କ୍ରିକେଟକୁ ଅଲବିଦା କହିଲେ ‘ଯୁବରାଜ’


୨୦୧୧ ବିଶ୍ୱକପର ହିରୋ ଯୁବରାଜ ସିଂହ ଆଜି କ୍ରିକେଟରୁ ଆଜୀବନ ଅବସର ନେବାର ଘୋଷଣା କରିଛନ୍ତି । ସେଥିପାଇଁ ସେ ଆଜି ସାଉଥ ମୁମ୍ବାଇ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି । ଏଥିରୁ କଳ୍ପନା କରାଯାଉଛି ଯେ, ସେ କ୍ରିକେଟରୁ ଆଜୀବନ ଅବସରର ଘୋଷଣା କରିପାରନ୍ତି ।
ବିସିସିଆଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, “ଯୁବରାଜ ଆନ୍ତର୍ଜାତିକ କ୍ରିକେଟ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟରୁ ସନ୍ୟାସ ନେବା ପାଇଁ ଚିନ୍ତା କରୁଛନ୍ତି । ”
ପ୍ରକାଶ ଥାଉକି, ଯୁବରାଜ ଭାରତ ପାଇଁ ୪୦ଟି ଟେଷ୍ଟ, ୩୦୮ଟି ଦିନିକିଆ ଏବଂ ୫୮ଟି ଟି-୨୦ ମ୍ୟାଚ ଖେଳିସାରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ୩୩.୯୨ ହାରରେ ୧୯୦୦ ରନ ସଂଗ୍ରହ କରିଥିବାବେଳେ ଦିନିକିଆରେ ୮୭୦୧ ରନ ମଧ୍ୟ ସଂଗ୍ରହ କରିଛନ୍ତି । ଏହା ସହ ସେ ଟି-୨୦ରେ ୧୧୭୭ ରନ ସଂଗ୍ରହ କରିଥିବାବେଳେ ଟି-୨୦ ବିଶ୍ୱକପରେ ଗୋଟିଏ ଓଭରରେ ୬ଟି ଛକା ମାରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି ।


Share It

Comments are closed.