ଓପନିଙ୍ଗର ଘଂଟାକ ଭିତରେ ରେକର୍ଡ ଭାଙ୍ଗିଛି ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ


ବହୁ ଅପେକ୍ଷା ପରେ ଅକ୍ଷୟ କୁମାରଙ୍କ ହରର-କମେଡି ଫିଲ୍ମ ‘ଲକ୍ଷ୍ମୀ’ ନଭେମ୍ବର ୯ ରେ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଥିଲା। ରାଧା ଲରେନ୍ସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କିଆରା ଆଡଭାନି, ଆୟେଶା ରଜା ମିଶ୍ର, ଶରଦ କେଲକର, ତରୁଣ ଆରୋରା, ଅଶ୍ୱିନୀ କଲସେକର, ମନୁ ଋଷି ଚଢା, ରାଜେଶ ଶର୍ମା ଏବଂ ଅନ୍ୟମାନେ ମଧ୍ୟ ଅଭିନୟ କରିଛନ୍ତି।

ରିଲିଜ୍ ହେବାର ପ୍ରଥମ ଦିନ ପରେ ଫିଲ୍ମର ପ୍ରଦର୍ଶନକୁ ନେଇ ଚିନ୍ତା କରୁଥିବା ଦର୍ଶକଙ୍କ ପାଇଁ ଏକ ଖୁସି ଖବର! ଅନଲାଇନ୍ ପ୍ଲାଟଫର୍ମ ଅନୁଯାୟୀ, ଫିଲ୍ମ ରିଲିଜ୍ ହେବାର କିଛି ଘଣ୍ଟା ମଧ୍ୟରେ ସମସ୍ତ ଭିୟୋରସିପ ରେକର୍ଡ ଭାଙ୍ଗିଛି। ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ ରିଲିଜ୍ ହେବା ପରେ ଡିଜ୍ନି + ହଟଷ୍ଟାର୍ ଦ୍ୱାରା ଏକ ସମାନ ପୋଷ୍ଟ କରାଯାଇଥିଲା |

ପ୍ଲାଟଫର୍ମ ଦ୍ବାରା ଇନଷ୍ଟା ପୋଷ୍ଟରେ ଲେଖାଥିଲା, “ଡିସ୍ନି + ହଟଷ୍ଟାର ଭିଆଇପିରେ ସର୍ବ ବୃହତ ଓପନିଙ୍ଗ ଚଳଚ୍ଚିତ୍ର ଭାବେ # ଲକ୍ଷ୍ମୀ ସମସ୍ତ ରେକର୍ଡ ଭାଙ୍ଗିଛି! ସମସ୍ତ ଭଲପାଇବା ପାଇଁ ଧନ୍ୟବାଦ। ବର୍ଷର ମନୋରଞ୍ଜନ ବ୍ଲକବଷ୍ଟର ଦେଖିବା ପାଇଁ ବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ।”
https://www.instagram.com/p/CHZtqlHqcDt/?utm_source=ig_web_copy_link


Share It

Comments are closed.