ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀ ହାଫ୍‌-ମାରାଥନ୍‌ରେ ଦୌଡ଼ିଲେ ୪୦୦୦ ଅଂଶଗ୍ରହଣକାରୀ


ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଆଥଲେଟିକ୍ ଆସୋସିଏସନ ସହଯୋଗରେ ଦୌଡ଼ ଆୟୋଜିତ
ଆସୋସିଏସନ ଅଫ୍ ଇଂଟରନ୍ୟାସନାଲ୍ ମାରାଥନ୍‌ସ ଆଣ୍ଡ୍ ଡିଷ୍ଟାନ୍ସ ରେସେସ୍ (ଏଆଇଏମ୍‌ଏସ୍‌)ଠାରୁ ବିଶ୍ୱସ୍ତରୀୟ ମାନ୍ୟତା ହାସଲ
୨୧ କିମି, ୧୦ କିମି, ୫ କିମି ଭଳି ତିନିଟି ବର୍ଗରେ ଦୌଡ଼ ଆୟୋଜିତ
ବନ୍ୟଜନ୍ତୁ, ହାତୀ ସୁରକ୍ଷା ଓ ଜୈବ ବିବିଧତାର ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ
ବିଜେତାଙ୍କୁ ୯.୬୪ ଲକ୍ଷ ଟଙ୍କାର ପୁରସ୍କାର ରାଶି
୨୧ କିମି ପୁରୁଷ ଓ ମହିଳା ବର୍ଗ଼ରେ ଯଥାକ୍ରମେ ରାଜସ୍ଥାନ ଅଲୱରର ଶ୍ରୀ ହେମନ୍ତ ସିଂ ଏବଂ ପଶ୍ଚିମବଙ୍ଗ ପଶ୍ଚିମ ମେଦିନାପୁରର ଶ୍ରୀମତୀ ଶ୍ୟାମଳୀ ସିଂ ବିଜୟୀ

ଢେଙ୍କାନାଳ: ଟାଟା ଷ୍ଟିଲ୍ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଆଥଲେଟିକ୍ ଆସୋସିଏସନ୍ ସହଯୋଗରେ ରବିବାର ଟାଟା ଷ୍ଟିଲ୍ ମେରାମଣ୍ଡଳୀ ହାଫ୍‌-ମାରାଥନ୍ ଆୟୋଜିତ ହୋଇଯାଇଛିି । କପିଳାସ ବନ୍ୟଜନ୍ତୁ ଅଭୟାରଣ ପାରିପାଶ୍ୱିର୍କ ଅଂଚଳରେ ଏହି ଦୌଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାର ବିଷୟବସ୍ତୁ ଥିଲା ‘ବନ୍ୟାଜନ୍ତୁଙ୍କ ସୁରକ୍ଷା ପାଇଁ ଦୌଡ଼’ ।

ଏହି କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଢେଙ୍କାନାଳର ମାନ୍ୟବର ବିଧାୟକ ସୁଧୀର ସାମଲ, ଢେଙ୍କାନାଳ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍ ମନୋରଞ୍ଜନ ମଲ୍ଲିକ, ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ମଦକର ସନ୍ଦୀପ ସମ୍ପତ, ଢେଙ୍କାନାଳର ବନଖଣ୍ଡ ଅଧିକାରୀ ସୁମିତ କର, ଟାଟା ଷ୍ଟିଲ୍‌ର ଉପସଭାପତି (କର୍ପୋରେଟ ସେବା) ଚାଣକ୍ୟ ଚୌଧୁରୀ, ଟାଟା ଷ୍ଟିଲର ଭିପି (କଂଚାମାଲ) ଡିବି ସୁନ୍ଦର ରମମ, ଟାଟା ଷ୍ଟିଲ୍ ମେରାମଣ୍ଡଳୀ, ଗ୍ରାଫିନ ଓ ନିଉ ମାଟେରିଆଲ ବିଜନେସ୍‌ର ଭିପି (ଅପରେସନ୍ସ) ସୁବୋଧ ପାଣ୍ଡେ । ସେହିପରି, ଟାଟା ଷ୍ଟିଲ୍ କଳିଙ୍ଗନଗରର ଭିପି (ଅପରେସନ୍ସ) ରାଜୀବ କୁମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ହାଫ୍‌-ମାରାଥନ୍‌ରେ ପ୍ରାୟ ୪୦୦୦ ଦୌଡପ୍ରେମୀ ଅଂଶଗ୍ରହଣକରିଥିବା ବେଳେ ସେମାନଙ୍କ ଉତ୍ସାହ ବଢ଼ାଇବା ଏବଂ କ୍ରୀଡ଼ା ମନୋଭାବ ପ୍ରତି ସମର୍ଥନ ଜଣାଇବା ଲାଗି ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା । ୧୯ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ପୁରୁଷ ଓ ମହିଳାଙ୍କ ପାଇଁ ୨୧ କିମି ଓ ୧୦ କିମି ଏବଂ ୧୪ରୁ ୧୯ ବର୍ଷ ବୟସର ବାଳକ ଓ ବାଳିକାମାନଙ୍କ ଲାଗି ୫ କିମି ଭଳି ତିନିଟି ବର୍ଗରେ ଦୌଡ଼ ଆୟୋଜନ କରାଯାଇଥିଲା ।

ସମସ୍ତ ଦୌଡ଼ ବର୍ଗରେ ₹୯,୬୪,୦୦୦ ( ନଅ ଲକ୍ଷ ଚଉଷଠି ହଜାର ଟଙ୍କା)ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ୨୧ କିମି ପୁରୁଷ ବର୍ଗରେ ରାଜସ୍ଥାନ ଅଲୱାରର ଶ୍ରୀ ହେମନ୍ତ ସିଂ ବିଜୟୀ ହୋଇଥିବା ବେଳେ ମହିଳା ବର୍ଗରେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନାପୁରର ଶ୍ରୀମତୀ ଶ୍ୟାମଳୀ ସିଂ ବିଜୟିନୀ ହୋଇଛନ୍ତି ।

୨୧ କିମି ଦୌଡ଼ର ଉଭୟ ପୁରୁଷ ଓ ମହିଳା ବର୍ଗର ବିଜେତାଙ୍କୁ ସର୍ବୋଚ୍ଚ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ହାଫ୍‌-ମାରାଥନରେ ଆନ୍ତର୍ଜାତିକ ମାନଦଣ୍ଡକୁ ହାସଲ କରିବା ପାଇଁ ଏଥିରେ ଟାଇମିଂ ମ୍ୟାଟ୍‌ସ, ଆରଏଫ୍‌ଆଇଡି ଚିପ୍‌, ରୁଟ୍‌ରେ ସ୍ପ୍ଲିଟ୍ ଟାଇମିଂ ମ୍ୟାଟ୍‌, ଟ୍ରାକିଂ କ୍ୟାମେରା, ୱାଇ-ଫାଇ ନେଟ୍‌ୱର୍କ ଭଳି ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରାଯାଇଥିଲା । ଏଭଳି ଦୌଡ଼ ଆୟୋଜନରେ ବିଶେଷତା ହାସଲ କରିଥିବା ଜାତୀୟ ସ୍ତରର ଏଜେନ୍ସିଙ୍କୁ ଦୌଡ଼ ଦେଖାଶୁଣାରେ ନିୟୋଜିତ କରାଯାଇଥିଲା ।

ଟାଟା ଷ୍ଟିଲ ମେରାମଣ୍ଡଳୀ ହାଫ୍‌-ମାରାଥନ୍ ଆସୋସିଏସନ ଅଫ ଇଂଟରନ୍ୟାସନାଲ ହାଫ ମାରାଥନ ଆଣ୍ଡ ଡିଷ୍ଟାନ୍ସ ରେସେସ୍ (ଏଆଇଏମଏସ)ଠାରୁ ବିଶ୍ୱସ୍ତରୀୟ ମାନ୍ୟତା ହାସଲ କରିଛି । ଏହା ହେଉଛି ବିଶ୍ୱବ୍ୟାପୀ ହେଉଥିବା ମାରାଥନ ଓ ଦୂର ଦୌଡ଼ର ଦେଖାଶୁଣା କରୁଥିବା ମୋନାକୋସ୍ଥିତ ଏକ ସଂଗଠନ । ଏଆଇଏମଏସର ଏହି ମାନ୍ୟତା କାର୍ଯ୍ୟକ୍ରମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହୋଇଛି ।
ଏହି ଅବସରରେ ଆଖପାଖ ଅଂଚଳର ବିଭିନ୍ନ ଶିଳ୍ପାନୁଷ୍ଠାନ ଯଥା ଏମଜିଏମ ମିନେରାଲନ୍ସ, ରିମ୍ ଝିମ୍ ଇସ୍ପାତ ଲିମିଟେଡ଼, ଅନଗୁଳ ଏନର୍ଜି ଲିମିଟେଡ, ଟାଟା ଷ୍ଟିଲ ୟୁଆଇଏସ୍‌ଏଲ୍‌, ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସ୍ ଲିମିଟେଡ୍‌, ଟାଟା ଷ୍ଟିଲ୍ ସପୋର୍ଟ ସର୍ଭିସ୍ ଲିମିଟେଡ୍‌ଙ୍କ ସହଯୋଗରେ ଏହି ଦୌଡ଼ ସଫଳତାର ସହ ଆୟୋଜିତ ହୋଇଯାଇଛିି ।

Position

21K

10K

5K

Men

Women

Men

Women

Boys

Girls

1st

1,00,000

1,00,000

61,000

61,000

15,000

15,000

2nd

71,000

71,000

41,000

41,000

10,000

10,000

3rd

41,000

41,000

31,000

31,000

8,000

8,000

4th

31,000

31,000

21,000

21,000

6,000

6,000

5th

21,000

21,000

11,000

11,000

5,000

5,000


Share It

Comments are closed.