ଏବେ ଯାଏଁ ବି ବଞ୍ଚିଛି ମାନବିକତା, ଅସହାୟଙ୍କୁ ସହାୟତାର ହାତ ବଢାଇଲେ ଯୁବ ସ୍ୱେଚ୍ଛାସେବୀ


କରୋନାକୁ ନେଇ ସାରା ଦେଶରେ ଉପୁଜିଥିବା ଲକ୍‌ଡାଉନ ସମସ୍ୟା ମଧ୍ୟରେ ବିଶେଷ କରି ଦିନ ମଜୁରିଆ, ଶ୍ରମିକ ଶ୍ରେଣୀର ଏବଂ ଖଟିଖିଆ ଲୋକମାନେ ବେଶ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ  ଆର୍ଥକ ମେରୁଦଣ୍ଡ ବର୍ତ୍ତମାନ ସଂପୂର୍ଣ୍ଣ ଋପେ ଭାଙ୍ଗି ଯାଇଛି । ତେବେ ଏହି ମାନଙ୍କୁ ସହାୟତାର ହାତ ବଢାଇବାକୁ ଯାଇ ଦେଶ ହେଉ ଅବା ରାଜ୍ୟରେ ବିଭିନ୍ନ ସ୍ୱେଚ୍ଛାସେବୀ ବର୍ତ୍ତମାନ ଆଗେଇ ଆସିଥିବାବେଳେ ଏଭଳି ଏକ ଏକ ଦୃଶ୍ୟ କଟକ ସହରରେ ଦେଖିବାକୁ ମିଳିଛି ।
କଟକ ଯୁବ ଜନତା ଦଳର ସାଧାରଣ ସଂପାଦକ ତଥା ଯୁବ ସ୍ୱେଚ୍ଛାସେବୀ ସକିଲ ଅଖତର ଏବଂ ତାଙ୍କ ସହଯୋଗୀଙ୍କ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ପୋଲିସ, ଅସହାୟ ବ୍ୟକ୍ତି ଏବଂ ଭୋକିଲା ଜୀବଜନ୍ତୁଙ୍କୁ ଶୁଖିଲା ଖାଦ୍ୟ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଆଦି ପ୍ରଦାନ କରାଯାଇଛି । ସେ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସେ ଏହି ଜନମଙ୍ଗଳକାରୀ କାର୍ଯ୍ୟ କରୁଥିବାବେଳେ ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ମଧ୍ୟ ଛୁଟିବାରେ ଲାଗିଲାଣି ।
ଏହି ଅବସରରେ ସେ ଅନ୍ୟମାନଙ୍କୁ ଏହି ଜନମଙ୍ଗଳକାରୀ କାର୍ଯ୍ୟରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିବାବେଳେ ଯଦି ଲୋକଙ୍କ ଭଲ ପାଇବା, ଆର୍ଶୀବାଦ ଏବଂ ସମର୍ଥନ ତାଙ୍କ ପାଇଁ ରୁହେ ତେବେ ସେ ଆଗରୁ ଏଭଳି ଅନେକ କାର୍ଯ୍ୟ ଜାରି ରଖିବେ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜୁ ଯୁବ ଜନତା ଦଳର ଯୁବ ସମ୍ପାଦକ ସକିଲ ଅଖତରଙ୍କ ନେତୃତ୍ୱରେ ୱାକର ୟୁସୁଫ, ସୋଏବ ମହମ୍ମଦ, ସାର୍ଥକ ରାଉତରାୟ, ଏସକେ ସମିମ, ସେକ ଇମତିଆଜ, ରୋହିତ ସାହୁ, ଆଦିତ୍ୟ ସିଂହ ପ୍ରମୁଖ ଯୋଗ ଦେଇଥିଲେ ।


Share It

Comments are closed.