ପରଦାକୁ ଆସିବ ୧୦୨ ନଟ ଆଉଟ


ଯୁବ ସମୟ – ନିର୍ଦ୍ଦେଶକ ଉମେଶ ଶୁକ୍ଳାଙ୍କ ଆଗାମୀ ଫିଲ୍ମ ୧୦୨ ନଟ ଆଉଟର ଟ୍ରେଲର ରିଲିଜ ହୋଇଛି । ଏଥିରେ ରିଷି କପୁର ଏବଂ ଅମିତାଭ ବଚ୍ଚନଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ଏହି ଫିଲ୍ମଟି ସୌମ୍ୟା ଜୋସିଙ୍କ ଦ୍ୱାରା ଲିଖିତ ଏକ ଗୁଜୁରାଟି କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଦେଶରେ ମେ ୪, ୨୦୧୮ରେ ରିଲିଜ ହେବାର ଯୋଜନା ରହିଛି ।
ଉକ୍ତ ଫିଲ୍ମଟି ଦୁଇ ବୃଦ୍ଧ ବାପ ପୁଅଙ୍କ ଭିନ୍ନ ପ୍ରେମ କାହାଣୀ ଉପରେ ଚିତ୍ରିତ । ଏଥିରେ ଅମିତାଭ ବଚ୍ଚନ ୧୦୨ ବର୍ଷର ବାପର ଅଭିନୟ କରୁଥିବା ବେଳେ ଋିଷି କପୁର ତାଙ୍କର ୭୫ ବର୍ଷିୟ ପୁଅ ଭୂମିକାରେ ଦେଖାଯିବେ । ଏହି ଚଳଚିତ୍ରଟିରେ ୧୦୨ ବର୍ଷିୟ ବୃଦ୍ଧ, ଓଲଡେଷ୍ଟ ପର୍ସନ ଅଫ ଦ ୱାର୍ଲଡ ରେକର୍ଡ ଭାଙ୍ଗିବା ପ୍ରୟାସରେ ଅଛନ୍ତି । ଏଥିରେ ସଲିମ –ସୁଲେମାନ ସଂଗୀତ ପ୍ରଦାନ କରିଛନ୍ତି । ରିଷି କପୁର ଏବଂ ଅମିତାବ ବଚ୍ଚନ ଦୀର୍ଘ ୨୭ ବର୍ଷ ପରେ ଗୋଟିଏ ଚଳଚ୍ଚିତ୍ରରେ କାମ କରିବେ । ସେମାନେ ପୂର୍ବରୁ କଭି କଭି, ଅମର ଅକବର ଆନ୍ଥୋନି, ନସିବ,କୁଲି,ଅଜୁବା ପରି ଫିଲ୍ମରେ ଏକତ୍ର କାମ କରିସାରିଛନ୍ତି ।


Share It

Comments are closed.