ସାଉଥ ସୁପରଷ୍ଟାର ଚିରଞ୍ଜିବୀ, ନାଗାର୍ଜୁନ ଏବଂ ନାଗା ଚୈତନ୍ୟଙ୍କ ପାଇଁ ଲାଲ ସିଂ ଚଡ୍ଡାର ସ୍ୱତନ୍ତ୍ର ସ୍କ୍ରିନିଂର ଆୟୋଜନ କଲେ ଆମିର ଖାନ


ଆମିର ଖାନଙ୍କ ନୂତନ ଫିଲ୍ମ ଲାଲ ସିଂ ଚଡ୍ଡା ଆସନ୍ତା ମାସରେ ରିଲିଜ ହେବାକୁ ଯାଉଥିବା ବେଳେ । ଆମିର ହାଇଦ୍ରାବାଦରେ ଏହି ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂର ଆୟୋଜନ କରିଛନ୍ତି । ଏହି ସ୍ୱତନ୍ତ୍ର ସ୍କ୍ରିନିଂରେ ଚୈତନ୍ୟ ଙ୍କ ବାପା ନାଗାର୍ଜୁନଙ୍କ ସହିତ ସାଉଥର ଲୋକପ୍ରିୟ ଅଭିନେତା ଚିରଞ୍ଜିବୀ ଉପସ୍ଥିତ ରହିଥିଲେ । ସେମାନଙ୍କ ବ୍ୟତୀତ ବାହୁବଲି ଏବଂ ଆରଆରଆର ପରି ସୁପରହିଟ ଫିଲ୍ମ ନିଦେ୍ର୍ଦଶକ ଏସଏସ ରାଜମଉଲି ଏବଂ ପୁଷ୍ପା ନିଦେ୍ର୍ଦଶକ ସୁକୁମାର ମଧ୍ୟ ସେଠାରେ ଯୋଗ ଦେଇଥିଲେ ।

ନାଗାଚୈତନ୍ୟ ଲାଲ ସିଂ ଚଡ୍ଡାରେ ଆମିରଖାନଙ୍କ ସହିତ ସହ-ଅଭିନେତା ଭାବେ କାର୍ୟ୍ୟ କରିଛନ୍ତି । ଅମିର ଖାନଙ୍କ ସହିତ ତାଙ୍କର ଏକ ଫଟୋ ଖୁବ ଭାଇରାଲ ହେଉଛି । ନାଗା ଚୈତନ୍ୟଙ୍କ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ଏମାନଙ୍କ ବ୍ୟତୀତ କରିନା କପୁର ମଧ୍ୟ ଅଭିନେତାର ଯାଦୁ ଦେଖାଇଛନ୍ତି ।

ଆଗକୁ ଲାଲ ସିଂ ଚଡ୍ଡା ଆନନ୍ଦ ଲାଲ ରାୟଙ୍କ ‘ରକ୍ଷା ବନ୍ଧନ’ ବକ୍ସ ଅଫିସରେ ଏକା ସହିତ ରିଲିଜ ହେବ । ଉଭୟ ଫିଲ୍ମ ଅଗଷ୍ଟ ୧୧ରେ ରିଲିଜ ହେବ ।


Share It

Comments are closed.