ଦେଶର ୩୦୦୦ ସହର ଓ ନଗରରେ ଉପଲବ୍ଧ ହେଲା ଏୟାରଟେଲ୍‌ର ୫ଜି ପ୍ଲସ୍ ସେବା


ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ସଂସ୍ଥା ଏୟାରଟେଲ୍ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହାର ଅଲ୍‌ଟ୍ରା-ଫାଷ୍ଟ୍ ୫ଜି ସେବା ଏବେ ଦେଶର ୩୦୦୦ ସହର ଓ ଟାଉନ୍‌ରେ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ରହିଛି । ଜମ୍ମୁରେ କାଟ୍‌ରାଠାରୁ ଆରମ୍ଭ କରି କେରଳରେ କନ୍ନୁର, ବିହାରରେ ପାଟ୍‌ନା , ତାମିଲନାଡୁରେ କନ୍ୟାକୁମାରୀ, ଅରୁଣାଚଳ ପ୍ରଦେଶରେ ଇଟାନଗର ଏବଂ ଡାମନ୍ ଓ ଡ୍ୟୁ କେନ୍ଦ୍ରଶାସିତ ଅଂଚଳ ପର୍ଯ୍ୟନ୍ତ ଦେଶର ସମସ୍ତ ପ୍ରମୁଖ ସହରାଂଚଳ ଓ ଗ୍ରାମାଂଚଳଗୁଡିକରେ ଏୟାରଟେଲ୍ ୫ଜି ପ୍ଲସ୍ ସେବା ପାଇଁ ଅସୀମିତ ପହଂଚ ରହିଛି । ଏହି ସଫଳତା ଉପରେ ଭାରତୀ ଏୟାରଟେଲ୍‌ର ସିଟିଓ ରଣଦୀପ ସେଖୋଁ କହିଛନ୍ତି, ‘ଆମେ ୫ଜିର ଶକ୍ତି ସହିତ ଦେଶର ବୃହତ୍ ଅଂଶକୁ ସାମିଲ କରିଥିବାରୁ ଆନନ୍ଦିତ । ଆମେ ଉଭୟ ସହର ଓ ଗ୍ରାମାଂଚଳ ଭାରତରେ ଗ୍ରାହକଙ୍କ ମଧ୍ୟରେ ୫ଜିର ଦ୍ରୁତ ଗ୍ରହଣୀୟତାକୁ ପରିଲକ୍ଷିତ କରୁଛୁ । ଏୟାରଟେଲ୍ ୫ଜି ପ୍ଲସ୍ ଏକ ପରିଚାଳକ ଭାବେ କାର୍ଯ୍ୟ କରିବ ଯାହା ଡିଜିଟାଲ କନେକ୍ଟିଭିଟିର ପରବର୍ତୀ ପିଢିକୁ ଆଗକୁ ବଢାଇବ, ନୂଆ ବିଜ୍‌ନେସ୍ ମଡେଲ୍ ସୃଷ୍ଟି କରିବ ଏବଂ ଶିକ୍ଷା, ସ୍ୱାସ୍ଥ୍ୟସେବା, ଉତ୍ପାଦନ ଭଳି ଶିଳ୍ପଗୁଡିକରେ ବିପ୍ଳଣ ଆଣିବ ।’

ସେହିପରି କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କର ଶକ୍ତିକୁ ଅନୁଭବ କରିବା ପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ସହିତ ସେମାନଙ୍କ ପାଇଁ ଅନ୍‌ଲିମିଟେଡ୍ ୫ଜି ଡାଟା ଶୁଭାରମ୍ଭ କରାଯାଇଛି । ଗ୍ରାହକମାନେ ଏବେ ଡାଟା ଶେଷ ହୋଇଯିବାର ଚିନ୍ତା ବିନା ଅଲ୍‌ଟ୍ରାଫାଷ୍ଟ୍‌, ନିର୍ଭରଯୋଗ୍ୟ ଓ ସୁରକ୍ଷିତ ୫ଜି ପ୍ଲସ୍ ସେବାଗୁଡିକୁ ଉପଭୋଗ କରିବାକୁ ସକ୍ଷମ ହେବେ କାରଣ ଏୟାରଟେଲ୍ ଏହାର ସମସ୍ତ ବିଦ୍ୟମାନ ଡାଟା ପ୍ଲାନ୍‌ଗୁଡିକରେ ଡାଟା ବ୍ୟବହାର ଉପରେ କ୍ୟାପିଙ୍ଗ୍‌କୁ ଦୂର କରିଛି । ଏୟାରଟେଲ୍ ଦେଶବ୍ୟାପୀ ଏହାର ସମସ୍ତ ରିଟେଲ୍ ଷ୍ଟୋରଗୁଡିକରେ ୫ଜି ଏକ୍ସପେରିଏନ୍ସ ଜୋନ୍ ସ୍ଥାପନ କରିଛି । ଗ୍ରାହକମାନେ ଅଲ୍‌ଟ୍ରାଫାଷ୍ଟ ଏୟାରଟେଲ୍ ୫ଜି ପ୍ଲସ୍‌ର ଅନୁଭୂତି ପାଇବା ପାଇଁ ଯେକୌଣସି ଷ୍ଟୋର୍‌କୁ ଆସିପାରିବେ ।

 


Share It

Comments are closed.