ବ୍ୟବସାୟୀ ସହଯୋଗୀଙ୍କ ପାଇଁ ପେମେଂଟକୁ ଆହୁରି ସହଜ କରିଛି ଏୟାରଟେଲ ପେମେଂଟ ବ୍ୟାଙ୍କ


ଭୁବନେଶ୍ୱର: ନିଜର ବ୍ୟବସାୟୀ ସହଯୋଗୀମାନଙ୍କୁ ଏକ ବ୍ୟାପକ ରେଞ୍ଜର ଡିଜିଟାଲ ଲାଭ ସହିତ ସଶକ୍ତ କରାଇ ପେମେଂଟ ପ୍ରକ୍ରିୟାକୁ ଆହୁରି ସହଜ କରିବା ପାଇଁ ଏୟାରଟେଲ ପେମେଂଟ ବ୍ୟାଙ୍କ ଏହାର ଆପ୍‌କୁ ଅପଗ୍ରେଡ କରିଛି । ବ୍ୟବସାୟୀମାନଙ୍କ ପାଇଁ ଏୟାରଟେଲ ପେମେଂଟ ବ୍ୟାଙ୍କ ଏବେ “ସ୍ମାର୍ଟ ଇ-ପିଓଏସ’ ଏବଂ ‘ଅନ୍‌-ଡିମାଣ୍ଡ ସେଟଲ୍‌ମେଂଟ୍‌’ ଭଳି ଦୁଇଟି ନୂତନ ଫିଚର ସହିତ ଆସିଛି । ସ୍ମାର୍ଟ ଇ-ପିଓଏସ ସହିତ ବ୍ୟବସାୟୀମାନେ କ୍ୟାଶ ପରିଚାଳନାର ଚିନ୍ତା ବିନା ଡିଜିଟାଲ ପେମେଂଟକୁ ଗ୍ରହଣ କରିବା ପାଇଁ ନିଜର ସ୍ମାଟଫୋନକୁ ଏକ ପିଓଏସ(ପଏଂଟ ଅଫ ସେଲ) ମେସିନ ଭାବେ ବ୍ୟବହାର କରିପାରିବେ । ଏଥିପାଇଁ ବ୍ୟବସାୟୀମାନଙ୍କୁ ସରଳ ଭାବେ ଆପ୍‌ରେ ଯାଇ ସ୍ମାର୍ଟ ଇପିଓଏସ ବିକଳ୍ପକୁ ଚୟନ କରିବାକୁ ପଡ଼ିବ ଏବଂ ଏହା ପରେ ପେମେଂଟ ପାଇଁ ମୋବାଇଲ ସ୍କ୍ରିନରେ ଏକ କ୍ୟୁଆର କୋର୍ଡ ଆସିଯିବ । ଏହା ପରେ ଆପରେ ଲିଙ୍କ ହୋଇଥିବା ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଚାଲିଯିବ । ବ୍ୟବସାୟୀମାନେ ‘ଜିରୋ କମିଶନ ଚାର୍ଜ’ ସହିତ ପେମେଂଟ ଗ୍ରହଣ କରିପାରିବେ ।
ସେହିଭଳି ଏହି ‘ଅନ-ଡିମାଣ୍ଡ ସେଟଲ୍‌ମେଂଟ୍‌’ ଫିଚର ବ୍ୟବସାୟୀମାନଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ ଯେକୌଣସି ସମୟରେ ସେମାନଙ୍କର ପେମେଂଟକୁ ନିଜର ବ୍ୟାଙ୍କ ଆକାଉଂଟକୁ ସ୍ଥାନାନ୍ତର କରିବାକୁ ଦେଇଥାଏ । ଟଙ୍କା ତୁରନ୍ତ ବ୍ୟବସାୟୀଙ୍କର ପଞ୍ଜିକୃତ ବ୍ୟାଙ୍କ ଆକାଉଂଟକୁ ଚାଲିଯାଇଥାଏ । ଏହା ସହିତ ବ୍ୟବସାୟୀମାନେ ଆହୁରି ଅନେକ ପ୍ରକାରର ସୁବିଧା ମଧ୍ୟ ପାଇପାରିବେ । ଏୟାରଟେଲ ପେମେଂଟ ବ୍ୟାଙ୍କର ଭାରତରେ ବର୍ତମାନ ୧.୫ ମିଲିୟନ ବ୍ୟବସାୟୀ ସହଯୋଗୀ ରହିଛନ୍ତି ଏବଂ ଆଗକୁ ଏହାକୁ ୨.୫ ମିଲିୟନବୁ ବଢ଼ାଇବାର ଲକ୍ଷ ରଖାଯାଇଛି । ଏହା ସମ୍ପର୍କରେ ଏୟାରଟେଲ ପେମେଂଟ ବ୍ୟାଙ୍କର ଚିଫ ଅପରେଟିଙ୍ଗ ଅଫିସର ଶ୍ରୀ ଗଣେଶ ଅନନ୍ତନାରାୟଣ କହିଛନ୍ତି ଯେ, “ଏହି ନୂତନ ସମାଧାନ ବ୍ୟବସାୟୀମାନଙ୍କୁ ଏକ ବାଧାହୀନ ଏବଂ ସୁରକ୍ଷିତ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ପେମେଂଟ ଗ୍ରହଣ ଏବଂ ବ୍ୟବସ୍ଥିତ କରିବାରେ ସକ୍ଷମ କରାଇବ । ଏକ ନଗଦବିହୀନ ଅର୍ଥନୀତି ନିର୍ମାଣ କରିବାରେ ଆମର ଲକ୍ଷ ଦିଗରେ ଏହା ଆଉ ଏକ ପଦକ୍ଷେପ ।”


Share It

Comments are closed.