ଟୋଟାଲ ଧମାଲରେ ମାଧୁରୀ – ଅନିଲଙ୍କ ଯୋଡି


ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ବଲିଉଡର ଆଗାମୀ କମେଡି ଫିଲ୍ମ ଟୋଟାଲ ଧମାଲରେ ଏକାଠି ନଜରରେ ଆସିବେ ସୁପରଷ୍ଟାର ମାଧୁରୀ ଦିକ୍ଷୀତ୍ ଏବଂ ଅନିଲ କପୁର । ଏହା ୨୦୧୧ରେ ରିଲିଜ ହୋଇଥିବା ଡବଲ ଧମାଲର ସିକ୍ୱେଲ ଏବଂ ଧମାଲ ଫିଲ୍ମ ସିରିଜର ତୃତୀୟ ସଂସ୍କରଣ । ଏହି ଫିଲ୍ମଟି ୭.୧୨.୨୦୧୮ରେ ପରଦାକୁ ଆସିବ । ଟୋଟାଲ ଧମାଲରେ ମାଧୁରୀ ଏବଂ ଅନିଲଙ୍କ ବ୍ୟତୀତ ଅଜୟ ଦେବଗନ, ଅର୍ସଦ ବର୍ସି, ରିତେଶ ଦେଶମୁଖ, ଜାଭେଦ ଜାର୍ଫି ଏବଂ ସଞ୍ଜୟ ମିଶ୍ରା ପ୍ରମୁଖଙ୍କ ଅଭିନୟ ଦେଖିବାକୁ ମିଳିବ ।
ଏହି ଫିଲ୍ମରେ ପ୍ରାୟ ଦୀର୍ଘ ୨୦ ବର୍ଷ ପରେ ଏକାଠି ନଜରରେ ଆସିବେ ଏହି ଦୁଇ ସୁପରଷ୍ଟାର ମାଧୁରୀ ଦିକ୍ଷୀତ୍ ଏବଂ ଅନିଲ କପୁର । ଏଥିରେ ଉଭୟ ପତି-ପତ୍ନୀ ଭୂମିକାରେ ଲିଡ ରୋଲରେ ନଜରରେ ଆସିବେ ଏବଂ ଏଥିରେ ସେମାନଙ୍କର ବହୁ କମେଡି ସିନ ମଧ୍ୟ ରହିଛି । ପୂର୍ବରୁ ଏହି ଦୁଇ ଜଣ ବହୁ ସୁପରହିଟ୍ ଫିଲ୍ମରେ କାମ କରିସାରିଛନ୍ତି । ଏହି ଫିଲ୍ମଟି ୧୯୫୪ ମସିହାର ଚଲତି କା ନାମ ଗାଡିର ରିମେକ ।


Share It

Comments are closed.