୬୫ ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷିତ


ଭାରତର ଶ୍ରେଷ୍ଠ ଜାତୀୟ ଫିଲ୍ମ ପୁରସ୍କାରର ବିଜେତା ଘୋଷଣା କରାଯାଇଛି । ଫିଲ୍ମ ପ୍ରସ୍ତୁତକର୍ତ୍ତା ଶେଖର କପୁରଙ୍କ ସହିତ ୧୦ ଜୁରି ସଦସ୍ୟଙ୍କ ଦ୍ୱାରା ଏହାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଜାତୀୟ ପୁରସ୍କାରକୁ ଭାରତର ଶ୍ରେଷ୍ଠ ସମ୍ମାନ ବୋଲି ଗ୍ରହଣ କରାଯାଏ । ଏହା ସବୁ ବର୍ଷ ଭାରତର ରାଜଧାନୀ ଦିଲ୍ଲୀ ଠାରେ ଆୟୋଜନ କରାଯାଏ ଯେଉଁଠାରେ ଭାରତର ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଥାନ୍ତି ।
ଜାତୀୟ ପୁରସ୍କାର ବିଜେତା ମଧ୍ୟରେ ବଲିଉଡର ଭିତେରାନ ଅଭିନେତା ବିନୋଦ ଖନ୍ନାଙ୍କୁ ସମ୍ମାନନୀୟ ଦାଦା ସାହେବ ଫାଲକେ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଶ୍ରୀ ଦେବୀ ବିଗତ ବର୍ଷର ଫିଲ୍ମ ମମ୍ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରେଷ୍ଠ ଅଭିନେତା ଭାବେ ନଗର କିର୍ତ୍ତନ ପାଇଁ ରିଧି ସେନ ଏବଂ ଶ୍ରେଷ୍ଠ ଶିଶୁ କଳାକାର ଭାବେ ଭିଲେଜ ରକଷ୍ଟାରର ଭନିତା ଶର୍ମା ବିଜେତା ହୋଇଛନ୍ତି । ସେହିପରି ଶ୍ରେଷ୍ଠ ଓଡିଆ ଫିଲ୍ମ ପାଇଁ ହାଲୋ ଆର୍ସି ଚଳଚ୍ଚିତ୍ରଟି ସମ୍ମାନିତ । ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ବାହୁବଳୀ ଦ କନକ୍ଲୁଜନ ଏବଂ ଶ୍ରେଷ୍ଠ ବଲିଉଡ ଫିଲ୍ମ ଭାବେ ଓସ୍କାର ପାଇଁ ମନୋନିତ ହୋଇଥିବା ନିଉଟନ ଫିଲ୍ମଟି ସମ୍ମାନିତ । ଏହି ଫିଲ୍ମରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆତ୍ମା ସିଂହ ଭୂମିକାରେ ଅଭିନୟ କରିଥିବା ପକଂଜ ତ୍ରୀପାଠୀଙ୍କୁ ସ୍ପେସାଲ ମେନସନ ପୁରସ୍କାର ପ୍ରଦାନ କରାଯାଇଛି । ଟଏଲେଟ ଏକ ପ୍ରେମ କଥାର ଗୋରି ତୁ ଲଠ ମାର ଗୀତରେ କୋରିଓଗ୍ରାଫି ପାଇଁ ଗଣେଷ ଆଚାର୍ଯ୍ୟଙ୍କୁ ଶ୍ରେଷ୍ଠ କୋରିଓଗ୍ରାଫର ଏବଂ ଶ୍ରେଷ୍ଠ ଆକ୍ସନ ଏବଂ ସ୍ପେସାଲ ଇଫେକ୍ଟ ପାଇଁ ବାହୁବଳୀ ଦ କନକ୍ଲୁଜନକୁ ବିଜେତା ଘୋଷଣା କରାଯାଇଛି । ମମ୍ରେ ଶ୍ରେଷ୍ଠ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ପାଇଁ ଏବଂ କାଟରୁ ଭେଲିୟାଦି ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାରର ବିଜେତା ହୋଇଛନ୍ତି ଏ ଆର ରେହେମାନ । ଏହା ତାଙ୍କର ଷଷ୍ଠ ତମ ଜାତୀୟ ପୁରସ୍କାର ।
ସେହିପରି ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ଆସାମୀ ଫିଲ୍ମ ଭିଲେଜ ରକଷ୍ଟାର ବିଜେତା ଘୋଷଣା ହୋଇଥିବା ବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ ଭୟାନକମ ପାଇଁ ମାଲାୟାଲମର ଜୟରାଜ ମନୋନିତ ହୋଇଛନ୍ତି । ଶ୍ରେଷ୍ଠ ଫିଲ୍ମ କ୍ରିଟିକ ପାଇଁ ଗିରିଧର ଝା, ଶ୍ରେଷ୍ଠ ଏଡିଟିଙ୍ଗ ପାଇଁ ଭିଲେଜ ରକଷ୍ଟାରର ରିମା ଦାସ, ଶ୍ରେଷ୍ଠ ସିନେମାଟୋଗ୍ରାଫି ଭୟାନକମ, ଶ୍ରେଷ୍ଠ ମହିଳା ପ୍ଲେ ବ୍ୟାକ ଗାୟିକା ପାଇଁ କାଚରୁ ଭେଲିୟାଦିର ଶଶା ତିରୁପତି ଏବଂ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପାଇଁ ମୋର୍ଖ୍ୟ ଫିଲ୍ମର ନାମ ଘୋଷଣା କରାଯାଇଛି ।


Share It

Comments are closed.