ସୋଆରେ ଅମୃତ କାଳ ବିମର୍ଶ ବିକଶିତ ଭାରତ କାର୍ଯ୍ୟକ୍ରମ ଆୟୋଜିତ


ଭୁବନେଶ୍ୱର, ୨୯/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ (ଆଇଏଏସ୍‌) ରେ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଅମୃତ କାଳ ବିମର୍ଶ ବିକଶିତ ଭାରତ ଅ ୨୦୪୭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଙ୍ଗାଲୁରୁ ସ୍ଥିତ ସିଏସ୍‌ଆଇଆର ଫୋର୍ଥ ପାରାଡାଇମ୍ ଇନ୍‌ଷ୍ଟିଚ୍ୟୁଟର ବରିଷ୍ଠ ପ୍ରମୁଖ ବୈଜ୍ଞାନିକ ଡଃ କୃଷ୍ଣ ଚନ୍ଦ୍ର ଗୌଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ପ୍ରଗତିରେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଝଙ୍କଗ୍ଦଗ୍ଧବସଦ୍ଭବଭକ୍ଷର ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଏକ୍ଟବକ୍ଷଗ୍ଦ) ର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହା ସହ ସେ କୃଷି ବିଜ୍ଞାନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ର ପ୍ରୟୋଗ ଦ୍ୱାରା ଉଭୟ ଫସଲ ଉତ୍ପାଦନ ଓ ସଂରକ୍ଷଣ କ୍ଷେତ୍ରରେ ଆସିଥିବା ନୂତନ ଜ୍ଞାନ କୌଶଳ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।
ଏହା ଛଡ଼ା ବିଜ୍ଞାନର ବିଭିନ୍ନ ବିଭାଗ ଯଥା ଯାନ୍ତ୍ରିକ ବିଦ୍ୟା, ଚିକିତ୍ସା ବିଜ୍ଞାନ ଓ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୁକ୍ତ ପ୍ରୟୋଗ ଦେଶର ବିକାଶରେ ଅନେକ ଲାଭଦାୟକ ହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ ।
ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ବିକଶିତ ଭାରତରେ ଗବେଷଣା ର ଭୂମିକା ବିଷୟରେ ମତ ରଖିବା ସହ ଛାତ୍ରଛାତ୍ରୀ ମାନେ ଶିକ୍ଷକ ମାନଙ୍କ ସହିତ ଗବେଷଣା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।
କୃଷି ମହାବିଦ୍ୟାଳୟ ର ଡିନ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେବା ସହିତ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉତ୍ସବର ଆଭିମୁଖ୍ୟ ସଂପର୍କରେ କହିଥିଲେ । ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଆଇଏଏସ୍‌ର ଉପଦେଷ୍ଟା ଡଃ ବିଜୟ କୁମାର ସାହୁ ଓ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଉପସ୍ଥିତ ଥିଲେ । ଡଃ ଅଂଶୁମାନ ଜେନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ, ଫ୍ୟାକଲ୍‌ଟି, ଟେକ୍‌ନିକାଲ କର୍ମଚାରୀଙ୍କୁ ମିଶାଇ ୫୦୦ରୁ ଊର୍ଦ୍ଧ୍ୱ ଜଣ ଯୋଗ ଦେଇଥିଲେ ।
ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଅଭିନବ ଚିନ୍ତାକୁ ବିକଶିତ ଭାରତ ପ୍ଲାଟଫର୍ମ ରେ ଆୟୋଜିତ ହେଉଥିବା ‘ଭଏସ୍ ଅଫ୍ ୟୁଥ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଆଲୋଚନା କୁ ଆଣିବା ନିମନ୍ତେ ଉତ୍ସାହିତ କରାଯାଇଥିଲା ।


Share It

Comments are closed.