ହ୍ରାସ ପାଉଛି ସଂକ୍ରମଣ, ରାଜ୍ୟରେ ୨୬୧୭ ନୂଆ ଆକ୍ରାନ୍ତ ଚିହ୍ନଟ


କରୋନା ମହାମାରୀ ରାଜ୍ୟରେ ହୁ ହୁ ହୋଇ କାୟା ମେଲାଇ ଚାଲିଛି । ଦୈନିକ ସଂକ୍ରମଣ ଉପରେ ଧିରେ ଧିରେ ବ୍ରେକ୍‌ ଲାଗିବାରେ ଲାଗିଛି । ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୨୬୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୫୨୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୦୯୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ୨୬୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୦୬ ଜଣ, ବରଗଡ଼ରୁ ୧୪୮ ଜଣ, କଟକରୁ ୧୩୬ ଜଣ,କେନ୍ଦ୍ରପଡ଼ାରୁ ୧୩୨ ଜଣ, ଅନୁଗୁଳରୁ ୧୧୫ ଜଣ,ଯାଜପୁରରୁ ୧୧୨ ଜଣ, ବଲାଙ୍ଗୀରରୁ ୧୦୯ ଜଣ, କେନ୍ଦୁଝରରୁ ୧୦୭ ଜଣ,ସମ୍ବଲପୁରରୁ ୧୦୬ ଜଣ, ମୟୂରଭଞ୍ଜରୁ ୧୦୧ ଜଣ,ସୁନ୍ଦରଗଡ଼ରୁ ୯୧ ଜଣ, ପୁରୀରୁ ୭୯ ଜଣ, ବାଲେଶ୍ୱରରୁ ୭୯ ଜଣ, ଢ଼େଙ୍କାନାଳରୁ ୭୪ ଜଣ,ମାଲକାନଗିରିରୁ ୬୭ ଜଣ, ନବରଙ୍ଗପୁରରୁ ୫୯ ଜଣ, ଭଦ୍ରକରୁୁ ୪୯ ଜଣ, ଝାରସୁଗୁଡାରୁ ୪୬ ଜଣ, ଜଗତସିଂହପୁରରୁ ୪୫ ଜଣ,କଳାହାଣ୍ଡିରୁ ୪୪ ଜଣ, ଗଞ୍ଜାମରୁ ୪୩ ଜଣ, କୋରାପୁଟରୁ ୪୩ ଜଣ, ନୟାଗଡ଼ରୁ ୩୮ ଜଣ, କନ୍ଧମାଳରୁ ୩୨ ଜଣ, ରାୟଗଡ଼ାରୁ ୨୬ ଜଣ, ସୋନପୁରରୁ ୨୩ ଜଣ, ବୌଦ୍ଧ ଓ ଦେବଗଡ଼ରୁ ୧୮ ଜଣ ଲେଖାଏଁ, ଗଜପତିରୁ ୭ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୩୫ ହଜାର ୩୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୨ ହଜାର ୦୫୧ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୦୨ ହଜାର ୩୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୦୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୩୪ ଲକ୍ଷ ୮୨ ହଜାର ୪୦୨ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.