ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ୍‌ସ ଲିମିଟେଡ୍ ପକ୍ଷରୁ ୧୦୫୦ କୋଟି ଟଙ୍କା ପର୍ଯ୍ୟନ୍ତର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ


ଭୁବନେଶ୍ୱର: ଭାରତର ଅଷ୍ଟମ ବୃହତ ହୋଟେଲ୍ ଶୃଙ୍ଖଳା ହେଉଛି ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ୍‌ସ ଲିମିଟେଡ୍ । ଏହା ଦି ପାର୍କ, ଦି ପାର୍କ କଲେକ୍ସନ, ଜୋନ୍ ବାଏ ଦି ପାର୍କ, ଜୋନ୍ କନେକ୍ଟ ବାଏ ଦି ପାର୍କ ଏବଂ ଷ୍ଟପ୍ ବାଏ ଜୋନ୍ ବ୍ରାଣ୍ଡ୍ ଅଧୀନରେ ହୋଟେଲ୍‌ଗୁଡ଼ିକୁ ପରିଚାଳନା କରୁଛି ।
ଆପିକେ ସୁରେନ୍ଦ୍ର ପାର୍କସ୍ ହୋଟେଲ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । କଂପାନି ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୧୦୫୦ କୋଟି ଟଙ୍କା ହାସଲ କରିବାକୁ ଯୋଜନା ରଖିଛି । ଏହି ଇସ୍ୟୁରେ ୬୫୦ କୋଟି ଟଙ୍କା ପର୍ଯ୍ୟନ୍ତର ନୂଆ ଇକ୍ୱିଟି ସେୟାର ଜାରି କରିବା ଏବଂ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାରକୁ ଅଫର ଫର ସେଲ୍‌ରେ ଉପଲବ୍ଧ କରାଇବା ଯୋଜନା ରହିଛି ।
ଆଇପିଓରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କଂପାନି (୧) ୫୫୦ କୋଟି ଟଙ୍କାର ଥିବା ଋଣର କିଛି ଅଂଶ କିମ୍ବା ସମ୍ପୂର୍ଣ୍ଣ ଭାବେ ଆଗୁଆ ପରିଶୋଧ କିମ୍ବା ପରିଶୋଧ କରିବା, ଏବଂ (୨) ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ ।
ଅଫର ଫର୍ ସେଲ୍‌ରେ ବିକ୍ରି ପାଇଁ ଆପିଜେ ସୁରେନ୍ଦ୍ର ଟ୍ରଷ୍ଟ୍‌ର ୮୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର, ଆପିଜେ ପ୍ରାଇଭେଟ୍ ଲିମିଟେଡ୍‌ର ୨୯୬ କୋଟି ଟଙ୍କାର ଇକ୍ୱିଟି ସେୟାର, ଆରଇସିପି ଚତୁର୍ଥ ପାର୍କ ହୋଟେଲ୍ ଇନଭେଷ୍ଟର୍ସ ଲିମିଟେଡ୍‌ର ୨୩ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ଏବଂ ଆରଇସିପି ଚତୁର୍ଥ ପାର୍କ ହୋଟେଲ୍ କୋ-ଇନେଭେଷ୍ଟର୍ସ ଲିମିଟେଡ୍‌ର ୧ କୋଟି ଟଙ୍କା ମୂଲ୍ୟର ଇକ୍ୱିଟି ସେୟାର ଉପଲବ୍ଧ ରହିବ ।
ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ରେ ପ୍ରସ୍ତାବ ଦିଆଯାଇଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ଓ ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ।


Share It

Comments are closed.