ମହିଳାଙ୍କୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ବଲାଙ୍ଗୀର: ଜଣେ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ସୋନପୁର ଜିଲ୍ଲା ତରଭା ବ୍ଲକ ଅଧୀନସ୍ଥ ନଇକେନପଲି ଗ୍ରାମପଂଚାୟତ ଅଧୀନସ୍ଥ ସିଂହବାହଳୀ ଗ୍ରାମ ନିବାସୀ ବେଲମତୀ ଚିନ୍ଦା ନାମକ ଜଣେ ମହିଳା ପେଟ ଜନିତ ଟ୍ୟୁମର ରୋଗରେ ପୀଡ଼ିତ ହୋଇ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ । ଗତ ଡିସେମ୍ବର ୨୪ ତାରିଖ ଦିନ ସେଠାରେ ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ଡାକ୍ତର ତୁରନ୍ତ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କୁ ଏଥିପାଇଁ ଏ’ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ କହିଥିଲେ । ମାତ୍ର ଏହି ସମୟରେ ଡାକ୍ତରଖାନାରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ସଠିକ ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ନେଇ ଭୀମ ଭୋଇ ମେଡିକାଲ କଲେଜ ବଲାଙ୍ଗୀରକୁ ଆସିଥିବା ୧୦୮ ଆମ୍ବୁଲାନ୍ସ ହେଲପର ଜପନିଧି ଦାନସେନ ଉକ୍ତ ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ । ସୌଭଗ୍ୟବସତଃ ତାଙ୍କ ବ୍ଲଡଗ୍ରୁପ ମଧ୍ୟ ଏ’ପଜିଟିଭ ଥିଲା । ତେଣୁ ସେ ଆଉ ବିଳମ୍ବ ନକରି ତୁରନ୍ତ ଆଗେଇ ଆସିଥିଲେ ଏବଂ ରୋଗୀଙ୍କୁ ରକ୍ତ ଦାନ କରିଥିଲେ । ତାଙ୍କର ଏହି ମାନବିକତା ଯୋଗୁଁ ରୋଗୀ ଜଣଙ୍କୁ ଆଜି ଏକ ନୂଆ ଜୀବନ ମିଳିପାରିଛି ।


Share It

Comments are closed.