ସାଓମିର ନୂତନ ସ୍ମାର୍ଟଫୋନ ରେଡମି ୫ର ଶୁଭାରମ୍ଭ


ଯୁବ ସମୟ- ଭାରତର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ ସାଓମି ପକ୍ଷରୁ ନୂତନ ସ୍ମାର୍ଟଫୋନ ଅଲ ନିୟୁ ରେଡମି ୫ର ଶୁଭାରମ୍ଭ କରାଯାଇଛି । ଏହି ବ୍ୟୟସାପେକ୍ଷ ସ୍ମାର୍ଟଫୋନ୍ ରେଡମି ୫ରେ ପ୍ରଥମଥର ପାଇଁ ଫୁଲ ସ୍କ୍ରିନ ଡିସପ୍ଲେର ଅଭିନବୀକରଣ କରାଯାଇଛି । ରେଡମି ୫ର ସାପ୍ତାହିକ ବିକ୍ରି ୨୦ ମାର୍ଚ୍ଚରୁ ଏମଆଇ.କମ, ଆମାଜନ ଏବଂ ଏମଆଇ ହୋମ ଷ୍ଟୋରରେ ଉପଲବ୍ଧ ହେଉଛି । ୨ଜିବି + ୧୬ ଜିବି ଫୋନର ମୂଲ୍ୟ ଟ.୭,୯୯୯, ୩ଜିବି + ୩୨ ଜିବି ସ୍ମାର୍ଟଫୋନର ମୂଲ୍ୟ ଟ.୮,୯୯୯ ଏବଂ ୪ଜିବି + ୬୪ଜିବିର ସ୍ମାର୍ଟଫୋନର ମୂଲ୍ୟ ଟ.୧୦,୯୯୯ ରହିଛି । ରେଡମି ୫ ଆଗାମୀ ସପ୍ତାହ ଗୁଡ଼ିକରେ ଅଫଲାଇନ୍ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେବାକୁ ଯାଉଛି ।

୨୦୧୬ରେ ଏମଆଇ ମିକ୍ସ ସହିତ ଫୁଲ ସ୍କ୍ରିନ ଡିସପ୍ଲେ ଥିମ୍ ପ୍ରାରମ୍ଭ କରିଥିବା ସାଓମି ହେଉଛି ପ୍ରଥମ କମ୍ପାନୀ ।
ରେଡମି ସ୍ମାର୍ଟଫୋନ ସର୍ବଦା ସମଗ୍ର ବିଶ୍ୱରେ ବ୍ୟବହାରକାରୀଙ୍କୁ ଶ୍ରେଷ୍ଠ ଜ୍ଞାନ କୌଶଳ ତାହା ପୁଣି ଆକର୍ଷଣୀୟ ମୂଲ୍ୟରେ ପ୍ରଦାନ କରିଥାଏ । ୧୮: ୯ ଡିସପ୍ଲେ ବ୍ୟତୀତ ରେଡମି୫ରେ ଏହି ବିଭାଗରେ ଆଗରୁ ଦେଖିନଥିବା ବୈଶିଷ୍ଟ୍ୟ ତଥା କ୍ୱାଲକମ ସ୍ନାପଡ୍ରାଗନ ୧୪ଏନଏମ ୮-କୋର ପ୍ରୋସେସର, ରିୟର କ୍ୟାମେରା ପାଇଁ ଲାର୍ଜ ପିକ୍ସେଲ(୧.୨୫ ମିୟୁଏମ) ସେନସର ଏବଂ ସମ୍ମୁଖ ସେଲଫି ପ୍ରମୁଖ ଅନ୍ତର୍ଭୂକ୍ତ । ଏହା ମୁଖ୍ୟତଃ ଗୋଲ୍ଡ, ବ୍ଲାକ, ରୋଜ ଗୋଲ୍ଡ ଏବଂ ଲେକ ବ୍ଲୁ ରଙ୍ଗରେ ଉପଲବ୍ଧ । ଉକ୍ତ ସ୍ମାର୍ଟ ଫୋନ୍ କ୍ରୟରେ ମିଳୁଥିବା ଅନ୍ୟାନ୍ୟ ଅଫର ଗୁଡ଼ିକ ମଧ୍ୟରେ ୨,୨୦୦ ଟଙ୍କାର ତୁରନ୍ତ କ୍ୟାସବ୍ୟାକ ସହିତ ରିଲାଏନ୍ସ ଜିଓର ୧୦୦ ଜିବି ଅତିରିକ୍ତ ଡାଟା, ଏସବିଆଇ କ୍ରେଡିଟ କାର୍ଡରେ ୫ପ୍ରତିଶତର ତୁରନ୍ତ ରିହାତି, କିଣ୍ଡଲ ଇବୁକରେ ୯୦ ପ୍ରତିଶତ ଅଫର ଅନ୍ତର୍ଭୂକ୍ତ ।


Share It

Comments are closed.