ଏସିସିର ଲିସା (ଏଲ୍‌ଇଆଇଏସ୍‌ଏ) ପ୍ରକଳ୍ପ ଓଡ଼ିଶାର ବରଗଡ଼ ଜିଲ୍ଲାର ଚାଷୀଙ୍କ ଆୟ, ଫସଲ ଅମଳ ବଢ଼ାଇଛି


ଭୁବନେଶ୍ୱର: ଆଦାନି ଗ୍ରୁପ୍‌ର ସିମେଂଟ୍ ଓ କୋଠା ଉପକରଣ ନିର୍ମାତା ଏସିସି ଏହାର ଲୋ ଏକ୍ସଟରନାଲ୍ ଇନ୍‌ପୁଟ୍ ସଷ୍ଟେନେବଲ୍ ଏଗ୍ରିକଲ୍‌ଚର (ଲିସା) ପ୍ରକଳ୍ପ ଜରିଆରେ ସ୍ଥାୟୀ କୃଷୀ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି । ଆଦାନି ଫାଉଣ୍ଡେସନ ସହଯୋଗରେ ସ୍ଥାପନ କରାଯାଇଥିବା ଚାଷୀ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ରାଜୀବଲୋଚନ ପ୍ରଡ୍ୟୁସର୍ସ କମ୍ପାନି ଲିମିଟେଡ୍ (ଆର୍‌ପିସିଏଲ୍‌) ସହଯୋଗିତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ଯାହା ବରଗଡ଼ କାରଖାନା ପାରିପାଶ୍ୱିର୍କ ଅଂଚଳର ଗ୍ରାମବାସୀଙ୍କ ଜୀବନରେ ସକାରାତ୍ମକ ପରିବର୍ତନକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।
ଲିସା ପ୍ରକଳ୍ପରେ ଚାଷୀମାନଙ୍କୁ ଅର୍ଗାନିକ ଚାଷର ପଦ୍ଧତି ଓ ଅଭ୍ୟାସ ଗ୍ରହଣ କରିବା ଲାଗି ସେମାନଙ୍କୁ ତାଲିମ ଓ ସହାୟତା ଜରିଆରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସହଯୋଗିତା ପ୍ରଭାବରେ ବହୁ ଚାଷୀଙ୍କ ଇନପୁଟ୍ ଖର୍ଚ୍ଚ ହ୍ରାସ ପାଇଥିବା ବେଳେ ଅମଳ ବଢ଼ିଛି ଏବଂ ଫସଲର ମାଗ ବଢ଼ିଥିବାରୁ ସେମାନଙ୍କ ଆୟରେ ଉନ୍ନତି ହୋଇଛି ।
ଏହି ପ୍ରକଳ୍ପର ଚମତ୍କାର ସଫଳତା ହେଉଛନ୍ତି ବରଗଡ଼ ଜିଲ୍ଲା ବରଦୋଲ ବ୍ଲକ୍‌ର ଖେଡ଼ାପଲ୍ଲୀ ଗାଁର ୩୨ ବର୍ଷୀୟ ଚାଷୀ ଅହଲ୍ଲାଦ ପ୍ରଧାନ । ଆରପିସିଏଲ୍ ସହଯୋଗରେ ପାରମ୍ପରିକ ଧାନ ଚାଷକୁ ଅର୍ଗାନିକ ଫାର୍ମିଂରେ ପରିଣତ କରି ନିଜ ତିନି ଏକର ଜମିରେ ବିବିଧ ଫସଲ ଯଥା ଫୁଲକୋବି, ବନ୍ଧାକୋବି, ଟମାଟୋ, ମିଠା ମକା, ଲଙ୍କା ଆଦିକୁ ଚାଷ କରୁଛନ୍ତି ।
ଗଛ ଭଲ ବଢ଼ିବା, ଭଲ ଅମଳ ହେବା ଏବଂ ଉତ୍ପାଦିତ ସାମଗ୍ରୀର ଗୁଣାତ୍ମକ ମାନ ବଢ଼ିବା କାରଣରୁ ଅହଲ୍ଳାଦ ସ୍ଥାନୀୟ ବଜାରରେ ପନିପରିବାଗୁଡ଼ିକୁ ବିକ୍ରି କରି ବାର୍ଷିକ ୪.୧୬ ଲକ୍ଷ ଟଙ୍କା ଆୟ କରୁଛନ୍ତି । ତାଙ୍କ ନିଟ୍ ଲାଭ ୨.୯୨ ଲକ୍ଷ ଟଙ୍କାରେ ପହଂଚିଛି, ଫଳରେ ମାସିକ ଆୟ ୨୪,୩୦୦ ଟଙ୍କା ହୋଇପାରିଛି । ଆୟରେ ହୋଇଥିବା ଉଲ୍ଲେଖନୀୟ ବୃଦ୍ଧି ପାଇଁ ସେ ପାଂଚ ଜଣିଆ ପରିବାରକୁ ଭଲ ଭାବେ ଚଳାଇପାରୁଥିବା ବେଳେ ଭବିଷ୍ୟତ ପାଇଁ ସଂଚୟ ବି କରିପାରୁଛନ୍ତି ।
ଲିସା ପ୍ରକଳ୍ପରେ ଚାଷୀମାନଙ୍କୁ ଜିଆଖତ, ଜୈବ ସାର, ଜୈବ କିଟନାଶକ ଆଦିକୁ ରିହାତି ଦରରେ ପ୍ରଦାନ କରାଯାଉଛି । ଆରପିସିଏଲ୍ ଜରିଆରେ ଏହା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବଜାରରେ ପହଂଚାଉଛି । ଅର୍ଥନୈତିକ ଲାଭ ବ୍ୟତୀତ ରାସାୟନିକ ସାର ଓ କିଟନାଶକ ଉପରେ ନିର୍ଭରଶୀଳତା କମ୍ କରି ଏହା ପରିବେଶ ସଂରକ୍ଷଣ ପ୍ରତି ଯୋଗଦାନ ପ୍ରଦାନ କରୁଥିବା ବେଳେ ମୃତିକାର ଉର୍ବରତା ଓ ଜଳ ଧାରଣ କ୍ଷମତା ବଢ଼ାଉଛି ।
ଏସିସି ଓ ଆଦାନି ଫାଉଣ୍ଡେସନ ବରଗଡ଼ ଜିଲ୍ଲାର ଚାଷୀ ସମୁଦାୟରେ ସାମାଜିକ ଓ ଅର୍ଥନୈତିକ ବିକାଶ ଓ ପରିବେଶ ସନ୍ତୁଳନର ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି । କଂପାନି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଓ ସମସ୍ତଙ୍କ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।


Share It

Comments are closed.