ଜମ୍ମୁ-କାଶ୍ମୀର, ବିହାର, ପଶ୍ଚିମବଙ୍ଗରେ ଭୂକମ୍ପ ଝଟକା


ଜମ୍ମୁ-କାଶ୍ମୀରରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୦ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ୧୦ଟା ୧୦ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।
ଏହାସହ ଆଜି ବିହାର ଓ ପଶ୍ଚିମବଙ୍ଗରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାର ତିବ୍ରତା ୪.୩ ରେକର୍ଡ କରାଯାଇଥିବା ବେଳେ ଏଥିରେ କୌଣସି ଧନଜୀବନ ହାନୀ ହୋଇ ନାହିଁ ବୋଲି ଜଣାପଡିଛି।


Share It

Comments are closed.