ଏୟାରଟେଲ୍ ପକ୍ଷରୁ “ଏୟାରଟେଲ୍ ଆଇକ୍ୟୁ ରିଚ୍‌’ର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଟେଲିକମ କଂପାନି ଏୟାରଟେଲ୍ ପକ୍ଷରୁ ପ୍ରଥମ ସ୍ୱୟଂ ସେବା (ସେଲ୍‌ଫ ସର୍ଭ) ମାର୍କେଟିଂ ଯୋଗାଯୋଗ ପ୍ଲାଟଫର୍ମ ଏୟାରଟେଲ୍ ଆଇକ୍ୟୁ ରିଚ୍‌ର ଶୁଭାରମ୍ଭ କରାଯାଇଛି । ଏହା ବ୍ୟାବସାୟିକ ସଂସ୍ଥା / ବ୍ରାଣ୍ଡ୍‌ଗୁଡ଼ିକୁ ବ୍ୟକ୍ତିଗତ ଯୋଗାଯୋଗ ଜରିଆରେ ପୂର୍ବ ନିର୍ଦ୍ଧାରିତ ଗ୍ରାହକ ବର୍ଗଙ୍କୁ ପରିଚାଳନା କରିବାରେ ସକ୍ଷମ କରିବ । ଏୟାରଟେଲ ଆଇକ୍ୟୁ ଅଧୀନରେ ଶୁଭାରମ୍ଭ ହୋଇଥିବା ବିଶ୍ୱର ଏହି ପ୍ରଥମ ନେଟ୍‌ୱର୍କ ଏକ ସେବା ଭାବେ ଏମ୍ବେଡେଡ୍ ଯୋଗାଯୋଗ ପ୍ଲାଟଫର୍ମ (ସିପାସ୍‌) ଏୟାରଟେଲ୍ ଆଇକ୍ୟୁ ରିଚ୍ ହେଉଛି ଏକ ସହଜ ପ୍ଲାଟଫର୍ମ ଯାହା କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟାବସାୟିକ ସଂସ୍ଥାଙ୍କୁ ସେମାନଙ୍କ ନିବେଶକୁ ଭରପୁର ଉପଯୋଗ କରିବାରେ ସକ୍ଷମ କରିବ । କାରଣ ସେମାନେ ପ୍ରିପେଡ୍ ପ୍ଲାନ୍ ସହ ସୁଲଭ ମୂଲ୍ୟରେ ଚାହୁଁଥିବା ଗ୍ରାହକଙ୍କ ସହ ଯୋଡ଼ିହୋଇପାରିବେ । ଉଦୀୟମାନ ବ୍ୟବସାୟ ସମେତ ବ୍ୟବସାୟକୁ ସଶକ୍ତ କରିବାରେ ଏହି ସ୍ୱୟଂ ସେବା ପୋର୍ଟାଲ ଏକକ ସ୍ଥଳ ସାବ୍ୟସ୍ତ ହେବ । ବ୍ୟକ୍ତିଗତ ସୁହାଇବା ଭଳି ବାର୍ତା ପ୍ରସ୍ତୁତ କରି, ଚାହୁଁଥିବା ଦର୍ଶକ ବର୍ଗ ଅପ୍‌ଲୋଡ୍ ଓ ଚୟନ କରି, ବାର୍ତା ପଠାଇବାର ନିର୍ଘଂଟ ପ୍ରସ୍ତୁତ କରି ଏବଂ ଶେଷରେ ଅଭିଯାନର ଫଳପ୍ରଦତାକୁ ଟ୍ରାକ୍ କରି ସେମାନେ ଗୋଟିଏ କ୍ଲିକ୍‌ରେ ନିଜ ଅଭିଯାନକୁ କାର୍ଯ୍ୟକାରୀ କରିବା ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିପାରିବେ ।
ଏୟାରଟେଲ୍ ବିଜନେସ୍‌ର ଡିଜିଟାଲ୍ ପ୍ରଡକ୍ଟସ୍ ଆଣ୍ଡ୍ ସର୍ଭିସେସ୍ ମୁଖ୍ୟ ଅଭିଷେକ ବିଶ୍ୱାଳ କହିଛନ୍ତି ଯେ, “ଆମେ ଯାହା ବି କିଛି କରୁଛୁ ତାହାର କେନ୍ଦ୍ର ସ୍ଥଳରେ ରହିଛନ୍ତି ଗ୍ରାହକ । ଏସ୍‌ଏମ୍‌ବିମାନଙ୍କ ଗ୍ରାହକ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ସେମାନଙ୍କ ଲାଗି ଆମେ ଏୟାରଟେଲ୍ ଆଇକ୍ୟୁ ରିଚ୍‌କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଛୁ । ଉନ୍ନତ ପ୍ରଯୁକ୍ତି ଓ ଏୟାରଟେଲ୍‌ର ଭିତିଭୂମି, ଡାଟା ଓ ଇଞ୍ଜିନିୟରିଂ ବିଶେଷତାକୁ ବ୍ୟବହାର କରି ଏହା ସଂସ୍ଥାଗୁଡ଼ିକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଗ୍ରାହକଙ୍କ ନିକଟରେ ପହଂଚାଇବାରେ ସହାୟକ ହେବ । ଆମ ଗ୍ରାହକମାନେ ସେମାନଙ୍କ ଗ୍ରାହକ ସଂଗ୍ରହ ଖର୍ଚ୍ଚକୁ କମ୍ କରି ଏବଂ ଅଭିନବ ସମାଧାନ ଜରିଆରେ ସଠିକ୍ ବ୍ୟକ୍ତିଗତ ଯୋଗାଯୋଗ ସହ ସଠିକ୍ ସମୟରେ ସଠିକ୍ ଗ୍ରାହକଙ୍କ ନିକଟରେ ପହଂଚି ସେମାନଙ୍କ ବ୍ୟବସାୟ ବଢ଼ାଇବା ଲାଗି ଏହି ପ୍ଲାଟଫର୍ମକୁ ବ୍ୟବହାର କରିପାରିବେ ।’’
ଅଭିଯାନର ଫଳପ୍ରଦତା ଜାଣିବାରେ ସଂସ୍ଥାଗୁଡ଼ିକୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଏହି ପ୍ଲାଟଫର୍ମ ଏକ କେନ୍ଦ୍ରୀୟ ଡ୍ୟାସ୍‌ବୋର୍ଡରେ ବାସ୍ତବ ସମୟ ତଥ୍ୟ ଓ ବ୍ୟାପକ ବିଶ୍ଳେଷଣ ପ୍ରଦାନ କରୁଛି । ମାର୍କେଟିଂ ଅଭିଯାନ ଯୋଜନା ପ୍ରସ୍ତୁତ କରିବା ବେଳେ ସଠିକ ଗ୍ରାହକ ଚିହ୍ନଟ କରିବା, ଅଭିଯାନର ଫଳପ୍ରଦତାକୁ ଟ୍ରାକ୍ କରିବା, ଗ୍ରାହକଙ୍କ ନିକଟରେ ପହଂଚିବା ଲାଗି ବିବିଧ ମାଧ୍ୟମର ପରିଚାଳନା କରିବା ଆଦି ବେଳେ ଦେଖାଦେଉଥିବା ପ୍ରମୁଖ ଆହ୍ୱାନଗୁଡ଼ିକୁ ସମାଧାନ କରିବାରେ ଏୟାରଟେଲ୍ ଆଇକ୍ୟୁ ରିଚ୍ ଏସ୍‌ଏମ୍‌ବିଗୁଡ଼ିକ ପାଇଁ ସହାୟକ ହେବ । ହ୍ୱାଟସ୍‌ଆପ୍ ମାଧ୍ୟମରେ ଏୟାରଟେଲ୍ ଆଇକ୍ୟୁ ରିଚ୍ ପୋର୍ଟାଲ୍ ଏବେ ଲାଇଭ୍ ହୋଇଛି ଏବଂ ଖୁବ୍‌ଶୀଘ୍ର ଏସ୍‌ଏମ୍‌ଏସ୍‌, ଭଏସ୍ ଓ ଅନ୍ୟାନ୍ୟ ମାଧ୍ୟମ ପାଇଁ ତାହାର ଶୁଭାରମ୍ଭ କରାଯିବ ।

 


Share It

Comments are closed.