ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲସ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ଫେବ୍ରୁଆରି ୫ରେ ଖୋଲିବ


ଭୁବନେଶ୍ୱର: ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ୍‌ସ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ୨୦୨୪ ଫେବ୍ରୁଆରି ୫, ସୋମବାର ଖୋଲିବ । ଏହି ଅଫରରେ ୯୨୦ କୋଟି ଟଙ୍କାର ଇମ୍ବିଟି ସେୟାର ଜାରି କରାଯିବ । ସେଥିରୁ ୬୦୦ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବାକୁ ଥିବା ବେଳେ ୩୨୦ କୋଟି ଟଙ୍କାର ଇକ୍ୱିଟି ସେୟାରକୁ ଅଂଶଧନକାରୀମାନେ ଅଫର ଫର ସେଲ୍‌ରେ ଉପଲବ୍ଧ କରାଇବେ ।
ଏହି ଅଫରରେ ଆଙ୍କର ନିବେଶକମାନେ ୨୦୨୪ ଫେବ୍ରୁଆରି ୨, ଶୁକ୍ରବାର ବିଡ୍ ଦାଖଲ କରିପାରିବେ । ବିଡ୍‌/ଅଫର ୨୦୨୪ ଫେବ୍ରୁଆରି ୫, ସୋମବାର ଖୋଲିବ ଏବଂ ୨୦୨୪ ଫେବୁଆରି ୭, ବୁଧବାର ଦିନ ବନ୍ଦ ହେବ ।
ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୧୪୭ ଟଙ୍କାରୁ ୧୫୫ ଟଙ୍କା ମଧ୍ୟରେ ରହିବ । ସର୍ବନିମ୍ନ ୯୬ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୯୬ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ାଯାଇପାରିବ ।
ଏହି ଅଫରରୁ ମିଳିବାକୁ ଥିବା ପାଣ୍ଠିକୁ କମ୍ପାନି ଏହାର କେତେକ ବକେୟା ଋଣକୁ ସମ୍ପୂର୍ଣ୍ଣ ଓ ଆଂଶିକ ପରିଶୋଧ କରିବା ଏବଂ ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି ।
ଅଫର ଫର ସେଲ୍‌ରେ ଆପିଜେ ପ୍ରାଇଭେଟ୍ ଲିମିଟେଡ୍ ୨୯୬ କୋଟି ଟଙ୍କାଳ ଆରଇସିପି ୪ ପାର୍କ ହୋଟେଲ୍ ଇନଭେଷ୍ଟର୍ସ ଲିମିଟେଡ୍ ୨୩ କୋଟି ଟଙ୍କା ଏବଂ ଆରଇସିପି ୪ ପାର୍କ ହୋଟେଲ କୋ-ଇନଭେଷ୍ଟର୍ସ ଲିମିଟେଡ୍ ୧ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍ ସବୁ ସେୟାର ନେବେ ନାହିଁ ତେବେ ଅବଶିଷ୍ଟ ସେୟାରକୁ କୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ । ସେବି ନିୟମ ଅନୁସାରେ ନେଟ୍ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।
କମ୍ପାନିର ସେୟାରଗୁଡ଼ିକୁ ବମ୍ବେ ଷ୍ଟକ୍ ବଜାର ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ରେ ତାଲିକାଭୁକ୍ତ କରାଯିବ । ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ୟୁନିଷ୍ଟୋନ କ୍ୟାପିଟାଲ ପ୍ରାଇଭେଟ୍ ଲିମିଟେଡ ।


Share It

Comments are closed.