ଏକ ଭିନ୍ନ ଆକ୍ରମଣ


ଭୁବନେଶ୍ୱର: ଆଜିକୁ ଠିକ୍ ଏକ ବର୍ଷ ପୂର୍ବେ ଦିନ ଥିଲା ୨୦୨୩ ଜାନୁଆରି ୨୫ । ନ୍ୟୁୟର୍କର ଏକ ସର୍ଟ-ସେଲର ପକ୍ଷରୁ ଆଦାନି ଗ୍ରୁପ୍ ବିରୋଧରେ କରାଯାଇଥିବା ଅଭିଯୋଗର ଖବର ମୁଁ ଜଳଖିଆ କରୁଥିବା ସମୟରେ ପାଇଥିଲି ।
ତାହାକୁ ନିଜ ଆଡ଼ୁ ଏକ “ଗବେଷଣା ରିପୋର୍ଟ’ ଭାବେ ଉପସ୍ଥାପନ କରି ସେଥିରେ ପୁରୁଣା ଅଭିଯୋଗଗୁଡ଼ିକ ବ୍ୟବହାର କରାଯାଇଥିଲା ଯାହାକୁ ମୋ ବିରୋଧୀମାନେ ଗଣମାଧ୍ୟମରେ ସେମାନଙ୍କ ସହଯୋଗୀମାନଙ୍କ ଜରିଆରେ ଜୀବନ୍ୟାସ ଦେବାକୁ ଚେଷ୍ଟା କରୁଥିଲେ । ମୋଟାମୋଟି ଭାବେ ଏହା ଏକ ଚତୁର ଭାବରେ ପ୍ରସ୍ତୁତ ହୋଇଥିବା ଅର୍ଧ ସତ୍ୟ ଥିଲା ଯାହା ଅଜଣା ଏବଂ ସାର୍ବଜନୀନ ଭାବେ ଉପଲବ୍ଧ ତଥ୍ୟ ଆଧାରରେ ପ୍ରସ୍ତୁତ କରାଯାଇଥିଲା ।
ଆମ ବିରୋଧରେ ମିଥ୍ୟା ଓ ଭିତିହୀନ ଅଭିଯୋଗ କିଛି ନୂଆ କଥା ନଥିଲା । ତେଣୁ ଏକ ବିସ୍ତୃତ ପ୍ରତିକ୍ରିୟା ଜାରି କରିବା ପରେ ମୁଁ ସେ ବିଷୟରେ ଆଉ ଚିନ୍ତା କରିନଥିଲି ।
କିନ୍ତୁ ସତ କ’ଣ ଜଣାପଡ଼ିବା ପୂର୍ବରୁ ମିଛ ବହୁଦୂର ଆଗେଇ ଯାଇଥିଲା । ମୋ ଲାଳନପାଳନ ମୋତେ ସତର ଶକ୍ତି ଶିଖାଇଥିଲା, ମିଥ୍ୟାର ଶକ୍ତି କ’ଣ ତାହା ମୋତେ ଏଥିରୁ ଶିକ୍ଷା ମିଳିଥିଲା ।
ସର୍ଟ-ସେଲର୍ ଆକ୍ରମଣର ପ୍ରଭାବ ସାଧାରଣତଃ ଆର୍ôଥକ ବଜାରରେ ସୀମିତ ରହିଥାଏ । ତେବେ ଏହା ଥିଲା ଏକ ସ୍ୱତନ୍ତ୍ର ଦୁଇ ପାଖିଆ ଆକ୍ରମଣ । ସେଥିରୁ ଗୋଟିଏ ଆର୍ଥିକ ଓ ଅନ୍ୟଟି ରାଜନୈତିକ ଥିଲା । ଉଭୟ ଆକ୍ରମଣ ପରଷ୍ପରକୁ ବଳ ଯୋଗାଉଥିଲା । ଗଣମାଧ୍ୟମରେ କିଛି ଲୋକଙ୍କ ଦ୍ୱାରା ସମର୍ôଥତ ଏବଂ ପ୍ରୋତ୍ସାହିତ ଆମ ବିରୋଧରେ ମିଥ୍ୟା ପ୍ରଚାର ଆମ କଂପାନିର ବଜାର ପୁଞ୍ଜିକୁ ଯଥେଷ୍ଟ ହ୍ରାସ କରିବା ଭଳି କ୍ଷତିକାରକ ଥିଲା । ସାଧାରଣତଃ ପୁଞ୍ଜି ବଜାର ଯୁକ୍ତିଯୁକ୍ତ ଅପେକ୍ଷା ଅଧିକ ଭାବପ୍ରବଣ । ମୋତେ ଦୁଃଖ ଲାଗୁଛି ଯେ ହଜାର ହଜାର କ୍ଷୁଦ୍ର ନିବେଶକ ସେମାନଙ୍କର ସଂଚୟ ରାଶି ହରାଇଥିଲେ । ଯଦି ଆମ ବିରୋଧୀଙ୍କ ଯୋଜନା ସମ୍ପୂର୍ଣ୍ଣ ସଫଳ ହୋଇଥାନ୍ତା ତେବେ ବନ୍ଦର ଓ ବିମାନବନ୍ଦରଠାରୁ ଆରମ୍ଭ କରି ବିଦ୍ୟୁତ୍ ଯୋଗାଣ ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ନଷ୍ଟ ହୋଇଯାଇଥାନ୍ତା ଏବଂ ତାହା ଦେଶ ପାଇଁ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଥାନ୍ତା । କିନ୍ତୁ ଆମ ପାଖରେ ଥିବା ଦୃଢ଼ ସଂପତି, ଆମ ପରିଚାଳନାର ଦୃଢ଼ତା ଏବଂ ଆମ ସ୍ୱଚ୍ଛ ଘୋଷଣାନାମା (ଡିସ୍‌କ୍ଲୋଜର) ଯୋଗୁଁ ଋଣପ୍ରଦାନକାରୀ ସଂସ୍ଥା ଏବଂ ରେଟିଂ ଏଜେନ୍ସି ସମେତ ଅଧିକ ସଚେତନ ଆର୍ôଥକ ଗୋଷ୍ଠୀ ଏହି ମିଛରେ ପ୍ରଭାବିତ ହୋଇନଥିଲେ । ସେମାନେ ଆମ ସହିତ ଦୃଢ଼ ଭାବରେ ଠିଆ ହୋଇରହିଥିଲେ ।
ଏହି ପରିସ୍ଥିତିକୁ ସମ୍ଭାଳିବା ପାଇଁ ଆମ ପାଖରେ କୌଣସି ବାଟ ନଥିଲା । ଆମ ବ୍ୟବସାୟର ଦୃଢ଼ତା ଉପରେ ବିଶ୍ୱାସ ଏହି ପରିସ୍ଥିତିର ମୁକାବିଲା ଲାଗି ଆମ ରଣନୀତି ନିର୍ଧାରଣ କରିବାରେ ସହାୟକ ହୋଇଥିଲା । ଆମର ପ୍ରଥମ ନିଷ୍ପତି ଥିଲା ଆମ ନିବେଶକମାନଙ୍କୁ ସୁରକ୍ଷା ଦେବା । ୨୦,୦୦୦ କୋଟି ଟଙ୍କାର ସଫଳ ଏଫ୍‌ପିଓ ସତ୍ୱେ ଆମେ ସେଥିରୁ ମିଳିଥିବା ପାଣ୍ଠି ଫେରସ୍ତ କରିବାକୁ ନିଷ୍ପତି ନେଇଥିଲୁ । କର୍ପୋରେଟ୍ ଇତିହାସରେ ଅଭୂତପୂର୍ବ ଏହି ପଦକ୍ଷେପ ନିବେଶକଙ୍କ କଲ୍ୟାଣ ଏବଂ ନୈତିକ ବ୍ୟବସାୟ ଅଭ୍ୟାସ ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଉଛି ।
ଏହି ଅସ୍ପଷ୍ଟ ଲଢ଼େଇ ଭିତରେ ଆମର ସବୁଠାରୁ ବଡ ଅସ୍ତ୍ର ଥିଲା ପର୍ଯ୍ୟାପ୍ତ ପରିମାଣର ନଗଦ ରାଶି । ଆମର ୩୦,୦୦୦ କୋଟି ଟଙ୍କାର ଦୃଢ଼ ନଗଦ ଭଣ୍ଡାରକୁ ବୃଦ୍ଧି କରିବା ପାଇଁ ଆମେ ଜିକ୍ୟୁଜି ପାର୍ଟନର୍ସ ଏବଂ କ୍ୟୁଆଇଏ ଭଳି ବିଶ୍ୱସ୍ତରୀୟ ନିବେଶକମାନଙ୍କୁ ଆମ ଗ୍ରୁପ୍ କମ୍ପାନିଗୁଡ଼ିକରେ ଅଂଶଧନ ବିକ୍ରି ମାଧ୍ୟମରେ ଅତିରିକ୍ତ ୪୦,୦୦୦ କୋଟି ଟଙ୍କା ସଂଗ୍ରହ କରି ଆମର ଆର୍ôଥକ ସ୍ଥିତିକୁ ଆହୁରି ସୁଦୃଢ଼ କରିଥିଲୁ । ତାହା ପରବର୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତର ଋଣ ପରିଶୋଧ କରିବା ଲାଗି ଆବଶ୍ୟକ ପାଣ୍ଠି ସହ ସମାନ ଥିଲା । ଏହା ଜରିଆରେ ଆମେ ଲମ୍ବା ଲଢ଼େଇ ପାଇଁ ନଗଦ ରାଶିର ଭଣ୍ଡାର ସୃଷ୍ଟି କରିଥିଲୁ ଏବଂ ତାହା ବଜାରରେ ଏବଂ ଭାରତରେ ବିଶ୍ୱସ୍ତରୀୟ ଭିତିଭୂମି ଗଠନ କରିବାର ବିଶ୍ୱାସକୁ ଫେରାଇ ଆଣିଥିଲା ।
ମାର୍ଜିନ୍ ସହ ଲିଙ୍କ୍ ଥିବା ୧୭୫୦୦ କୋଟି ଟଙ୍କାର ଋଣକୁ ଆଗୁଆ ପରିଶୋଧ କରି ଆମେ ଆମ ପୋର୍ଟଫୋଲିଓକୁ ବଜାର ଅସ୍ଥିରତାରୁ ସୁରକ୍ଷା ଦେଇଥିଲୁ । ବ୍ୟବସାୟ ଉପରେ ଗୁରୁତ୍ୱ ଦେବାକୁ ମୁଁ ନେତୃତ୍ୱ ମଣ୍ଡଳୀକୁ କହିଥିଲି । ଯାହାର ପ୍ରଭାବାରେ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଭାଗରେ ଇବିଆଇଟିଡିଏରେ ରେକର୍ଡ ୪୭ ପ୍ରତିଶତ ବୃଦ୍ଧି ଘଟିଥିଲା ଏବଂ ୨୦୨୩-୨୪ର ତୃତୀୟ ତ୍ରୈମାସିକରେ ଆଦାନି ପୋର୍ଟଫୋଲିଓ ସର୍ବକାଳୀନ ସର୍ବାଧିକ ଲାଭ ପ୍ରଦାନ କରିିଥିଲା । ଆମ କାମ ଆମ ସପକ୍ଷରେ ରହିଥିଲା ।
ଆମେ ଆମ ଆର୍ôଥକ ଏବଂ ଅଣ-ଆର୍ôଥକ ଅଂଶୀଦାରମାନଙ୍କ ପାଇଁ ଏକ ବ୍ୟାପକ ନିୟୋଜନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଥିଲୁ । ପ୍ରାରମ୍ଭିକ ୧୫୦ ଦିନ ମଧ୍ୟରେ କେବଳ ଫାଇନାନ୍ସ ଟିମ୍ ସମଗ୍ର ବିଶ୍ୱରେ ପାଖାପାଖି ୩୦୦ ବୈଠକ କରି ନଅଟି ରେଟିଂ ଏଜେନ୍ସି ଦ୍ୱାରା ୧୦୪ ସଂସ୍ଥାର ରେଟିଂକୁ ସୁନିଶ୍ଚିତ କରିଥିଲୁ । ବ୍ୟାଙ୍କ, ସ୍ଥାୟୀ ଆୟ ନିବେଶକ, ସାର୍ବଭୌମ ସମ୍ପତି, ପାଣ୍ଠି, ଇକ୍ୱିଟି ନିବେଶକ, ଯୌଥ ଉଦ୍ୟୋଗ ଅଂଶୀଦାର ଏବଂ ରେଟିଂ ଏଜେନ୍ସି ସବୁବେଳେ ଆମର ପ୍ରମୁଖ ଅଂଶୀଦାର ହୋଇରହିଥିଲେ । କାରଣ ସେମାନେ କରୁଥିବା ଯଥେଷ୍ଟ ଅନୁଧ୍ୟାନ, ଯାଂଚ ଏବଂ ସମୀକ୍ଷା ଆମର ବ୍ୟାପକ ଏବଂ ସ୍ୱଚ୍ଛ ଘୋଷଣାନାମା ବ୍ୟବସ୍ଥାକୁ ପ୍ରତିଫଳିତ କରିଥିଲା ।
ଯେଉଁମାନେ ଆମ ଉପରେ ଆକ୍ରମଣ କରିଥିଲେ ସେମାନଙ୍କ ଉଦ୍ଦେଶ୍ୟ ଜାଣିବା ପାଇଁ ଆମେ ତଥ୍ୟଗୁଡ଼ିକୁ ସ୍ୱଚ୍ଛ ଭାବେ ବର୍ଣ୍ଣନା କରିଥିଲୁ ଏବଂ ଏହି ଘଟଣାରେ ଆମ ନିଜ ପକ୍ଷ ବର୍ଣ୍ଣନା କରିବା ଉପରେ ଧ୍ୟାନ ଦେଇଥିଲୁ । ଏହା ଦ୍ୱାରା ଆମ ଗୋଷ୍ଠୀ ବିରୋଧରେ ନକାରାତ୍ମକ ଅଭିଯାନର ପ୍ରଭାବ ହ୍ରାସ ପାଇଥିଲା । ଲୋକମାନଙ୍କ ମନରେ ଥିବା ଧାରଣା ବଦଳିବାର ଏକ ପ୍ରମାଣ ହେଉଛି ଆମ ଅଂଶଧନକାରୀଙ୍କ ସଂଖ୍ୟାରେ ହୋଇଥିବା ବୃଦ୍ଧି । ଫଲୋ ଅନ ପବ୍ଲିକ୍ ଅଫରରେ ସେମାନଙ୍କୁ ନଜରରେ ରଖାଯାଇଥିଲା । ଏହି ଆହ୍ୱାନପୂର୍ଣ୍ଣ ବର୍ଷରେ ଆମର ଅଂଶଧନକାରୀଙ୍କ ସଂଖ୍ୟା ୪୩% ବୃଦ୍ଧି ପାଇ ପାଖାପାଖି ୭୦ ଲକ୍ଷରେ ପହଂଚିଥିଲା ।
ଏହାବ୍ୟତୀତ ଆମେ ଆମର ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ରହିଥିଲୁ । ଗ୍ରୁପ୍ ନିଜର ନିବେଶ ଜାରି ରଖିଥିଲା ଯାହାର ପ୍ରମାଣ ହେଉଛି ଆମ ସଂପତି ପରିମାଣ ୪.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହେବା । ଏହି ସମୟ ମଧ୍ୟରେ ଖବଡ଼ାରେ ବିଶ୍ୱର ସର୍ବବୃହତ ଅକ୍ଷୟ ଶକ୍ତି ଉତ୍ପାଦନ ସ୍ଥଳ, ଏକ ନୂତନ କପର ସ୍ମେଲଟର, ଏକ ଗ୍ରିନ୍ ହାଇଡ୍ରୋଜେନ ବ୍ୟବସ୍ଥା ଏବଂ ଧାରାବିର ବହୁ ପ୍ରତୀକ୍ଷିତ ପୁନର୍ବିକାଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା ।
ଇତି ମଧ୍ୟରେ ଗୋଟିଏ ମୌଳିକ ଦୁର୍ବଳତା ଜଣାପଡ଼ିଥିଲା ଯେ ଆମେ ଆମ ପ୍ରଚାର ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେଇନଥିଲୁ । ଭିତିଭୂମି ଫାଇନାନ୍ସ ଗୋଷ୍ଠୀ ବାହାରେ ଅଳ୍ପ କିଛି ଆଦାନି ଗ୍ରୁପ କଣ କରୁଛି ଓ କ’ଣ କରୁଥିଲା ଏବଂ ତାହାର ଆକାର, ବ୍ୟାପକତା ଓ ଗୁଣାତ୍ମକ ମାନ ବିଷୟରେ ଜାଣିଥିଲେ । ଆମର ଦୀର୍ଘଦିନରୁ ଏକ ବିଶ୍ୱାସ ଥିଲା ଯେ ଆମ ଅଣ ଆର୍ଥିକ ଅଂଶଧନକାରୀମାନେ ମଧ୍ୟ ଆମକୁ ଓ ଆମ ବିଷୟରେ ସତକୁ ଭଲ ଭାବେ ଜାଣିଛନ୍ତି । ଆମେ ଆର୍ଥିକ ସ୍ଥିତି ଏବଂ ଅଭିବୃଦ୍ଧି ମାପିବା ଲାଗି ଆମ ରୋଡମ୍ୟାପ ଏବଂ ଭାରତର ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ବିକାଶରେ ଆମେ ଗ୍ରହଣ କରୁଥିବା ଭୂମିକା ବିଷୟରେ ଜାଣିଛନ୍ତି ।
ଏଥିରୁ ଏହି ଅନୁଭୂତି ମିଳିଥିଲା ଯେ ଆମ ଅଣ ଆର୍ଥିକ ଅଂଶୀଦାରମାନଙ୍କ ସହିତ ମଧ୍ୟ ପ୍ରଭାବଶାଳୀ ଢଙ୍ଗରେ ଯୋଡ଼ିହୋଇରହିବାର ଆବଶ୍ୟକତା ରହିଛି । ଆମ ଋଣ ସ୍ତର ଓ ରାଜେନୈତିକ ସ୍ତରରେ ଯେଉଁ ତ୍ରୁଟିପୂର୍ଣ୍ଣ ଉପସ୍ଥାପନ କରାଯାଇଥିଲା ତାହାକୁ ସଫଳତାର ସହ ମୁକାବିଲା କରିବାରେ ଆମେ ବିଫଳ ହୋଇଥିଲୁ । ଫଳରେ ଏକ ବିଭ୍ରାନ୍ତ ସୃଷ୍ଟିକାରୀ ଧାରଣା ସୃଷ୍ଟି ହୋଇଥିଲା । କିନ୍ତୁ ସତ ହେଉଛି ଏହା ଯେ ଆମର ପରିବହନ ଓ ୟୁଟିଲିଟି କଂପାନିର ଋଣ-ଇବିଆଇଟିଡଏ ଅନୁପାତ ହେଉଛି ସର୍ବନିମ୍ନ ଯାହା ୨୦୨୩ ସେପ୍ଟେମ୍ବର ଶେଷ ସୁଦ୍ଧା ୨.୫ ଗୁଣା ଥିଲା ଦେଶର ୨୩ଟି ରାଜନୈତିକ ଦଳ ଦ୍ୱାରା ପରିଚାଳିତ ଭାରତୀୟ ରାଜ୍ୟରେ ଆମ ଭିତିଭୂମି ବ୍ୟବସାୟର ଉପସ୍ଥିତି ଯୋଗୁଁ ଆମେ ପ୍ରକୃତରେ ଅ-ରାଜନୈତିକ ।
ବିଗତ ବର୍ଷର ପରୀକ୍ଷଣ ଏବଂ କଷ୍ଟ ଆମକୁ ମୂଲ୍ୟବାନ ଶିକ୍ଷା ଦେଇଛି । ଆମକୁ ଶକ୍ତିଶାଳୀ କରିଛି ଏବଂ ଭାରତୀୟ ଅନୁଷ୍ଠାନ ଗୁଡ଼ିକ ଉପରେ ଆମର ବିଶ୍ୱାସକୁ ଦୋହରାଇଛି । ଯଦିଓ ଆମ ଉପରେ ଏହି ଆକ୍ରମଣ ଘୃଣ ଏବଂ ଆମର ଦୃଢ଼ ପ୍ରତିବାଦ ନିଶ୍ଚିତ ଭାବରେ ଏକ କେସ୍ ଷ୍ଟଡିରେ ପରିଣତ ହେବ, ସେଥିରେ କୌଣସି ସନ୍ଦେହ ନାହିଁ । ମୁଁ ମୋର ଶିକ୍ଷାକୁ ସମସ୍ତଙ୍କ ସହିତ ବାଂଟିବାକୁ ବାଧ୍ୟ ହେଲି, ଆଜି ଆମ ସହିତ ଏହା ଘଟିଛି, ଆସନ୍ତାକାଲି ଆଉ କାହା ସହ ଘଟିପାରେ । ଏହି ଆକ୍ରମଣର ଏହା ହେଉଛି ଅନ୍ତ, ସେଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ମୁଁ ବିଶ୍ୱାସ କରେ ଯେ ଆମେ ଏହି ଘଟଣା ଯୋଗୁଁ ଆହୁରି ଶକ୍ତିଶାଳୀ ହୋଇଛୁ ଏବଂ ଭାରତର ଅଭିବୃଦ୍ଧି କାହାଣୀକୁ ଜାରି ରଖିବା ପାଇଁ ଆମର ଅତୁଟ ସଂକଳ୍ପକୁ ଆହୁରି ଦୃଢ଼ କରିପାରିଛୁ ।


Share It

Comments are closed.