ଆଉ କେହି ନୁହେଁ ଆପଣଙ୍କ ନିଜ ସ୍ମାର୍ଟଫୋନ ହିଁ ଚୋରି କରୁଛି ଆପଣଙ୍କ ଗୁପ୍ତ ତଥ୍ୟ, ପଢିଲେ ହୋସ ଉଡିଯିବ


ଆପଣଙ୍କ ସ୍ମାର୍ଟଫୋନ ଫୋନରେ ଥିବା ସମସ୍ତ ତଥ୍ୟ ଗୁଡିକୁ ସ୍କ୍ରିନସଟ ମାଧ୍ୟମରେ ଚୋରି କରାଇ ତୃତୀୟ ବ୍ୟକ୍ତିଙ୍କୁ ପଠାଉଛି । ଏକ ଅନୁଧ୍ୟାନରୁ ଜଣା ପଡିଛି ଯେ, ଆପଣଙ୍କ ଆଣ୍ଡ୍ରଏଡ ଫୋନରେ ଥିବା କେତେକ ଆପ ସ୍ମାର୍ଟଫୋନର ଗୁପ୍ତ ତଥ୍ୟ ଗୁଡିକୁ ଚୋରି କରାଇ ତୃତୀୟ ବ୍ୟକ୍ତି ପାଖରେ ପହଞ୍ଚାଉଛି ।
ବୋଷ୍ଟନର ନର୍ଥ ଇଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେଭିଡ ଚୋପଫୁନୁସ କହିଛନ୍ତି ଯେ, “ଫୋନରେ ଥିବା କେତେକ ‘ଆପ’ ଆପଣଙ୍କ ଫୋନର ସ୍କ୍ରିନ କିମ୍ବା ଆପଣ ଲେଖୁଥିବା କିଛି ସନ୍ଦେଶ ଏବଂ ପୋଷ୍ଟ ଗୁଡିକୁ ରେକର୍ଡ କରିପାରେ । ଏହା ପରେ ଆପ ନିଜେ ତଥ୍ୟ ଗୁଡିକର ସ୍କ୍ରିନସଟ ନେଇ ତୃତୀୟ ବ୍ୟକ୍ତିଙ୍କୁ ପଠାଇଥିଲେ । ବର୍ତ୍ତମାନ ମହଜୁଦ ଥିବା ୧୭୦୦୦ ମୋବାଇଲ ଆପ ମଧ୍ୟରୁ ୯୦୦୦ଟି ଏପରି ମୋବାଇଲ ଆପ ରହିଛି, ଯାହାକି ଆପଣଙ୍କ ଫୋନରୁ ତଥ୍ୟ ଚୋରି କରିବାରେ ମାହାରି ଅଟେ” । ବିଶେଷଜ୍ଞମାନଙ୍କ କହିବା ମୁତାବକ ଏହି ସ୍କ୍ରିନସଟ ମଧ୍ୟରେ ଆପଣଙ୍କ ଭିଡିଓ, ଉପୋଭକ୍ତାଙ୍କ ନାମ , ପାସୱାର୍ଡ, କ୍ରେଡିଟ କାର୍ଡ ନମ୍ବର ଏବଂ ଫୋନରେ ମହଜୁଦ ଥିବା ଗୁପ୍ତ ତଥ୍ୟ ମଧ୍ୟ ଚୋରି ହୋଇପାରେ ।
ବିଶ୍ୱ ବିଦ୍ୟାଳୟର ଅନ୍ୟ ଏକ ପ୍ରଫେସର କ୍ରିଷ୍ଠ ୱିଲସନ କହିଛନ୍ତି ଯେ, “ଅଧ୍ୟୟନରେ କୌଣସି ପ୍ରକାରର ଅଡିଓ ଲିଙ୍କର ସନ୍ଧାନ ମିଳିପାରୁ ନାହିଁ ” । କୌଣସି ଭି ଆପରେ ମାଇକ୍ରୋଫୋନକୁ ସକ୍ରିୟ କରାଯାଇ ନାହିଁ । ୱିଲସନ କହିଛନ୍ତି ଏହି ଆପ ଗୁଡିକର ବ୍ୟବହାର ଅପବ୍ୟବହାର ପାଇଁ ପ୍ରଯୋଗ କରାଯାଏ ।
ମୋବାଇଲ ଉପଭୋକ୍ତା ମାନେ ଦିନକୁ ଦିନକୁ ନୂଆ ଆପ ଡାନଲୋଡ କରୁଛନ୍ତି । ଉପଭୋକ୍ତା ମାନେ ବିପଦପୂର୍ଣ୍ଣ ଆପଗୁଡିକ ଡାଉନଲୋଡ କରିବା ଦ୍ୱାରା ତାଙ୍କ ଫୋନରୁ ତଥ୍ୟ ଚୋରି ହେବା ଅତ୍ୟନ୍ତ ସହଜ ଅଟେ ।


Share It

Comments are closed.