ଏବେ ଲମ୍ବା ଅବଧି ପାଇଁ ମିଳିପାରିବ ଭଡାରେ କାର


ଯେଉଁମାନଙ୍କ ପାଖରେ କାର ନଥାଏ ସେମାନଙ୍କୁ କୌଣସି ସ୍ଥାନକୁ ଯିବା ହେଲେ ଏକ ଗାଡିକୁ ଭଡା କରି ଯିବାକୁ ପଡିଥାଏ । ବ୍ୟକ୍ତି ଜଣକ ଉକ୍ତ ଭଡା ଗାଡିକୁ ଚାହିଁଲେ ସୁଧା ତାକୁ ଲମ୍ବା ଅବଧି ପର୍ଯ୍ୟନ୍ତ ରହିପାରିନଥାଏ । ଏହି ପରିପ୍ରେକ୍ଷୀରେ ଭାରତର ବିଶାଳ ସେଲ୍ଫ ଡ୍ରାଇଭ୍ ସଂସ୍ଥା ଜୁମକାର୍ ପକ୍ଷରୁ ସ୍ୱତନ୍ତ୍ର ସୁବିଧାର ଶୁଭାରମ୍ଭ କରାଯାଇଛି । ଭାରତର ବିଶାଳ ସେଲ୍ଫ ଡ୍ରାଇଭ୍ ଜୁମକାର୍ ଗତିଶୀଳ ପ୍ଲାଟଫର୍ମ ପ୍ରଦାନ କରି ପୂର୍ଣ୍ଣ ପକ୍ଷଭୁକ୍ତ କାର୍ଯ୍ୟପ୍ରକ୍ରିୟା ସହ ଭୁବନେଶ୍ୱରରେ କାର୍ ସବସ୍କ୍ରିପସନ୍ ମଡେଲ୍ର ଶୁଭାରମ୍ଭ କରୁଛି । ଜ୍ୟାପ୍ ସବସ୍କ୍ରିପ୍ସନ୍ ହେଉଛି ଜୁମକାର୍ର ଫ୍ଲାଗସିପ୍ ଫ୍ରାକ୍ସନାଲ୍ ସେୟାରିଂ କାର୍ଯ୍ୟକ୍ରମ, ଯେଉଁଠାରେ ଜଣେ ଏକ କାର୍କୁ ୬, ୧୨ କିମ୍ବା ୨୪ ମାସ ପାଇଁ ବ୍ୟବହାର କରିପାରିବ ଓ ଯେବେ ଚାହିଁବେ ବୈଷୟିକ ନମନୀୟତା ଅନୁଯାୟୀ ଏକ ନୂତନ କାର୍ ନେଇପାରିବେ । ବର୍ତ୍ତମାନ ଭାରତରେ ସେୟାର୍ଡ ଗତିଶୀଳତା ପରମ୍ପରା ସହରିକରଣରେ ନବୀନତାର ରୁଚି ରୂପରେ ବହୁଳ ମାତ୍ରାରେ ବୃଦ୍ଧି ପାଇଛି, ଏବଂ ପାରିବେଶିକ, ଶକ୍ତି ଓ ଆର୍ôଥକ ଚେତନାଗୁଡ଼ିକରେ ବୃଦ୍ଧି ସ୍ଥାୟୀ ବିକଳ୍ପର ଆବଶ୍ୟକତାଗୁଡ଼ିକୁ ଦୃତ କରିଛି ।
ଓଡ଼ିଶାରେ ଭୁବନେଶ୍ୱର ବର୍ତ୍ତମାନ ଏକ ବିଶାଳ ଜୁମକାର୍ ବଜାରମାନଙ୍କ ମଧ୍ୟରୁ ଗୋଟିଏ । ଜ୍ୟାପ୍ ସବ୍ସ୍କ୍ରିପ୍ସନ୍ର ଆରମ୍ଭ ହେବା ଦିନଠାରୁ ଆଜି ଭୁବନେଶ୍ୱରରେ ଉପଭୋକ୍ତାମାନଙ୍କ ସଂଖ୍ୟା ଦୁଇ ଗୁଣରେ ପହଞ୍ôଚଛି । ସହରରେ ୫୦ ଜଣ ଉପଭୋକ୍ତାଙ୍କ ସହିତ ପଞ୍ଜୀକରଣ ସଂଖ୍ୟା ୧୫,୦୦ରେ ପହଞ୍ôଚଛି । ବିଶାଳ ସଂଖ୍ୟକ ଉପଭୋକ୍ତା ମଧ୍ୟରେ ରହିଛନ୍ତି କାର୍ଯ୍ୟରତ ପେଶାଗତ ଏବଂ କ୍ଷୁଦ୍ର ତଥା ମଧ୍ୟମ ଶ୍ରେଣୀୟ ବ୍ୟବସାୟୀ । ଜୁମକାର୍ ସହିତ ସବସ୍କ୍ରିପସନ୍ ମଡେଲ୍ ପାଇଁ ବିଶାଳ ଓଇଏମ୍ ଅଂଶୀଦାରମାନଙ୍କ ମଧ୍ୟରେ ରହିଛନ୍ତି ମାରୁତି, ହ୍ୟୁଣ୍ଡାଇ, ଫୋର୍ଡ, ମହିନ୍ଦ୍ରା ଓ ଟାଟା । ଜ୍ୟାପ୍ ସବସ୍କ୍ରାଇବ୍ ହେଉଛି ଡାଉନପେମେଣ୍ଟ, ସର୍ଭିସ ଓ ଇନ୍ସୁରାନ୍ସଜନୀତ ସଂଘର୍ଷ ବିନା ବ୍ୟକ୍ତିଗତ କାର୍ ପାଇବା ପାଇଁ ଏକ ବୈପ୍ଳବିକ ମାଧ୍ୟମ । ଏହି ସବ୍ସ୍କ୍ରିପ୍ସନ୍ ମଡେଲ୍ ଗ୍ରାହକମାନଙ୍କୁ ଅତିରିକ୍ତ ନମନୀୟତା ଓ ସୁବିଧା ପାଇବାରେ ସାହାଯ୍ୟ କରିବ ଓ ସେମାନଙ୍କ ପଡ଼ୋଶୀମାନଙ୍କ ସହିତ କାର୍କୁ ସହଜରେ ପରିଚାଳନା କରିବାରେ ସହାୟକ ହେବ । ଜ୍ୟାପ୍ ସବସ୍କ୍ରିପ୍ସନ୍ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ବାଙ୍ଗାଲୋର ଭଳି ୩୫ରୁ ଉଦ୍ଧ୍ୱର୍ ସହରମାନଙ୍କରେ ଏହାର ସଫଳତା ହାସଲ କରିପାରିଛି, ଯେଉଁଠାରେ ୧,୦୦୦ ଉପଭୋକ୍ତାମାନଙ୍କୁ ରହିଛନ୍ତି ।
ଏହି ପରିପ୍ରେକ୍ଷୀରେ ଜର୍ଜ ମୋରାନ୍, ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସହ-ପ୍ରତିଷ୍ଠାତା , ଜୁମକାର୍ ପ୍ରକାଶ କରିଛନ୍ତି ଯେ, “ଜୁମକାର୍ ଭାରତରେ ଏହାର ପ୍ରଥମ ପ୍ରକାର କାର୍ ସବସ୍କ୍ରିପ୍ସନ୍ ମଡେଲ୍ର ଶୁଭାରମ୍ଭ କରିଛି । ଗତ କିଛି ବର୍ଷ ଧରି ଭାରତ ଏକ ଅଭୁତମାନର ମାଇଣ୍ଡ ସେଟ୍ର ସାକ୍ଷ୍ୟ ଭାବେ ରହିଆସିଛି ଓ ବର୍ତ୍ତମାନ ମାଲିକାନାରେ ପ୍ରମୂଖ ଭୂମିକା ଗ୍ରହଣ କରିଛି । ଆମର ସବସ୍କ୍ରାଇବ୍ କରିବାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଉପଭୋକ୍ତାମାନଙ୍କ ଅସୁବିଧାଗୁଡ଼ିକୁ ହ୍ରାସ କରିବା ପାଇଁ ଜ୍ଞାନକୌଶଳ ଓ ଡାଟା ବିଜ୍ଞାନକୁ ଶକ୍ତି ପ୍ରଦାନ କରିବା ।”


Share It

Comments are closed.