ରିଲିଜ ହେଲା ୨୦୧୯ ଆଇସିସି କ୍ରିକେଟ ବିଶ୍ୱ କପର ପ୍ରଥମ ଭିଡିଓ


୨୦୧୯ ଆଇସିସି କ୍ରିକେଟ ବିଶ୍ୱ କପ ଆଗାମୀ ବର୍ଷ ଇଂଲଣ୍ଡର ମେଜବାନିରେ ଆୟୋଜିତ ହେବାକୁ ଯାଉଛି । ସେଥିପାଇଁ କ୍ରିକେଟର ଏହି ମହାକୁମ୍ଭ ପାଇଁ ଆଇସିସି ପକ୍ଷରୁ ଏକ ପ୍ରମୋସନାଲ ଭିଡିଓ ଜାରୀ କରାଯାଇଛି । ଆଇସିସି ପକ୍ଷରୁ ଏହି ଭିଡିଓ ଜାରୀ କରାଯିବା ପରେ ଅଳ୍ପ ସମୟ ମଧ୍ୟରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲାଣି । ଏହି ଗୀତର ଟାଇଟେଲ ହେଉଛି “ ଆଇ ଆମ ଅନ ଦ ଟଫ ଅଫ ଦ ୱାର୍ଲଡ ।”
ଏହି ଭିଡିଓରେ ଗ୍ରୁପ ଡ୍ୟାନ୍ସରଙ୍କ ଓ ମୁଜ୍ୟିସିଆନଙ୍କ ସହ ଇଂଲଣ୍ଡର ପୂର୍ବତ୍ତନ ଅଲରାଉଣ୍ଡର ଆଣ୍ଡ୍ରିୟୁ ଫ୍ଲିଣ୍ଟଫଙ୍କୁ ଦେଖିବାକୁ ମିଳିଛି । ଆଇସିସି ପକ୍ଷରୁ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରାଯାଇଥିବାବେଳେ, ଏହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓକୁ ବର୍ତ୍ତମାନ ସୁଧା ୪୫୭ ହଜାରରୁ ଉଦ୍ଧ୍ୱର୍ ଥର ସିନ ହୋଇସାରିଲାଣି । ସେହିପରି ଟ୍ୱିଟରେ ୩୦୦ରୁ ଉଦ୍ଧ୍ୱର୍ର୍ ଲୋକେ ଏହି ଭିଡିଓ ଉପରେ ରିଟ୍ୱିଟ କରିବା ସହ ୨୦୦୦ରୁ ଉଦ୍ଧ୍ୱର୍ ଲୋକେ ଲାଇକ କରିସାରିଲେଣି ।


Share It

Comments are closed.