ଖୁବ ଶୀଘ୍ର ଦେଶରେ ମିଳିପାରେ ଆଣ୍ଟି କୋଭିଡ ଟୀକା


ଭାରତକୁ କରୋନା ବିରୋଧ ଲଢେଇରେ ଆଉ ଏକ ନୂଆ ଅସ୍ତ୍ର ମିଳିବାକୁ ଯାଉଛି। ଭାରତର ଔଷଧ ମହାନିୟନ୍ତ୍ରକ କରୋନାର (DCGI)ବଟିକା ମୋଲନୁପିରାଭିରକୁ ଡାଟାର ସମୀକ୍ଷା କରୁଛି। ସନ୍ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରୀଜ୍ କହିଛନ୍ତି, ସେ ପର୍କ ଶର୍ପ ଡୋନମେ (ଏମଏସଡି) ଓ ରିଜବ୍ୟାକ୍ ଓ ମୋଲନୁପିରାଭିରକୁ ମୋଲେକ୍ସଭିର ବ୍ରାଣ୍ଡ ନାମରେ ଆଣିବାକୁ ପୁରା ପ୍ରସ୍ତୁତି ଚାଲିଛି। ସମ୍ପର୍କରେ ସୂଚନା ଦେଇଛନ୍ତି ଭାରତ ସରକାରଙ୍କ ବୈଜ୍ଞାନିକ ଓ ଔଦ୍ୟୋଗିକ ଗବେଷଣା ପରିଷଦ (ଡିସିଜିଆଇ)ର କୋଭିଡ୍ ଷ୍ଟ୍ରାଟର୍ଜି ଗ୍ରୁପର ମୁଖ୍ୟ ଡ. ରାମ ବିଶ୍ବକର୍ମା ।

ଏହି ଔଷଧକୁ ଖୁବ୍ ଶୀଘ୍ର ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିପାରେ। ସନ୍ ଫାର୍ମା ଭାରତର ସେହି କମ୍ପାନୀ ଭିତରୁ ଅନ୍ୟତମ, ଯାହା ସହିତ ସ୍ବେଚ୍ଛାକୃତ ଲାଇସେନ୍ସ ଚୁକ୍ତି କରାଯାଇଛି। ଉଲ୍ଲେଖନୀୟ ଯେ, ଆମେରିକା ମଧ୍ୟ molnupiravir ସମୀକ୍ଷା କରୁଛି।

କିଏ ଏହି ଔଷଧ କିଏ ଗ୍ରହଣ କରିପାରିବେ ଆସନ୍ତୁ ଜାଣିବା। କରୋନାର ଏହି ଔଷଧ ସେହି ବୟସ୍କଙ୍କ ପାଇଁ ରହିଛି, ଯେଉଁମାନଙ୍କ ନିକଟରେ କରୋନାର ଗମ୍ଭୀର ଲକ୍ଷଣ ରହିଥିବ କିମ୍ବା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର ବିପଦ ରହିଥିବ। ୟୁକେରେ ପୂର୍ବରୁ ହିଁ ଏଭଳି ଔଷଧକୁ ମଞ୍ଜୁରୀ ମିଳିସାରିଛି। ତେବେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଆଣ୍ଟି-କୋଭିଡ ବଟିକା ଟିକାର ସ୍ଥାନ ନେବା ପାଇଁ ଉଦ୍ଦିଷ୍ଟ ନୁହେଁ। କୋଭିଡର ଲକ୍ଷଣ ଦେଖାଯିବା ପରେ ପ୍ରଥମ କିଛି ଦିନ ମଧ୍ୟରେ ବଟିକା ନିଆଯାଇ ପାରେ।


Share It

Comments are closed.