ତ୍ଵରିତ ସ୍ୱାସ୍ଥ୍ୟ ସେବାରେ ଯୋଡ଼ିହେଲା ନୂତନ ଅଧ୍ୟାୟ, ୩୪୯ଟି ବିଏଲଏସ ଆମ୍ବୁଲାନ୍ସ ଲୋକାର୍ପିତ

Share It

ଭୁବନେଶ୍ୱର: ତ୍ଵରିତ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ପ୍ରଥମଥର ପାଇଁ ଏତେ ସଂଖ୍ୟକ ଆମ୍ବୁଲାନ୍ସ ରାଜ୍ୟର ମେଡିକାଲ ଆମ୍ବୁଲାନ୍ସ ସେବାରେ ଯୋଗ କରାଯାଇଛି।

ପୂର୍ବରୁ ଅକ୍ଟୋବର ୫ ତାରିଖ ଦିନ ୨୬ ବିଏଲଏସ ଆମ୍ବୁଲାନ୍ସ ଶୁଭାରମ୍ଭ ହୋଇଥିବା ବେଳେ, ଆଜିର ୩୪୯ଟି ନୂତନ ଆମ୍ବୁଲାନ୍ସ ରୋଗୀ ସେବାକୁ ଆହୁରି ମଜବୁତ କରିବ । ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ସର୍ବଦା ବଦ୍ଧପରିକର ରହିଥିବା ବେଳେ, ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମର୍ପିତ ୩୪୯ଟି ନୂତନ ଆମ୍ବୁଲାନ୍ସ ଏହି କାର୍ଯ୍ୟ ଧାରାରେ ଏକ ବୃହତ ପରିବର୍ତ୍ତନ ଆଣିବ ।


Share It

Comments are closed.