ଗୁରୁତର ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ଜଣେ ଗୁରୁତର ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ   ଘଟଣାନୁଯାୟୀ ପ୍ୟାରୀ ବିବି(୪୫ବର୍ଷ) ନାମକ ଜଣେ ମହିଳା ଗୁରୁତର ରକ୍ତହୀନତା ରୋଗରେ ପୀଡ଼ିତ ହୋଇ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ହଠାତ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତର ତୁରନ୍ତ ଓ’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଏହି ସମୟରେ ରକ୍ତଯୋଗାଡ଼ କରିବାକୁ ବିଫଳ ହୋଇ ହତାଶ ହୋଇପଡ଼ିଥିଲେ ରୋଗୀଙ୍କ ସମ୍ପର୍କୀୟ । ସୌଭାଗ୍ୟବସତଃ ସଠିକ ସମୟରେ ୧୦୮ ଆମ୍ବୁଲାନ୍ସ ଇଏମଟି ପ୍ରସନଜିତ ମହାନ୍ତି ଏହି ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ ଏବଂ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ଓ’ପଜିଟିଭ ଥିଲା । ତେଣୁ ସେ ତୁରନ୍ତ ରକ୍ତଦାନ ପାଇଁ ଆଗେଇ ଆସିଥିଲେ ଏବଂ ରକ୍ତଦାନ କରିଥିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ରୋଗୀଙ୍କୁ ଏକ ନୂଆ ଜୀବନ ମିଳିପାରିଛି । ଏଥିପାଇଁ ସର୍ବସାଧାରଣରେ ତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରାଯାଇଛି ।


Share It

Comments are closed.