ହରିଶଙ୍କରଙ୍କ ନେତୃତ୍ୱରେ ୩୦୩ ରକ୍ତ ୟୁନିଟ ସଂଗ୍ରହ


ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ୬ ଦିନ ବ୍ୟାପି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଗତ ୨୨ରୁ ଆରମ୍ଭ କରି ୨୮ ଜୁନ ପର୍ଯ୍ୟନ୍ତ କଟକ ଏସସିବି ରକ୍ତ ଭଣ୍ଡାରରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିବା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କରୋନା ମହାମାରି ସମୟରେ କିପରି ରକ୍ତର ଉତ୍କଟ ଅଭାବକୁ ଦୂର କରାଯାଇପାରିବ ସେହି ଲକ୍ଷ୍ୟ ନେଇ ବିଜେଡିର ଯୁଗ୍ମ ସଂପାଦକ (ଛାତ୍ର ବ୍ୟାପାର) ହରିଶଙ୍କରଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିରରେ ମୋଟ ୩୦୩ ରକ୍ତ ୟୁନିଟ ସଂଗ୍ରହ କରାଯାଇଥିଲା ।
ଉଦଯାପନୀ ଦିବସରେ ରକ୍ତଦାନ ଶିବିରକୁ ପୂର୍ବତ୍ତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳ ଉଦଘାଟନ କରିଥିଲେ । ବିଭିନ୍ନ ଦିବସରେ ରାଜ୍ୟସଭା ସାଂସଦ ଶ୍ରୀ ସୁବାସ ସିଂହ, ଓଡିଶା ମୋ ପରିବାରର ନଗର ସଂଯୋଜନ ଶ୍ରୀ ରଞ୍ଜନ ବିଶ୍ୱାଳ, ଧର୍ମେଶ ନାୟକ, ପ୍ରଫୁଲ୍ଲ ସିଂହ, ବିଜୟ ବେହେରା, ପ୍ରଶାନ୍ତ ନାୟକ, ଜନସନ ମାହାପାତ୍ର, ଦୁର୍ଗା ସାମନ୍ତରାୟ, କୁନୁବିହାରୀ ଦାସ, ପ୍ରକାଶ ତ୍ରିପାଠୀ, ଜଗନ୍ନାଥ ସ୍ୱାଇଁ, ଜଗତଜ୍ୟୋତି ପଟ୍ଟନାୟକ ଏବଂ ବିଜୁ ଯୁବ-ଛାତ୍ର ଜନତା ଦଳର ଅନେକ ନେତା ଯୋଗ ଦେଇଥିଲେ ।


Share It

Comments are closed.