ଯୁବରାଜ ଦେଖାଇଲେ ଜଲୱା, ଖେଳିଲେ ଧୂଆଁଧାର ପାଳି


ଭାରତୀୟ କ୍ରିକେଟ ଟିମର ବିସ୍ପୋଟକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ଆଗାମୀ ବିଶ୍ୱକପରେ ଖେଳିବା ପାଇଁ ନିଜ ଆଶା ଉଜ୍ଜିବିତ ରଖିଥିବାବେଳେ ଏବେ ନିକଟରେ ଖେଳାଯାଇଥିବା ଏକ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଧୂଆଁଧାର ପାଳି ଖେଳିଛନ୍ତି । ବର୍ତ୍ତମାନ ବିଶ୍ୱକପ ପୂର୍ବରୁ ଆଇପିଏଲ ଖେଳାଯିବାର ଅଛି ସେଥିପାଇଁ ଯୁବରାଜ ନିଜ ଟିମ ମୁମ୍ବାଇ ଇଣ୍ଡିଆନ ପାଇଁ କିପରି ଭଲ ପ୍ରଦର୍ଶନ କରିପାରିବେ ସେଥିପାଇଁ ଖୁବ ଜୋରସେ ଚେଷ୍ଟା ଚଳାଇଛନ୍ତି ।
ବର୍ତ୍ତମାନ ଯୁବରାଜଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିର ଖବର ଅଛି କାରଣ ଆଇପିଏଲ ଏବଂ ବିଶ୍ୱକପ ପୂର୍ବରୁ ଯୁବରାଜ ପୁଣିଥରେ ନିଜ ପୁରୁଣା ଫର୍ମକୁ ଫେରି ଆସିଛନ୍ତି । ସେ ମୁମ୍ବାଇରେ ଖେଳାଯାଉଥିବା ‘ଡିୱାଇ ପାଟିଲ’ ଟି-୨୦ ଘରୋଇ ଟୁର୍ଣ୍ଣାମେଣ୍ଟରେ ଧୂଆଁଧାର ପ୍ରଦର୍ଶନ ଦେଖାଇଛନ୍ତି । ଯୁବରାଜ ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ମ୍ୟାଚରେ ୫୭ଟି ବଲରେ ୮୦ ରନ ସଂଗ୍ରହ କରିଛନ୍ତି ।
ଆଇପିଏଲ ପୂର୍ବରୁ ଯୁବରାଜଙ୍କ ଏହି ପ୍ରଦର୍ଶନ ନ କେବଳ ତାଙ୍କ ପାଇଁ ଭଲ ନୁହେଁ ବରଂ ଏହା ସହ ଟିମ ପାଇଁ ମଧ୍ୟ ଖୁସିର କଥା ଅଟେ । ଯୁବରାଜଙ୍କ ଟିମ ଏହି ଟୁର୍ଣ୍ଣାମେଣ୍ଟରେ ୨୦ ଓଭରରେ ୧୬୯ ରନ ସଂଗ୍ରହ କରିଥିଲେ ମଧ୍ୟ ବିରୋଧି ଟିମ ଠାରୁ ମାତ୍ର ଗୋଟିଏ ୱିକେଟର ଅନ୍ତରରେ ପରାଜୟ ବରଣ କରିଥିଲେ ।
ଏହି ମ୍ୟାଚରେ ଯୁବରାଜ ବୋଲିଂ ମଧ୍ୟ କରିଥିଲେ ଯେଉଁଥିରେ ସେ ଗୋଟିଏ ଓଭରରେ ୧୨ ରନ ଦେଇଥିଲେ । ସେପଟେ ଯୁବରାଜ ଦୀର୍ଘଦିନ ପରେ ଏଭଳି ଏକ ବଡ ଇଂନିସ ଖେଳିଛନ୍ତି । ଅନ୍ୟପଟେ ବିଜୟ ହାଜାରେ ଟ୍ରଫିରେ ଯୁବରାଜ ରେଲୱେ ବିପକ୍ଷରେ ଏକ ସୁନ୍ଦର ଇଂନିସ ଖେଳିଥିଲେ ଯେଉଁଥିରେ ସେ ୯୬ ରନର ବ୍ୟକ୍ତିଗତ ସ୍କୋର ସଂଗ୍ରହ କରିଥିଲେ ।
ଯଦି ଯୁବରାଜଙ୍କ ଏହିଭଳି ପ୍ରଦର୍ଶନ ଜାରୀ ରୁହେ ତେବେ ତୁରନ୍ତ ତାଙ୍କ ବିଶ୍ୱକପ ପାଇଁ ମଧ୍ୟ ଡକରା ଆସିପାରେ ।


Share It

Comments are closed.