ ଓ ପରିଚାଳନା କରିପାରିବେ ।
ଆକର୍ଷଣୀୟ ସୁଧ ସହିତ ଏନ୍‌ଆର୍‌ଆଇମାନଙ୍କୁ ଆକ୍ସିସ୍ ବ୍ୟାଙ୍କ ଅନ୍ୟତମ ଶ୍ରେଷ୍ଠ ନିବେଶ ସୁଯୋଗ ପ୍ରଦାନ କରୁଛି । ୟୁଏସ୍ ଡଲାର ଫିକ୍ସଡ୍ ଡିପୋଜିଟ୍‌ରେ ସାତ ଦିନିଆରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତର ନିବେଶ ଭଳି ବ୍ୟାପକ ଅବଧି ପ୍ରଦାନ କରାଯାଉଛି । ଗ୍ରାହକମାନେ ଆକ୍ସିସ୍ ବ୍ୟାଙ୍କ ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ଏଫ୍‌ଡିକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ଅନୁରୋଧ କରିପାରିବେ ।
ଆକ୍ସିସ୍ ବ୍ୟାଙ୍କର ଅଧ୍ୟକ୍ଷ ତଥା ହୋଲସେଲ ବ୍ୟାଙ୍କିଙ୍ଗ୍ ପ୍ରଡକ୍ଟସ୍ ମୁଖ୍ୟ ବିବେକ ଗୁପ୍ତା କହିଛନ୍ତି ଯେ, “ଗିଫ୍ଟ ସିଟିର ଏକ ଅଗ୍ରଣୀ ବ୍ୟାଙ୍କ ଭାବରେ ଆକ୍ସିସ୍ ବ୍ୟାଙ୍କ ଉଭୟ କର୍ପୋରେଟ୍ ଏବଂ ରିଟେଲ୍‌୍ ପାଇଁ ଏକ ପସନ୍ଦଯୋଗ୍ୟ ଆର୍ôଥକ ସେବା ଗନ୍ତବ୍ୟସ୍ଥଳ ଭାବରେ ଗିଫ୍ଟ ସିଟିକୁ ବିକଶିତ କରିବା ପାଇଁ ସରକାରଙ୍କ ଦୃଷ୍ଟିକୋଣକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଆମର ଗିଫ୍ଟ ସିଟି ଆଇଏଫଏସସି ବ୍ୟାଙ୍କିଂ ୟୁନିଟ୍ (ଆଇବିୟୁ)ର ଡିଜିଟାଲ ଏଫଡି ଖୁଚୁରା ଏନଆରଆଇ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦେଇଥିବା ସୁଯୋଗରେ ଆମେ ଉତ୍ସାହିତ । ଆଇବିୟୁର ଡିଜିଟାଲ୍ ୟୁଏସ୍ ଡଲାର ଏଫ୍‌ଡି ଏନଆରଆଇ ଗ୍ରାହକଙ୍କ କାର୍ଯ୍ୟକାଳ ଏବଂ ସୁଧ ହାରର ଏକାଧିକ ବିକଳ୍ପ ଚୟନ କରିବାକୁ ସକ୍ଷମ କରୁଛି ଏବଂ ସେମାନଙ୍କୁ ଆଇବିୟୁର ଉତ୍ସର୍ଗୀକୃତ ଦଳରୁ ଉଚ୍ଚ ଗୁଣବତା ସେବା ସୁନିଶ୍ଚିତ କରାଯାଇପାରିବ ।’’
ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍ଜିକ୍ୟୁଟିଭ୍ ଏବଂ ହେଡ୍ – ଆଫ୍ଲୁଏଂଟ ବ୍ୟାଙ୍କିଙ୍ଗ, ଏନ ଆର୍ ଆଇ, କାର୍ଡସ୍ ଏଣ୍ଡ ପେମେଂଟସ୍ ଅର୍ଜୁନ ଚୌଧୁରୀ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ ଓପନ୍ ବ୍ୟାଙ୍କିଙ୍ଗ୍‌ର ଶକ୍ତିରେ ବିଶ୍ୱାସ କରେ ଏବଂ ଆମେ ଡିଜିଟାଲ-ପ୍ରଥମ ଉତ୍ପାଦରେ ନିରନ୍ତର ନିବେଶ କରୁଛୁ । ଏହି ପ୍ରୟାସରେ ଆମେ ଆମର ଏନଆରଆଇ ଗ୍ରାହକମାନଙ୍କ ପାଇଁ ଗିଫ୍ଟ ସିଟିରେ ଡିଜିଟାଲ ଆମେରିକୀୟ ଡଲାର ଏଫଡି ପ୍ରଚଳନ କରିବାକୁ ଉତ୍ସାହିତ ଯେଉଁମାନେ ବର୍ତମାନ ଆମ ସହିତ ଏକ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ଅଭିଜ୍ଞତାର ଲାଭ ଉଠାଇ ପାରିବେ । ଏହି ପ୍ରସ୍ତାବ କାଗଜପତ୍ରର ଆବଶ୍ୟକତାକୁ ଦୂର କରି ଆମ ଗ୍ରାହକମାନଙ୍କୁ ସୁବିଧା ପ୍ରଦାନ କରୁଛି ଏବଂ ଏହା ସହିତ ଏକ ଆକର୍ଷଣୀୟ ସୁଧ ହାର ଏବଂ ବିସ୍ତୃତ ଅବଧି ସହିତ ଏକ ସୁରକ୍ଷିତ ନିବେଶ ସୁଯୋଗ ପ୍ରଦାନ କରୁଛି ।’’


Share It

Comments are closed.