ସାଓମି ପକ୍ଷରୁ ରେଡମି ନୋଟ୍ ୫ ପ୍ରୋ ଏବଂ ଏମ୍ଆଇ ଏଲ୍ଇଡି ଟିଭି ୪ (୫୫)ର ଶୁଭାରମ୍ଭ


ଭୁବନେଶ୍ୱର: ସାଓମି ଇଣ୍ଡିଆ ଏକ ବ୍ଲକ୍ବଷ୍ଟର୍ କାର୍ଯ୍ୟକ୍ରମରେ ତିନୋଟି ନୂଆ ଉତ୍ପାଦ ଉନ୍ମୋଚନ କରି କଂପାନି ନୂତନ କ୍ଷେତ୍ର ସୃଷ୍ଟି କରିଛି । ସମଗ୍ର ବିଶ୍ୱ ଆଜି ଭାରତରେ ରେଡମି ନୋଟ୍ ୫ ପ୍ରୋର ଝଲକ ପାଇଛି ଏବଂ ପ୍ରଥମ ଥର ପାଇଁ ସାଓମି ପକ୍ଷରୁ ଚୀନ୍ ବାହାରେ ଏକ ବିଶ୍ୱ ସ୍ତରୀୟ ବଜାରରେ ଏହାର ଟିଭିକୁ ଉନ୍ମୋଚନ କରିଛି ।

ଭାରତର ଏମ୍ଆଇ ପ୍ରେମୀଙ୍କ ପାଇଁ ରେଡମି ନୋଟ୍ ୫ ଏବଂ ରେଡମି ନୋଟ୍ ୫ ପ୍ରୋ ଆଣିଛି ଫୁଲ୍ ସ୍କ୍ରିନ୍ ଡିସ୍ପ୍ଲେ ନୂତନତ୍ୱ ଅତ୍ୟଧିକ ଆକର୍ଷଣୀୟ ମୂଲ୍ୟରେ ଯାହା ୯୯୯୯ ଟଙ୍କାରୁ ଆରମ୍ଭ ହୋଇଛି । କାଉଣ୍ଟର ପଏଣ୍ଟ ଅନୁଯାୟୀ, ଭାରତରେ ରେଡମି ନୋଟ୍ ୪ ହେଉଛି ସବୁଠୁ ସଫଳ ଶ୍ରେଷ୍ଠ ବିକ୍ରି ହୋଇଥିବା ସ୍ମାର୍ଟଫୋନ୍, ଯାହା ଗୁଣାତ୍ମକ ମାନ ଏବଂ ଡିଜାଇନକୁ ଆକର୍ଷଣୀୟ ମୂଲ୍ୟରେ ପ୍ରଦାନ କରିବା ପାଇଁ ଶାଓମିର ରହିଥିବା ପ୍ରତିଶ୍ରୁତିକୁ ପୂରଣ କରୁଛି । ବ୍ୟବହାରକାରୀମାନେ ରେଡ୍ମି ନୋଟ୍ ସିରିଜ୍କୁ ଚାହିଁ ରହିଥିବା ବେଳେ ଏହି ଦୁଇଟି ନୂଆ ସ୍ମାର୍ଟଫୋନ୍ ଡିଜାଇନ୍, କ୍ୟାମେରା ଏବଂ ପ୍ରଦର୍ଶନ ଦୃଷ୍ଟିରୁ ସେମାନଙ୍କ ଆଶାକୁ ଟପିଯିବ ।

ସମଗ୍ର ବିଶ୍ୱରେ ଶାଓମି ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ, ଏମ୍ଆଇ ଟିଭି ପ୍ରଥମ ଥର ପାଇଁ ଚୀନ୍ ବାହାରକୁ ଆସିଛି । ଏମ୍ଆଇ ଏଲ୍ଇଡି ସ୍ମାର୍ଟ ଟିଭି ୩ ୧୩୮.୮ ସେମି (୫୫ ଇଂଚ) ହେଉଛି ବିଶ୍ୱର ସବୁଠୁ ପତଳା ଏଲ୍ଇଡି ଟିଭି ଯାହା ମାତ୍ର ୪.୯ ଏମ୍ଏମ୍ ପତଳା ଏବଂ ଏହା ଭାରତୀୟ ପରିବେଶକୁ ସୁହାଇବା ଭଳି ସମ୍ପୂର୍ଣ୍ଣ ରୂପେ ପୁନଃ ଡିଜାଇନ୍ କରାଯାଇଥିବା ଇଟେଂଲିଜେଂଟ୍ କଂଟେଟ୍-ପ୍ରଥମ ପ୍ୟାଚ୍ୱାଲ୍ କଣ୍ଟେଟ୍ ସଫ୍ଟଓୟାର ସହିତ ଆସୁଛି । ଏହାର ମୂଲ୍ୟ ୩୯,୯୯୯ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଏମ୍ଆଇ ଏଲ୍ଇଡି ଟିଭି ୪ ଭାରତର ଟିଭି ଶିଳ୍ପକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବ ।
ମନୁ ଜୈନ, ଉପ ସଭାପତି, ଶାଓମି ଏବଂ ପରିଚାଳନା ନିର୍ଦେଶକ, ଶାଓମି ଇଣ୍ଡିଆ କହିଛନ୍ତିଯେ, “ଶାଓମିରେ ଆମେ ଶ୍ରେଷ୍ଠ ବୈଶିଷ୍ଟ୍ୟ, ଉଚ୍ଚ ମାନ ଏବଂ ନିଷ୍ଠାପର ମୂଲ୍ୟ ସମସ୍ତଙ୍କୁ ଦେବା ପାଇଁ କାର୍ଯ୍ୟ କରୁଛୁ । ତିନୋଟି ଆକର୍ଷଣୀୟ ନୂଆ ଉତ୍ପାଦ-ରେଡମି ନୋଟ୍ ୫, ରେଡମି ନୋଟ୍ ପ୍ରୋ ଏବଂ ଏମ୍ଆଇ ଏଲ୍ଇଡି ଟିଭି ପ୍ରୋକୁ ନେଇ ୨୦୧୮ ଆରମ୍ଭ କରୁଥିବାରୁ ଆମେ ବହୁତ ଉତ୍ସାହିତ ଏବଂ ଆଶା କରୁଛୁଯେ ଏମ୍ଆଇ ପ୍ରେମୀ ଏହି ନୂତନ ପ୍ରଯୁକ୍ତି ଗୁଡ଼ିକ ଉପଭୋଗ କରିବେ । ଶାଓମି ଇଣ୍ଡିଆ ପାଇଁ ୨୦୧୭ ଏକ ଅତୁଲ୍ୟ ଅଧ୍ୟାୟର ବର୍ଷ ଏବଂ ୨୦୧୮କୁ ଆମେ ଆମ ବ୍ୟବହାରକାରୀଙ୍କ ନିମନ୍ତେ ସମାନ ଭାବେ ଆକର୍ଷଣୀୟ କରିବା ପାଇଁ ନିରନ୍ତର କାମ ଜାରି ରଖିବୁ ।’’


Share It

Comments are closed.