ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପ୍ରଦାନ କରୁଛି କେୟାର ହେଲ୍‌ଥ ଇନ୍ସୁରାନ୍ସର ବ୍ୟାପକ ସ୍ୱାସ୍ଥ୍ୟ ବୀମା ସୁବିଧା


ଭୁବନେଶ୍ୱର: ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ, କେୟାର ହେଲ୍‌ଥ ଇନ୍ସୁରାନ୍ସ ସହିତ ଏକ କର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷର କରି ଏହାର ଗ୍ରାହକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଲାଗି ସହଜ ପହଂଚ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛି । ଏହି ଚୁକ୍ତି ମାଧ୍ୟମରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଏୟାରଟେଲ ଥ୍ୟାଙ୍କ୍‌ସ ଆପ୍‌ର ବ୍ୟାଙ୍କିଙ୍ଗ୍ ସେକ୍ସନ ମାଧ୍ୟମରେ ବିସ୍ତୃତ ଓ କଷ୍ଟମାଇଜ୍‌ଡ ସ୍ୱାସ୍ଥ୍ୟ ବୀମା ଉତ୍ପାଦ- ଗ୍ରୁପ୍ କେୟାର ୩୬୦ଂ ସହିତ କେୟାର ହେଲ୍‌ଥ ଇନ୍ସୁରାନ୍ସର ଉତ୍ପାଦଗୁଡିକୁ ପ୍ରଦାନ କରିବାକୁ ସକ୍ଷମ ହେବ । ଏହି ଉତ୍ପାଦ ସହିତ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ଗ୍ରାହକ ସମଗ୍ର ପରିବାର ପାଇଁ ୫୦୦୦୦ ଟଙ୍କାରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ ବିସ୍ତୃତ ଶୃଙ୍ଖଳାର ବୀମାଭୁକ୍ତ ବିକଳ୍ପ ସହିତ ବ୍ୟାପକ କଭରେଜ ପାଇପାରିବେ । ଏହାବ୍ୟତୀତ ଏହା ପୂର୍ବରୁ ରହିଥିବା ଅସୁସ୍ଥତା ଓ ଡେ କେୟାର ଟ୍ରିଟ୍‌ମେଂଟ୍ ପାଇଁ କଭରେଜ ସହିତ ଏକାଧିକ ଅନ୍ୟାନ୍ୟ ଲାଭଗୁଡିକୁ ଅନ୍ତର୍ଭୁକ୍ତ କରୁଛି ।

ଏହି ହେଲ୍‌ଥ କଭର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ପହଂଚକୁ ସକ୍ଷମ କରି ବୀମାଧାରକଙ୍କୁ ଭବିଷ୍ୟତର ସମ୍ଭାବ୍ୟ ଅପ୍ରତ୍ୟାଶିତ ଚିକିତ୍ସାଜନିତ ଅତ୍ୟାବଶ୍ୟକତା କ୍ଷେତ୍ରରେ ଆର୍ଥିକ ସୁରକ୍ଷା ପ୍ରଦାନ କରିବ । ଜଣେ ଗ୍ରାହକ ଏୟାରଟେଲ୍ ଥ୍ୟାଙ୍କସ୍ ଆପ୍‌ରେ ଏକ ସୁରକ୍ଷିତ ଓ ସରଳ ଉପାୟରେ ସହଜରେ ଏହି ସ୍ୱାସ୍ଥ୍ୟ ବୀମା ଯୋଜନା ହାସଲ କରିପାରିବେ ଏବଂ ନେଟ୍ ବ୍ୟାଙ୍କିଙ୍ଗ୍‌, କିମ୍ବା ଅନ୍ୟ ବ୍ୟାଙ୍କଗୁଡିକର ଡେବିଟ୍ କାର୍ଡ ମାଧ୍ୟମରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଆକାଉଂଟ୍‌ର ବ୍ୟବହାର କରି ପେମେଂଟ୍ କରିପାରିବେ । ଗ୍ରାହକମାନେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ନିକଟସ୍ଥ ବ୍ୟାଙ୍କିଙ୍ଗ୍ ପଏଂଟ୍‌କୁ ଯାଇ ଏହି ଯୋଜନା ପାଇଁ ତାଲିକାଭୁକ୍ତ ହୋଇପାରିବେ ।

ଏସମ୍ପର୍କରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ମୁଖ୍ୟ ପରିଚାଳନା ଅଧିକାରୀ ଗଣେଷ ଅନନ୍ତନାରାୟଣନ୍ କହିଛନ୍ତି, ‘ ଆମେ ଆମର ଗ୍ରାହକଙ୍କୁ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଏକାଧିକ ବିକଳ୍ପ ପ୍ରଦାନ କରିବା ଲାଗି କେୟାର ହେଲ୍‌ଥ ଇନ୍ସୁରାନ୍ସ ସହ ସହଭାଗିତା ସମ୍ପର୍କରେ ଆଲୋଚନା କରି ଆନନ୍ଦିତ । ଏହା ଆମକୁ ଆମର ବିସ୍ତୃତ ବିତରଣ ନେଟ୍‌ୱର୍କ ଓ ଡିଜିଟାଲ ପହଂଚ ମାଧ୍ୟମରେ ଲକ୍ଷ ଲକ୍ଷ ବୀମାଭୁକ୍ତ ଓ ଅଣବୀମାଭୁକ୍ତ ଭାରତୀୟଙ୍କୁ ସ୍ୱାସ୍ଥ୍ୟ ବୀମାର ଲାଭ ପ୍ରଦାନ କରିବାକୁ ସକ୍ଷମ କରିବ ।’ ସେହିଭଳି ଏହି ଫିଚର-ସମୃଦ୍ଧ ଉତ୍ପାଦର ଶୁଭାରମ୍ଭ ଅବସରରେ କେୟାର ହେଲ୍‌ଥ ଇନ୍ସୁରାନ୍ସର ବିତରଣ ବିଭାଗର ମୁଖ୍ୟ ଅଜୟ ଶାହ କହିଛନ୍ତି, ‘ଆମେ ଏହି ସହଭାଗିତା ଦ୍ୱାରା ଅତ୍ୟଧିକ ଆନନ୍ଦିତ ଯାହା ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ବ୍ୟାପକ ଓ ବିବିଧ ଗ୍ରାହକ ଆଧାରକୁ ଆମର କଷ୍ଟମାଇଜ୍‌ଡ ଓ ବିସ୍ତୃତ ସ୍ୱାସ୍ଥ୍ୟସେବା ସମାଧାନ ଗ୍ରୁପ୍ କେୟାର ୩୬୦ ପ୍ରଦାନ କରୁଛି ।’

 

 


Share It

Comments are closed.