ଦୀର୍ଘ ଦିନ ପରେ ଭିନ୍ନ ଏକ ଲୁକରେ ନଜର ଆସିଲେ ‘ହନି ସିଙ୍ଗ’


ବଲିଉଡର ଲୋକପ୍ରିୟ ଗାୟକ ତଥା ର‌୍ୟାପର ‘ହନି ସିଙ୍ଗ’ ଦୀର୍ଘ ସମୟ ଧରି ସ୍କ୍ରିନରୁ ଦୂରେଇ ରହିଥିଲେ । କେବଳ ଏତିକି ନୁହେଁ ହନି ବହୁ ଦିନ ଧରି ସଙ୍ଗୀତରୁ ଦୂରେଇ ରହିବା ସହ ସିଲଭର ସ୍କ୍ରିନରୁ ମଧ୍ୟ ଦୂରେଇ ରହିଥିଲେ, ଯେଉଁଥିପାଇଁ ହନିଙ୍କ ପ୍ରଶଂସକମାନେ ତାଙ୍କ ଗୀତ ଏବଂ ତାଙ୍କୁ ବହୁତ ମିସ କରୁଥିଲେ । ତେବେ ଆମେ ସେହି ପ୍ରସଂଶକଙ୍କ ପାଇଁ ଖୁସିର ଖବର ଆଣିଛୁ କାରଣ ତାଙ୍କର ପ୍ରିୟ ର‌୍ୟାପର ହନି ସିଙ୍ଗ ପୁଣି ଥରେ ପରଦାକୁ ଫେରି ଆସିଛନ୍ତି ଏକ ନୂଆ ଲୁକ ଏବଂ ନୂଆ ଅନ୍ଦାଜ ସହ ।

ମିଳିଥିବା ସୂଚନା ଅନୁଯାୟୀ, ହନି ଦୀର୍ଘ ସମୟ ଧରି ଅସୁସ୍ଥତା ଥିବା କାରଣ ହେତୁ ସେ ଅନେକ ଦିନ ଯାଏଁ ସିଲଭର ସ୍କ୍ରିନରୁ ଦୂରେଇ ରହିଥିଲେ । କେବଳ ଏତିକି ନୁହେଁ ସେ ଏହା ସହ ସଙ୍ଗୀତ ଗାୟିବା ମଧ୍ୟ ଛାଡିଦେଇଥିଲେ ।

କିନ୍ତୁ ଏବେ ଦୀପିକା ଏବଂ ରଣବୀରଙ୍କ ରିସେପସନ ପାର୍ଟିରେ ତାଙ୍କୁ ଭିନ୍ନ ଏକ ଲୁକରେ ଦେଖିବାକୁ ମିଳିଛି, ଯାହାର ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ସେ ବର୍ତ୍ତମାନ ତାଙ୍କର ଷ୍ଟାଇଲ ଏବଂ ଗେଟ୍ଅଫକୁ ସମ୍ପୂର୍ଣ୍ଣ ବଦଳାଇଦେଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋରେ ସ୍ପଷ୍ଟ ଜଣାପଡୁଛି ଯେ, ସେ ନିଜ ବାଳ ବଢାଇ ଦେଇଥିବା ସହ ତାଙ୍କର ଓଜନ ମଧ୍ୟ ବଢି ଯାଇଥିବାର ଜଣାପଡିଛି ।

ତାଙ୍କର ରିସେପସନ ପାର୍ଟିରେ ଶାହାରୁଖ, ଧୋନି ଏବଂ ଗୁରୁ ରାନ୍ଦୁୱା ସହ ଉଠାଯାଇଥିବା କେତେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.