ଅଂଶୁପାରେ ଅରାଚଣ୍ଡୀ ଉଚ୍ଚ ବିଦ୍ୟାମନ୍ଦିର ନିସ୍ତିପୁର ୨୦୧୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ସଫଳ


‘ପହିଲି ରଜ’ର ପବିତ୍ର ଅବସରରେ ‘ଅରାଚଣ୍ଡି ଉଚ୍ଚ ବିଦ୍ୟାମନ୍ଦିର, ନିସ୍ତିପୁର ୨୦୧୦ ମାଟ୍ରିକ୍ ବ୍ୟାଚ’ର “ବନ୍ଧୁ ମିଳନ ଉତ୍ସବ” ବୁଧବାର ଅଂଶୁପାର ମନୋରମ ତଥା ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୩ ବର୍ଷ ପରେ କଟକ ଜିଲ୍ଲା ବାଙ୍କୀ ବ୍ଲକ ଜାତମୁଣ୍ଡିଆ-ସୁବର୍ଣ୍ଣପୁରର ନାଭି କେନ୍ଦ୍ରରେ ଥିବା ଅଂଶୁପା ସ୍ଥିତ ସାଇ ଭୋଜି ମଣ୍ଡପରେ ଆୟୋଜିତ ଏହି ଉତ୍ସବ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଛି ।

ବାଙ୍କୀ ଉପଖଣ୍ଡରେ ଇତିହାସରେ ଅଗାଧ୍ୟ ପାଣ୍ଡିତ୍ୟ ରଖୁଥିବା ଶିକ୍ଷକ ହରିହର ସ୍ୱାଇଁ ଦୀପ ପ୍ରଜ୍ଜ୍ୱଳନ କରି ବନ୍ଧୁ ମିଳନକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ । ପୁରାତନ ଛାତ୍ରୀମାନଙ୍କ ଦ୍ୱାରା ସମସ୍ତ ସମ୍ମାନିତ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ ଅପର୍ତ୍ତି ସାମଲ ନିଜର ୪୦ ବର୍ଷର  ଶିକ୍ଷାଦାନ ଉପରେ ଆଲୋକପାତ କରିଥିଲେ । ପୁରାତନ ଶିକ୍ଷକ ହରିହର ସ୍ୱାଇଁ ଇତିହାସ ଓ ଅତୀତର ଅନୁଭୂତି ସହ ପିଲା ମାନଙ୍କ ସହ ବିତାଇଥିବା ସ୍ମୃତିକୁ ମନେ ପକାଇଥିଲେ । ଶିକ୍ଷକ ଅପର୍ତ୍ତି ରାଉତ, ସରୋଜ ବେହେରା ନିଜର ଓଜସ୍ୱୀ ଅଭିଭାଷଣ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ । ଶିକ୍ଷକ ଅକ୍ଷୟ ଜେନା, ଗଣେଶ୍ୱର ସ୍ୱାଇଁ ସର୍ବଦା ସତ୍ୟ ପଥରେ ଯିବା ସହ ସ୍କୁଲକୁ ସବୁବେଳେ ଯିବା ଆସିବା କରିବା ଏବଂ ଶିକ୍ଷାନୁଷ୍ଠାନ ପ୍ରତି ନିଜର ସହଯୋଗ ଓ ସହାୟତା ଦେବା ପାଇଁ ଅପିଲ୍ କରିଥିଲେ । ଅନୁରୂପ ଭାବରେ କର୍ମଚାରୀ ବଂଶୀଧର ରାଉତ ଓ ରାମଚନ୍ଦ୍ର ବାରିକ ପିଲା ମାନଙ୍କର ଭଲ ପାଇବା ପାଇଁ ଧନ୍ୟବାଦ ଦେବା ସହ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଦିବଙ୍ଗତ ଶିକ୍ଷକ ଶିବପ୍ରସାଦ ବଳ ସାମନ୍ତ ଓ ଦିବଙ୍ଗତ ଛାତ୍ରଛାତ୍ରୀ ମାନଙ୍କ ସ୍ମରଣାର୍ଥେ ଦୁଇ ମିନିଟ ନୀରବ ପାର୍ଥନା ହୋଇଥିଲା । ଶେଷରେ ଛାତ୍ରୀମାନେ ସମ୍ମାନିତ ଅତିଥି ମାନଙ୍କୁ ଉପହାର ପ୍ରଦାନ କରିଥିଲେ । ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବ୍ୟକ୍ତିଗତ ଭାବରେ ଶିକ୍ଷାନୁଷ୍ଠାନ ପାଇଁ ସବୁପ୍ରକାର ସହଯୋଗ କରାଯିବ ବୋଲି ଘୋଷଣା କରାଯାଇଥିଲା।

ପୁରାତନ ଛାତ୍ର ପ୍ରିୟବ୍ରତ ବେଉରା ଓ ସତ୍ୟଜିତ୍ ସାମଲ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ । ବିଶ୍ୱରଞ୍ଜନ ପ୍ରଧାନ, ରମାକାନ୍ତ ରାଉତ, ସତ୍ୟଜିତ ବେଉରା, ଦିଲ୍ଲୀପ ସାହୁ, ତପନ ମହାନ୍ତି, ବିଦ୍ୟାଧର ପ୍ରଧାନ, ମୋତିରଞ୍ଜନ ବେହେରା, କାହ୍ନୁ ରାଉତ, ଚନ୍ଦ୍ରକାନ୍ତ ମହାନ୍ତି, କିଷାନ ରାଉତ, ଅନିଲ ମହାନ୍ତି, ଦିନେଶ ରଣା, ଜିତୁ, ପିଣ୍ଟୁ, କାହ୍ନୁଆ, ଲାଲା, ବିକାଶ, ମଳୟ, ରଞ୍ଜନ, ଦାମ, ରକି, ମିଟୁ, ବିରଞ୍ଚି, ବାଇନ, କାହ୍ନା, ଚିକୁ, କମଳାକାନ୍ତ, ଲିକି, ପିଙ୍କି, ଗୀତି, ନମିତା, ସୁନିତା, ବାସନ୍ତି, ସବିତା, ନିରୁପମା, ପୂଜା, ମିଞ୍ଜି, ରୋଜିନା, ବାସନ୍ତି ପ୍ରମୁଖ ଶତାଧିକ ପୁରାତନ ଛାତ୍ରଛାତ୍ରୀମାନେ ସାମିଲ ହୋଇ ‘ବନ୍ଧୁ ମିଳନ’ ଉତ୍ସବକୁ ସଫଳ କରିଥିଲେ ।


Share It

Comments are closed.