ଓଡ଼ିଶାରେ ନିଜର ନେଟୱାର୍କ ସଂପ୍ରସାରଣ କରିବ ଏୟାରଟେଲ


ଭାରତର ବୃହତ ଦୂରସଂଚାର ସେବା ପ୍ରଦାନକାରୀ ସଂସ୍ଥା, ଭାରତୀ ଏୟାରଟେଲ୍ ଆଜି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଯୋଜନା କରାଯାଇଥିବା ଏହାର ବିଶାଳ ନେଟୱାର୍କ ଯୋଜନା ବିଷୟରେ ଘୋଷଣା କରିଛି । ଯେଉଁଥିରେ ସେ ତାହାର ଦୃତ ମୋବାଇଲ ଡାଟାକୁ ଓଡ଼ିଶାରେ ଆହୁରି ସଂପ୍ରସାରଣ କରିବା ପାଇଁ ଯୋଜନା କରିଛି । ନେଟୱାର୍କ ସଂପ୍ରସାରଣ କାର୍ଯ୍ୟକ୍ରମ ପ୍ରୋଜେକ୍ଟ ଲିପର ଏକ ଅଂଶ ସ୍ୱରୂପ- ୨୦୧୮-୧୯ ଆର୍ଥିକ ବର୍ଷରେ ୪,୪୦୦ଟି ନୂଆ ସାଇଟ୍ ଯୋଗ କରିବା ପାଇଁ ଏୟାରଟେଲ୍ ପକ୍ଷରୁ ଉକ୍ତ ଯୋଜନା ଗୁଡ଼ିକୁ ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାରେ ୧,୫୦୦ କି.ମି ବିଶିଷ୍ଟ ଅପଟିକ୍ ଫାଇବର ସଂଯୋଗ ଅନ୍ତର୍ଭୂକ୍ତ । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ସଂପ୍ରସାରଣ ଯୋଜନା ଏକ ଆକର୍ଷଣୀୟ ୨୦୧୭-୧୮ ଆର୍ଥିକ ବର୍ଷ କୁ ଅନୁସରଣ କରୁଛି । ଯେଉଁଥିରେ ୫୩,୦୦୦ଟି ସହର ଓ ଗ୍ରାମରେ ଏହାର ମୋବାଇଲ୍ ବ୍ରଡ଼ବ୍ୟାଣ୍ଡକୁ ସଂପ୍ରସାରଣ କରି ଓଡ଼ିଶାରେ ୩୬୬୦ ନୂତନ ସାଇଟ୍ ଆରମ୍ଭ ହେବା ପାଇଁ ଓ ୫୦୦କି.ମିରୁ ଅଧିକ ବିଶିଷ୍ଟ ଅପ୍ଟିକ୍ ଫାଇବର ଶୁଭାରମ୍ଭ ହେବା ଦୃଷ୍ଟିକୁ ଆସିଥିଲା ।
ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ୍ ପକ୍ଷରୁ ଏହାର ମୂଖ୍ୟ ପରିଚାଳନା ଅଧିକାରୀ- ଓଡ଼ିଶା, ସିଦ୍ଧାର୍ଥ ମୋତିୱାଲେ, କହିଛନ୍ତିଯେ, “ଆମ୍ଭେମାନେ ଓଡ଼ିଶାରେ ଗ୍ରାହକ ମାନଙ୍କୁ ଉତ୍ତମ ସ୍ମାର୍ଟଫୋନ୍ ନେଟୱାର୍କରେ ଅହରହ ଉକ୍ତୃଷ୍ଟ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରତିଶୃତିବଦ୍ଧ । ଆମ୍ଭେମାନେ ଉକ୍ତ ଅଞ୍ଚଳରେ ବିନିଯୋଗ କରିବା ଜାରି ରଖିବୁ ଏବଂ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆମ ନେଟୱାର୍କ ସକ୍ଷମତାକୁ ୧୫,୬୦୦ରୁ ଉଦ୍ଧ୍ୱର୍ ସାଇଟ ସହିତ ସଂପ୍ରସାରିତ କରାଇବୁ । ଆମର ବର୍ଦ୍ଧିତ ସ୍ପିଡ଼୍, ପହଞ୍ଚ ଓ କଭରେଜ ସହିତ, ଆମ୍ଭେମାନେ ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ଲକ୍ଷ୍ୟରେ ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛୁ ।”
ଏହି ଯୋଜନାର ଶୁଭାରମ୍ଭ ସହିତ ଓଡ଼ିଶାରେ ଥିବା ଏୟାଟେଲ୍ର ଅନେକ ମୋବାଇଲ୍ ସାଇଟ୍ ଗୁଡ଼ିକର ସଂଖ୍ୟା ୧୫,୬୦୦ର ୪୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହା ମୁଖ୍ୟତଃ ସ୍ପିଡ଼୍ ଓ ଭଏସର ଗୁଣବତ୍ତାକୁ ଆହୁରି ଉନ୍ନତ କରାଇବ । ନୂତନ ଅପ୍ଟିକ୍ ଫାଇବରର ସଂଯୋଗ ଏହାର ଫାଇବରର ମେରୁଦଣ୍ଡକୁ ୯,୫୦୦ କି.ମି ପର୍ଯ୍ୟନ୍ତ ସଂପ୍ରସାରିତ କରିବ, ଯାହାକି ଉକ୍ତ ଅଞ୍ଚଳରେ ଉଚ୍ଚ ତୀବ୍ରତାଯୁକ୍ତ ଡାଟା ସେବାକୁ ବୃଦ୍ଧି କରାଇବାରେ ସହାୟକ ହେବ । ଜୁନ୍ ୨୦୧୮ରେ ଶୁଭାରମ୍ଭ ହୋଇଥିବା ଭୋଲ୍ଟି ସେବା ସହିତ, ଓଡ଼ିଶାରେ ଫଲବ୍ୟାକ୍ ସକ୍ଷମତା ସହିତ ଅହରହ ୪ଜି ନେଟୱାର୍କ ପ୍ରଦାନକରି ଏୟାରଟେଲ୍ ଏହାର ଭୋଲ୍ଟି ନିୟନ୍ତ୍ରଣରେ ଏକ ଅଟଳ ସାକ୍ଷ୍ୟ ପ୍ରଦାନ କରିଛି । ଏୟାରଟେଲ୍ ଭୋଲ୍ଟି କମ୍ପ୍ୟାଟିବୁଲ୍ ହ୍ୟାଣ୍ଡସେଟ୍ ଗୁଡ଼ିକର ଦୃତ ବୃଦ୍ଧି ସହିତ, ଅଧିକାଂଶ ଗ୍ରାହକ ଏୟାରଟେଲ୍ ଭୋଲ୍ଟି ସହିତ ଏଚ୍ଡି ଭଏସ୍ କ୍ୱାଲିଟି, ଶୀଘ୍ର କଲ୍ ପ୍ରସ୍ତୁତି ଆଦି ଉପଭୋଗ କରିବାରେ ସକ୍ଷମ ହୋଇପାରିବେ ।


Share It

Comments are closed.